1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ବିଟ୍ ଖାଆନ୍ତୁ, ସୁସ୍ଥ ରୁହନ୍ତୁ

ବିଟ୍ ଦେଖିବାକୁ ଆକାରରେ ଟିକେ ଅବାଗିଆ ଲାଗିଲେ ମଧ୍ୟ ଏହାର କେତେ ଗୁଣ ଅଛି ଆପଣ କେବେ ଭାବିଛନ୍ତି କି? ସାଧାରଣତଃ ଶୀତଦିନରେ ବିଟ୍ ହାଟ ବଜାରରେ ଉପଲବ୍ଧ ହୁଏ। ବିଟ୍ ଗୋଟିଏ ଭଲ ପରିବା ବୋଲି ଆପଣ ବହୁତ ପୂର୍ବରୁ ଜାଣିଛନ୍ତି ଏବଂ ବିଟ୍ ବିଷୟରେ ଆପଣ ଅନେକ ଜିନିଷ ଶୁଣିଛନ୍ତି। ଆସନ୍ତୁ ଆଜି ଆଉ ଟିକେ ଅଧିକ ଜାଣିବା।

Sugyan Kumar Nayak
Sugyan Kumar Nayak
Health Benefits of Beetroot

Health Benefits of Beetroot

ବିଟ୍ ଦେଖିବାକୁ ଆକାରରେ ଟିକେ ଅବାଗିଆ ଲାଗିଲେ ମଧ୍ୟ ଏହାର କେତେ ଗୁଣ ଅଛି ଆପଣ କେବେ ଭାବିଛନ୍ତି କି?  ସାଧାରଣତଃ ଶୀତଦିନରେ ବିଟ୍ ହାଟ ବଜାରରେ  ଉପଲବ୍ଧ ହୁଏ। ବିଟ୍  ଗୋଟିଏ ଭଲ ପରିବା ବୋଲି ଆପଣ ବହୁତ ପୂର୍ବରୁ ଜାଣିଛନ୍ତି ଏବଂ ବିଟ୍  ବିଷୟରେ ଆପଣ ଅନେକ ଜିନିଷ ଶୁଣିଛନ୍ତି। ଆସନ୍ତୁ ଆଜି ଆଉ ଟିକେ ଅଧିକ ଜାଣିବା।

(୧)  ଖେଳକୁଦରେ ଆପଣଙ୍କର ଦକ୍ଷତାର ବୃଦ୍ଧି ହେବ। ସ୍ୱାସ୍ଥ୍ୟ ବିଜ୍ଞାନୀମାନଙ୍କର ମତରେ ଖେଳକୁଦ ସହିତ ଜଡ଼ିତ ବ୍ୟକ୍ତିମାନେ ନିୟମିତ ଭାବରେ ବିଟ୍ ଖାଇଲେ ସେମାନଙ୍କର କ୍ରୀଡ଼ା ଦକ୍ଷତାରେ ଉଲ୍ଲେଖନୀୟ ପ୍ରଭାବ ପଡ଼ିଥାଏ। କୌଣସି କ୍ରୀଡ଼ା କୌଶଳ ପ୍ରଦର୍ଶନ କରିବାର ୯୦ ମିନିଟ୍ ପୂର୍ବରୁ ବିଟ୍ ରସ ପାନ କରିଲେ ପ୍ରଦର୍ଶନ ଭଲ ହୁଏ ବୋଲି ସ୍ୱାସ୍ଥ୍ୟ ବିଜ୍ଞାନୀମାନଙ୍କର ମତ।

(୨) ନିୟମିତ ଭାବରେ ବିଟ୍ ଖାଇବା ଦ୍ୱାରା ଆପଣଙ୍କର ଶରୀରରେ ଅଫୁରନ୍ତ ଶକ୍ତି ସୃଷ୍ଟି ହେବ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅନୁସନ୍ଧାନରୁ ଜାଣିଛନ୍ତି ଯେ, ଯେଉଁ ବ୍ୟକ୍ତି ପ୍ରତିଦିନ ଖାଦ୍ୟରେ ବିଟ୍ ରସ ପାନ କରନ୍ତି ତାଙ୍କର ରକ୍ତରେ ନାଇଟ୍ରେଟ ପରିମାଣ ବୃଦ୍ଧି ପାଏ। ଏହି ନାଇଟ୍ରେଟ ପରିମାଣ ବୃଦ୍ଧି ହେବା ଦ୍ୱାରା ଏହା ଶରୀରର ମାଂସପେଶୀକୁ ବହୁତ ସାହାଯ୍ୟ କରେ। ଏହାର ଫଳାଫଳ ଆପଣ ଦୈନିକ କରୁଥିବା ଶାରୀରିକ ବ୍ୟାୟାମ ଗୁଡ଼ିକରେ ପ୍ରତିଫଳିତ ହୁଏ।

(୩) ଖାଦ୍ୟରେ ବିଟ୍ ସାମିଲ କରିବା ଦ୍ୱାରା ଶରୀରର ଓଜନରେ ସନ୍ତୁଳନ ଆସେ। ଯଥାର୍ଥ ଭାବରେ କହିବାକୁ ଗଲେ ଯଦି ଆପଣ ପ୍ରତିଦିନ ବିଟ୍ ଖାଦ୍ୟ କିମ୍ବା ପାନୀୟରେ ଅନ୍ତର୍ଭୁକ୍ତ କରନ୍ତି ନିଶ୍ଚିତ ଭାବରେ ଆପଣଙ୍କର ଶରୀରର ଯୋଜନାରେ ସକାରାତ୍ମକ ପରିବର୍ତ୍ତନ ଘଟିବ।

(୪) ଅନୁସନ୍ଧାନରୁ ଜଣ ପଡିଛି ଯେ, ବିଟ୍ ଖାଦ୍ୟ ରୂପେ ଗ୍ରହଣ କରିବା ଦ୍ୱାରା ଶରୀରର ରକ୍ତଚାପ ହ୍ରାସ ପାଏ। ବିଟ ରେ ଇନଅର୍ଗାନିକ ନାଇଟ୍ରେଟ ପରିମାଣ ଅଧିକ ରହିଥାଏ, ସେଇଥିପାଇଁ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କୁ ବିଟ୍  ଖାଇବାକୁ କୁହାଯାଏ। ଅଧିକନ୍ତୁ, ବିଟ୍  କୁ ଉଚ୍ଚରକ୍ତଚାପର ଏକ ଚିକିତ୍ସା କହିଲେ ଅତ୍ୟୁକ୍ତି ହେବ ନାହିଁ।

(୫ ) ଆପଣ ବିଟ୍ ଖାଦ୍ୟ ରୂପେ ଗ୍ରହଣ କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନକୁ ଏହା ସହଜ ଏବଂ ସୁଗମ କରିଦିଏ। ଖାଦ୍ୟରେ ବିଟ୍ ସାମିଲ କରିବା ଦ୍ୱାରା ଏହା ଶରୀରର ଶିରାଗୁଡିକୁ ଯଥେଷ୍ଟ ଭାବରେ ମୁକ୍ତ ରଖେ, ଏବଂ ଆପଣଙ୍କର ଶରୀରରେ ସହଜରେ ରକ୍ତ ପ୍ରବାହ ହୁଏ।

(୬) ବିଟ୍ ଖାଦ୍ୟ ହଜମରେ ସାହାଯ୍ୟ କରେ। ବିଟ୍ ରେ ତନ୍ତୁର ପରିମାଣ ଭରପୁର ଥାଏ। ହିସାବରୁ ଜଣାଯାଏ ଯେ, ଗୋଟିଏ କପ୍ ବିଟ୍ ରସରେ ୩.୮ ଗ୍ରାମ ତନ୍ତୁ ରହିଥାଏ, ଯାହାକି ଶରୀରର ଦୈନିକ ଆବଶ୍ୟକତା ପାଇଁ ଯଥେଷ୍ଟ ଅଟେ। ତେଣୁ ହଜମ ପ୍ରକ୍ରିୟାକୁ ସୁଦୃଢ଼ କରିବାକୁ ହେଲେ ଆପଣ ନିୟମିତ ଭାବରେ ବିଟ୍ ରସ ପାନ କରନ୍ତୁ।

(୭) ବିଟ୍ ରେ ଆପଣଙ୍କର ଶରୀର ନିମନ୍ତେ ଗୋଟିଏ ବହୁତ ଉପକାରୀ ରସାୟନ ରହିଛି। ଏହାକୁ କୋଲୀନ କୁହାଯାଏ। କୋଲୀନର ବିଶେଷତାଗୁଡିକ ହେଉଛି ସୁନିଦ୍ରା ହେବାରେ ସାହାଯ୍ୟ କରିବ, ସ୍ମରଣ ଶକ୍ତିର ବିକାଶ କରିବ ଏବଂ ଶରୀରରେ ସ୍ନାୟବିକ ଉଦ୍ଦୀପନାର ବିକାଶ କରାଇବ। ଆହୁରି ମଧ୍ୟ ବିଟ୍ ରେ ଥିବା କୋଲୀନ ଶରୀରର ମେଦକୁ ଶୋଷଣ କରିବ ଏବଂ ଯନ୍ତ୍ରଣାଦାୟକ ପ୍ରଦାହକୁ ହ୍ରାସ କରିବ।

(୯) ଗର୍ଭାବସ୍ଥାରେ ବିଟ୍ ଖାଇବାକୁ ଅନୁମୋଦନ କରାଯାଏ, କାରଣ ବିଟ୍ ରେ ପ୍ରଚୁର ପରିମାଣରେ ଫଲିକ୍‌ ଏସିଡ ରହିଥାଏ। ତେଣୁ ଏହା ଗର୍ଭବତୀ ମହିଳାମାନଙ୍କ ନିମନ୍ତେ ଗୋଟିଏ ଉପାଦେୟ ଖାଦ୍ୟ ଅଟେ।

(୧୦) ରକ୍ତହୀନତା ରୋଗ ଦୂରକରିବାରେ ବିଟ୍ ସାହାଯ୍ୟ କରେ। ଆପଣମାନେ ଜାଣନ୍ତି ଯେ, ଶରୀରରେ ଲୌହର ଅଭାବରେ ରକ୍ତହୀନତା ରୋଗ ହୁଏ। ବିଟ୍ ରେ ପ୍ରଚୁର ପରିମାଣରେ ଲୌହସାର ରହିଛି l ଅନ୍ୟ ପନିପରିବା ଅପେକ୍ଷା ଆପଣଙ୍କର ଶରୀର ବିଟ୍ରୁ ଲୌହସାରକୁ ଭଲ ଭାବରେ ଶୋଷଣ କରିପାରେ।

ଠିକ ଅଛି, ବିଟ୍  ବିଷୟରେ ଏତେସବୁ କଥା ଜାଣିବା ପରେ ଆପଣ ବିଟ୍ କିଣିଆଣିବାକୁ ପ୍ରସ୍ତୁତ ହୋଇଯିବେଣି। ଏହା ମଧ୍ୟ ମନେ ରଖନ୍ତୁ ଯେ, ସବୁ ଜିନିଷରେ ଅତି ହିଁ ଖରାପ l ଏହା ଗୋଟିଏ ସ୍ୱାସ୍ଥ୍ୟକର ଖାଦ୍ୟ କିନ୍ତୁ ମାତ୍ରାଧିକ ବିଟ୍ ବ୍ୟବହାର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାକୁ ଆମନ୍ତ୍ରଣ କରେ। ତେଣୁକରି ଆପଣ ଦାୟିତ୍ୱର ସହିତ ଏହାକୁ ଖାଦ୍ୟରେ ଗ୍ରହଣ କରନ୍ତୁ, ଏହି ସ୍ୱାସ୍ଥ୍ୟକର ପରିବାର ସୁଫଳଗୁଡ଼ିକ ପାଆନ୍ତୁ ଏବଂ ସୁସ୍ୱାସ୍ଥ୍ୟର ମାଲିକ ହୁଅନ୍ତୁ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments