Health & Lifestyle

କ୍ୟାନସର୍ ଓ ଆସ୍ଥମା ଭଳି ଅନେକ ରୋଗରୁ ମୁକ୍ତି ଦିଏ କଳା ହଳଦୀ

କଳା ହଳଦୀ ଲୋକମାନଙ୍କର ଆସ୍ଥମା, କ୍ୟାନସର,ପେଟ ସମସ୍ୟା ,ଆଲର୍ଜି,ଜ୍ୱର , ବ୍ରଣ, ଭଳି ବିଭିନ୍ନ ପ୍ରକାରର ରୋଗକୁ ଦୂର କରିଥାଏ ।

22 February, 2022 12:26 PM IST By: Sudesna Nayak

ସାଧାରଣତଃ ଆପଣମାନେ ହଳଦୀ ରଙ୍ଗର ହଳଦୀ ଦେଖିଥିବେ ବା ଶୁଣିଥିବେ । କିନ୍ତୁ କେବେ କଳା ହଳଦୀ (Black turmeric)ବିଷୟରେ ଶୁଣିଛନ୍ତି କି । କଳା ହଳଦୀ (Black turmeric)ଲୋକମାନଙ୍କର ଆସ୍ଥମା, କ୍ୟାନସର,ପେଟ ସମସ୍ୟା ,ଆଲର୍ଜି,ଜ୍ୱର , ବ୍ରଣ, ଭଳି ବିଭିନ୍ନ ପ୍ରକାରର ରୋଗକୁ ଦୂର କରିଥାଏ ।

ବେଶ କମ୍ ସ୍ଥାନରେ ହିଁ କଳା ହଳଦୀ (Black turmeric) ଦେଖିବାକୁ ମିଳେ । କଳା ହଳଦୀ (Black turmeric)ସାଧାରଣ ହଳଦୀ ଠାରୁ ବେଶ ଲାଭ ଦାୟକ ହୋଇଥାଏ । ଖାସ କରି ଏହି କଳା ହଳଦୀ (Black turmeric)ଓଡିଶା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଓ ଉତ୍ତରପୂର୍ବ ଅଞ୍ଚଳରେ ଦେଖିବାକୁ ମିଳିଥାଏ ।

-କଳା ହଳଦୀ (Black turmeric)ରେ ଇଭୁପ୍ରୋଭିନ ଅଧିକ ମାତ୍ରାରେ ରହିଛି । ପେଟ ସମସ୍ୟା , ଅଲସର , କୋଲନ କ୍ୟାନସର , ଫୁସଫୁସ ଜନିତ ରୋଗକୁ ଦୂର କରିବାରେ ଏହା ସହାୟକ ହୋଇଥାଏ ।

-ଆସ୍ଥମା , କ୍ୟାନସର , ଜ୍ୱର , ବ୍ରଣ ,ଆଲର୍ଜି, ମାଇଗ୍ରେନ, ଭଳି ରୋଗର ଉପଚାର ପାଇଁ ତିଆରି କରାଯାଇଥିବା ବେଳେ ମେଡିସିନରେ ଏହା ବ୍ୟବହାର କରାଯାଏ ।

-ଗ୍ୟାସଟିକ ଭଳି ସମସ୍ୟା ଥିଲେ ଏହି ହଳଦୀର ପତ୍ରକୁ ଚୋବାଇ ଖାଇଲେ ପେଟ ସମସ୍ୟା ଦୂର ହୋଇଥାଏ । ଆୟୁର୍ବେଦ ଶାସ୍ତ୍ରରେ କଳା ହଳଦୀର ବେଶ ଚାହିଦା ରହିଛି । କେବଳ ସେତିକି ନୁହେଁ କୁଣ୍ଡେଇ ହେବା ଫୁସଫୁସ ଜନିତ ରୋଗକୁ ଦୂର କରିବାରେ ମଧ୍ୟ କଳା ହଳଦୀ ବେଶ ସହାୟକ ହୋଇଥାଏ ।

- କଳା ହଳଦୀ (Black turmeric)ଗଛର ପତ୍ରକୁ ଶୁଖାଇ ପାଉଡର ତିଆରି କରି ଏଥିରେ ଅଳ୍ପ ମହୁ ମିଶାଇ କ୍ଷୀର ସହ ପ୍ରତିଦିନ ପିଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।

-କଳା ହଳଦୀ (Black turmeric) ଏହା ଏସିଡିଟି ମଧ୍ୟ ନିୟନ୍ତ୍ରଣ କରେ । ଆୟୁର୍ବେଦିକ ଔଷଧ ତିଆରି କରୁଥିବା କମ୍ପାନୀଗୁଡିକରେ କଳା ହଳଦୀ (Black turmeric)ର ବହୁତ ଚାହିଦା ରହିଛି । ଏହି କଳା ରଙ୍ଗର ପାଉଡର ଲୋକଙ୍କ ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ ।

ପ୍ରତିଦିନ ସକାଳୁ ଉଠି ଏହି ପାଣି ପିଇଲେ, ଅନେକ ବଡ ରୋଗରୁ ମିଳିବ ମୁକ୍ତି

ଜୀବନ ନେଇପାରେ ବିଟ୍, ଜାଣନ୍ତୁ କାରଣ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)