1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ପ୍ରତିଦିନ ସକାଳୁ ଉଠି ଏହି ପାଣି ପିଇଲେ, ଅନେକ ବଡ ରୋଗରୁ ମିଳିବ ମୁକ୍ତି

ଗୋଲମରିଚରେ ପିପରାଇନ୍ ଥାଏ । ଏଥିରେ ଆଣ୍ଟି-ଡିପ୍ରେସାଣ୍ଟ ଗୁଣ ରହିଥାଏ । ଯେଉଁ କାରଣରୁ ଗୋଲମରିଚ ଲୋକମାନଙ୍କୁ ଟେନସନ ଏବଂ ଡିପ୍ରେସନରୁ ମୁକ୍ତି ଦେଇଥାଏ ।

Sudesna Nayak
Sudesna Nayak
Black Pepper with Hot Water Benefits

Black Pepper with Hot Water Benefits

ଗୋଲମରିଚ (Black Pepper)ରେ ପିପରାଇନ୍ ଥାଏ । ଏଥିରେ ଆଣ୍ଟି-ଡିପ୍ରେସାଣ୍ଟ ଗୁଣ ରହିଥାଏ । ଯେଉଁ କାରଣରୁ ଗୋଲମରିଚ ଲୋକମାନଙ୍କୁ ଟେନସନ ଏବଂ ଡିପ୍ରେସନରୁ ମୁକ୍ତି ଦେଇଥାଏ ।

ଗରମ ପାଣି (Hot Water) ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଲାଭଦାୟକ ହୋଇଥାଏ । ଉଷୁମ ପାଣି ସହିତ ଗୋଲମରିଚ (Black Pepper) ଖାଇବା ଦ୍ୱାରା କାଶ ଏବଂ ଥଣ୍ଡା ଭଳି ଅନେକ ସମସ୍ୟା ଦୂର ହୁଏ । ଏକାସାଙ୍ଗରେ ମହୁ (Honey) ସହିତ ଗୋଲମରିଚ ଗୁଣ୍ଡ ଚାଟିଲେ ଗଳା ଯନ୍ତ୍ରଣା ଦୂର ହୁଏ । ଗୋଲମରିଚ ବ୍ୟବହାର ଶରୀରକୁ ଫିଟ୍ ରଖେ କିନ୍ତୁ କାଶ ଏବଂ ଥଣ୍ଡା ଭଳି ରୋଗରୁ ମଧ୍ୟ ଦୂରେଇ ରଖିଥାଏ ।

ଗରମ ପାଣି ସହିତ ଗୋଲମରିଚ ଖାଆନ୍ତୁ ମିଳିବ ଜବରଦସ୍ତ ଫାଇଦା,ଜାଣନ୍ତୁ...

ଡିପ୍ରେସନରୁ ମୁକ୍ତି ଦେଇଥାଏ

ଗୋଲମରିଚ (Black Pepper) ରେ ପିପରାଇନ୍ ଥାଏ । ଏଥିରେ ଆଣ୍ଟି-ଡିପ୍ରେସାଣ୍ଟ ଗୁଣ ରହିଥାଏ । ଯେଉଁ କାରଣରୁ ଗୋଲମରିଚ ଲୋକଙ୍କୁ ଟେନସନ ଓ ଡିପ୍ରେସନରୁ ମୁକ୍ତି ଦେଇଥାଏ । ଗ୍ରୀଷ୍ମ ଋତୁରେ ଗୋଲମରିଚ ଖାଇବା କମ୍ କରିବା ଉଚିତ ।

ଗ୍ୟାସ ରୋଗ ଦୂର କରେ

ଯେଉଁ ଲୋକମାନଙ୍କୁ ଗ୍ୟାସ ଭଳି ରୋଗ ଅଛି ଓ ତାଙ୍କ ପେଟରେ ଦିନ ସାରା ନିଆ ଭଳି ପୋଡା ଜଳା ହୁଏ ତାଙ୍କୁ ସକଳ ସମୟରେ ଖାଲି ପେଟରେ ଗୋଲମରୀଚ ଚୋବେଇ ଖାଇବା ଉଚିତ ଓ ଉଷୁମ ପାଣି ପିବା ଦରକାର ଅଟେ । ଏହାର ସେବନ ଦ୍ଵାରା ଆପଣଙ୍କ ଗ୍ୟାସ ଭଲ ହୋଇଥାଏ ।

ଥକାପଣ ଦୂର କରେ

ଯେଉଁ ଲୋକମାନଙ୍କୁ ପ୍ରାୟତଃ ଥକା ଲାଗେ ତାଙ୍କୁ ସକାଳେ ଖାଲି ପେଟରେ ଉଷୁମ ପାଣି ସହ ୨-୩ ଗୋଲମରୀଚ ସେବନ କରିବା ଉଚିତ, ଏହା ଦ୍ଵାରା ଆପଣଙ୍କ ମନ ଭଲ ରହିବ ଓ ଆପଣଙ୍କୁ ଥକା ଲାଗିବ ନାହିଁ ।

ଥଣ୍ଡା ଜର ଭଲ କରେ

ଯଦି ଆପଣ ଅଧା ଚାମଚ ଗୋଲମରିଚ ପାଉଡର (Black Pepper Powder) ଓ ଗୋଟିଏ ଚାମଚ ମିଶ୍ରି ମିଶାଇ ଏକ କପ୍ ଉଷୁମ କ୍ଷୀର ସହିତ ୩ ଥର ପିଉଛନ୍ତି । ତେବେ ଏହା ଥଣ୍ଡା ଓ ସର୍ଦ୍ଦି ପାଇଁ ଲାଭଦାୟକ ହୋଇଥାଏ ।

ଗୋଲମରିଚ (Black Pepper)ପାଣି (Water) ରେ ପୁଟାଇ ପିଇଲେ ଏହା ଥଣ୍ଡା ରୋଗ ଭଲ କରିଥାଏ । ଏହାସହ ମସ୍ତିଷ୍କ ହାଲୁକା ହୋଇଥାଏ ।

ଫିଟ ରଖେ

ଗୋଲମରିଚ (Black Pepper) ଶରୀରରେ ଚର୍ବି ଜମିବାକୁ ପ୍ରତିରୋଧ କରିଥାଏ । ଏହା ସହିତ ଏହା ଆପଣଙ୍କ ମେଟାବୋଲିଜିମରେ ଉନ୍ନତି କରି କ୍ୟାଲୋରୀ ଦମନରେ ସାହାଯ୍ୟ କରିଥାଏ ।

ପେଟ ସମସ୍ୟାଗୁଡ଼ିକୁ ଦୂର କରେ

ସୁସ୍ଥ ଶରୀର ପାଇଁ ଖାଦ୍ୟନଳୀ ସୁସ୍ଥ ରହିବା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏକ ସୁସ୍ଥ ଖାଦ୍ୟନଳୀର ଅର୍ଥ ଏକ ସଫା ତଥା ଡିଟକ୍ସିଫାଇଡ୍‌ ପେଟ । ତେବେ ଏହି ଗୋଲମରିଚ (Black Pepper) ପାଣି ଶରୀରରୁ ସମସ୍ତ ବିଷାକ୍ତ ପଦାର୍ଥ ଏବଂ ରସାୟନକୁ ବାହାର କରି ଦେଇଥାଏ । ଏହା ପାଚନ କ୍ରିୟାରେ ସୁଧାର ଆଣିଥାଏ । ଏଥି ସହିତ ପେଟ ସମସ୍ୟାଗୁଡ଼ିକୁ ଦୂର କରିବାରେ ସହାୟକ ହୋଇଥାଏ ।

ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ହିଁ ଦିଆଯାଉଛି ।

ଜୀବନ ନେଇପାରେ ବିଟ୍, ଜାଣନ୍ତୁ କାରଣ...

ଏହି ସବୁ ଖାଦ୍ୟ ଖାଇବା ପରେ ତୁରନ୍ତ ପିଅନ୍ତୁ ନାହିଁ ପାଣି, ଭୋଗିବେ ସମସ୍ୟା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments