1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଏହି ସବୁ ଖାଦ୍ୟ ଖାଇବା ପରେ ତୁରନ୍ତ ପିଅନ୍ତୁ ନାହିଁ ପାଣି, ଭୋଗିବେ ସମସ୍ୟା

ଆପଣମାନେ ଜାଣିଛନ୍ତି କି କିଛି ଟା ଖାଦ୍ୟ ଏଭଳି ରହିଛି ଯାହାକୁ ଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ । ଆମେ ଆଜି ଏଠାରେ ସେହିଭଳି କିଛି ଖାଦ୍ୟ ବିଷୟରେ କହୁଛୁ ଜାଣନ୍ତୁ ।

Sudesna Nayak
Sudesna Nayak
do not drink water immediately after eating this food

do not drink water immediately after eating this food

ଆପଣମାନେ ଜାଣିଛନ୍ତି କି କିଛି ଟା ଖାଦ୍ୟ ଏଭଳି ରହିଛି ଯାହାକୁ ଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ । ଆମେ ଆଜି ଏଠାରେ ସେହିଭଳି କିଛି ଖାଦ୍ୟ ବିଷୟରେ କହୁଛୁ ଜାଣନ୍ତୁ ।

ପାଣି ପିଇବା ଦ୍ୱାରା ଆମ ଶରୀର ହାଇଡ୍ରେଟେଡ ହୋଇଥାଏ । ଅଧିକାଂଶ ରୋଗଠାରୁ ଦୂରେଇ ରହିବା ପାଇଁ ପାଣି ପିଇବା ନିହାତି ଆବଶ୍ୟକ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତିଦିନ ୬ ରୁ ୧୦ ଗ୍ଲାସ ପାଣି ପିଇବା ଆବଶ୍ୟକ। କିନ୍ତୁ କଣ ଆପଣ ଜାଣିଛନ୍ତି କିଛିଟା ଖାଦ୍ୟ ଏଭଳି ରହିଛି ଯାହାକୁ ଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ । ଆମେ ଆଜି ଏଠାରେ ସେହିଭଳି କିଛି ଖାଦ୍ୟ ବିଷୟରେ କହୁଛୁ ।

ତରଭୁଜ (Watermelon) କିମ୍ବା ଖରଭୁଜ

ତରଭୁଜ Watermelon କିମ୍ବା ଖରଭୁଜ ଏହି ୨ଟି ଫଳକୁ ଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ । ଏହି ୨ଟି ଫଳରେ ପାଣି ପ୍ରଚୁର ରହିଥାଏ । ଯଦି ଆପଣ ଏହାକୁ ଖାଇବା ପରେ ପାଣି ପିଉଛନ୍ତି ତେବେ ଆପଣଙ୍କ ଆମାଶୟ ରେ ଅସୁବିଧା ହୋଇପାରେ । ତା ସହିତ ଏସିଡ଼ିଟି ,ବାନ୍ତି ,ଛାତି ଜ୍ବଳନ ସମସ୍ୟା ଦେଖାଦେଇ ପାରେ ।

ଭଜା ବୁଟ (Chana)

ଚଣା Chana,ବୁଟ ଭଜା ଖାଇବା ପରେ ପାଣି ପିଇବା ଉଚିତ ନୁହେଁ । କାରଣ ଏହିସବୁ ଜିନିଷକୁ ହଜମ କରିବା ପାଇଁ ଆମ ଶରୀରରେ ଥିବା ପାଚକାଗ୍ନି ଓ ଜଠରାଗ୍ନି ସାହାଯ୍ୟ କରିଥାଏ । ଯେବେକି ପାଣି ପିଇବା ଦ୍ୱାରା ଏହି ଅଗ୍ନି ଶାନ୍ତ ହୋଇଯାଏ । ଯାହାଦ୍ୱାରା ଏହିସବୁ ଜିନିଷ ଠିକ ରେ ହଜମ ହୋଇପାରେ ନାହିଁ ଯାହାଦ୍ୱାରା ପେଟରେ ଯନ୍ତ୍ରଣା ସୃଷ୍ଟି ହୋଇଥାଏ ।

ଉଷୁମ କ୍ଷୀର (MILK) ଓ ଚା' (TEA)

ଗରମ ପାନୀୟ ପିଇବା ପରେ ପାଣି ପିଇବା ଉଚିତ ନୁହେଁ । ଏହାଦ୍ୱାରା ନାକରୁ ରକ୍ତ ପଡିଥାଏ । ଗରମ ଖାଦ୍ୟ ଖାଇବା ଏମିତିରେ କୁହାଯାଏ ଭୋଜନ କରିବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ । ଏହା ମଧ୍ୟ ସତ୍ୟ ଯେ ଗରମ ଖାଦ୍ୟ ଖାଇବା ପରେ ପାଣି ପିଇବା ଉଚିତ ନୁହେଁ କାରଣ ଏହାଦ୍ୱାରା ପାଚନ ତନ୍ତ୍ର ପ୍ରଭାବିତ ହୋଇଥାଏ । ତେଣୁକରି ଖାଇବାର ୩୦ ମିନିଟ ପରେ ପାଣି ପିଇବା ଜରୁରୀ ଅଟେ ।

ବାଦାମ (Nut)

ଯଦି ଆପଣ ବାଦାମ Nut ଖାଇବା ପରେ ହିଁ ତୁରନ୍ତ ପାଣି ପିଉଛନ୍ତି ତେବେ ତୁମକୁ ଏପରି କରିବାରୁ ନିଜକୁ ରକ୍ଷା କରିବା ଦରକାର । ନଚେତ କାଶ ହେବା, ଶରୀର କୁଣ୍ଡେଇ ହେବା ଏବଂ ତଣ୍ଟି ଖରାପ ହେବା ଆଦି ସମସ୍ୟା ଦେଖାଦେଇଥାଏ ।

ଆଇସିକ୍ରିମ (Ice Cream)

ଆଇସିକ୍ରିମ ସମସ୍ତଙ୍କର ଭାରି ପସନ୍ଦ ହୋଇଥାଏ । କିନ୍ତୁ ଅଧିକାଂଶ ଲୋକମାନେ ଏହାକୁ ସେବନ କରିବା ପରେ ତୁରନ୍ତ ପାଣି ପିଅନ୍ତି । କିନ୍ତୁ ଆଇସିକ୍ରିମ Ice Cream ଖାଇବା ପରେ ପାଣି ପିଇବା ଦ୍ୱାରା ଥଣ୍ଡା ଗରମ ହୋଇଥାଏ ଏବଂ ଆପଣମାନଙ୍କୁ ଏସିଡିଟି, କାଶ, ଥଣ୍ଡା, ଜ୍ବର ଭଳି ଅସୁବିଧାର ସାମ୍ନା କରିବାକୁ ପଡି ପାରେ ।

Health tips: ଭୁଲରେ ବି ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ନାହିଁ ଏହି ୪ଟି ଜିନିଷ...

କେଉଁ ବ୍ଲଡ଼ ଗ୍ରୁପ୍ ର ଲୋକଙ୍କୁ ଆମିଷ ଖାଇବା ଉଚିତ ଜାଣନ୍ତୁ, ନଚେତ ଭୋଗିବେ ସମସ୍ୟା...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments