1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କେଉଁ ବ୍ଲଡ଼ ଗ୍ରୁପ୍ ର ଲୋକଙ୍କୁ ଆମିଷ ଖାଇବା ଉଚିତ ଜାଣନ୍ତୁ, ନଚେତ ଭୋଗିବେ ସମସ୍ୟା...

ପ୍ରାୟ ଅଧିକାଂଶ ଲୋକ ଆମିଷ ଭୋଜନ କରିବାକୁ ପସନ୍ଦ କରି ଥାଆନ୍ତି । କେଉଁ ବ୍ଲଡ଼ ଗ୍ରୁପ୍ ର ଲୋକଙ୍କୁ ଆମିଷ ଖାଇବା ଉଚିତ ଜାଣନ୍ତୁ ।

Sudesna Nayak
Sudesna Nayak
according to the blood type you should eat nonveg and keep yourself healthy

according to the blood type you should eat nonveg and keep yourself healthy

ଆମ ଭିତରେ ଖୁବ୍ କମ୍ ଲୋକ ଥିବେ ଯେଉଁମାନେ ନିରାମିଷ ଭୋଜନ କରୁଥିବେ । ପ୍ରାୟ ଅଧିକାଂଶ ଲୋକ ଆମିଷ ଭୋଜନ କରିବାକୁ ପସନ୍ଦ କରି ଥାଆନ୍ତି । କିନ୍ତୁ ଅଧିକ ଆମିଷ ଭୋଜନ କରିବା ମଧ୍ୟ ଶରୀର ପକ୍ଷରେ କ୍ଷତିକାରକ ଅଟେ ।

ଗବେଷଣାରୁ ଜଣା ପଡ଼ିଛି ଯେ କେଉଁ ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତିମାନେ ଅଧିକ ଆମିଷ Nonveg ଭୋଜନ କରିବା ଉଚିତ୍ ନୁହେଁ । ସେହିଭଳି ପୌଷ୍ଟିକ ଆହାର ଶରୀର ପକ୍ଷରେ ନିହାତି ଆବଶ୍ୟକ । ଗବେଷକମାନଙ୍କ ମତରେ ଯଦି ବ୍ଲଡ଼ ଗ୍ରୁପ୍ ହିସାବରେ ଉପଯୁକ୍ତ ଖାଦ୍ୟ ଖାଇବା ତେବେ ଆମ ଶରୀର ସୁସ୍ଥ ରହିବ । ଗବେଷକ ମାନେ କହିଛନ୍ତି ଯେ ଖାଦ୍ୟ ସହିତ ଆମ ବ୍ଲଡ଼ ଗ୍ରୁପ୍ ର ସିଧାସଳଖ କନେକ୍ସନ୍ ରହିଛି ।

ବ୍ଲଡ଼ ଗ୍ରୁପ୍ ୪ ପ୍ରକାରର ରହିଥାଏ । ଓ (o),ଏ (A),ବି (B),ଏବି (AB) ।

ଚାଲନ୍ତୁ ଆଜି ଜାଣିବା କେଉଁ ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତି କଣ ଖାଦ୍ୟ ଖାଇବା ଉଚିତ୍ ।

-'o' ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତିମାନଙ୍କୁ ପ୍ରୋଟିନ ଯୁକ୍ତ ଖାଦ୍ୟ ଅଧିକ ଖାଇବା ଆବଶ୍ୟକ । ଯେପରିକି ପ୍ରୋଟିନ ଯୁକ୍ତ ବିଭିନ୍ନ ଶସ୍ୟ ସହିତ ମାଛ, ମାଂସ ଓ ଡାଲି ଜାତୀୟ ଖାଦ୍ୟ ।

- 'A' ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତିମାନଙ୍କୁ ସବୁଜ ପନିପରିବା ଅଧିକ ଖାଇବା ଆବଶ୍ୟକ । ଯେପରିକି ଶାଗ ଜାତୀୟ ଖାଦ୍ୟ ନିୟମିତ ଖାଇଲେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ ଓ ଶରୀର ସୁସ୍ଥ ରହିଥାଏ । 'ଏ' ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତିମାନଙ୍କ ଇମ୍ୟୁନ୍ ସିଷ୍ଟମ ଅଧିକ ସମ୍ବେଦନଶୀଳ ହୋଇଥାଏ ତେଣୁ ଏମାନେ ଅଧିକ ଆମିଷ ଖାଇବା ଉଚିତ୍ ନୁହେଁ ।

-'B' ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତିମାନେ ଚିକେନ, ମଟନ୍ , ମାଛ, ଫଳ ମୂଳ ଓ ପନି ପରିବା ସବୁ କିଛି ଖାଇବା ଉଚିତ୍ । ଏହି ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତିଙ୍କ ପାଚନ ତନ୍ତ୍ର ଖୁବ୍ ମଜବୁତ୍ ହୋଇଥିବା କାରଣରୁ ସେମାନଙ୍କ ଶରୀରରେ ଚର୍ବି ବୃଦ୍ଧି ଅଧିକ ହୋଇ ନଥାଏ ।
-'AB' ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତିମାନେ ନିଜ ସାସ୍ଥ୍ୟକୁ ନେଇ ସଚେତନ ରହିବା ଉଚିତ୍ । ଏମାନେ ଯେବେବି ଖାଦ୍ୟ ଖାଉଛନ୍ତି ସେତେବେଳେ ଟିକେ ସତର୍କ ରହିବା ଉଚିତ୍ । ଏମାନେ ଶସ୍ୟ ଯୁକ୍ତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ ।

ମଧୁମେହ ରୋଗକୁ ମୂଳରୁ ଶେଷ କରିଥାଏ ଏହି ଚମତ୍କାରୀ ଫୁଲ,ଜାଣନ୍ତୁ...

ଅଧିକ ଲେମ୍ବୁ ପାଣି ପିଉଛନ୍ତି କି ? ଉପୁଜିଥାଏ ଏହି ସବୁ ସମସ୍ୟା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments