1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ମଧୁମେହ ରୋଗକୁ ମୂଳରୁ ଶେଷ କରିଥାଏ ଏହି ଚମତ୍କାରୀ ଫୁଲ,ଜାଣନ୍ତୁ...

ଆଜି ଆମେ ଆପଣମାନଙ୍କୁ ସଦାବାହାର ଫୁଲ ବିଷୟରେ କହିବାକୁ ଯାଉଛୁ । ଯାହାର କିଛି ଅଲଗା ଚମତ୍କାରୀ ଗୁଣ ରହିଛି ।

Sudesna Nayak
Sudesna Nayak
health Benefits eat this wonderful flower blood sugar will decrease

health Benefits eat this wonderful flower blood sugar will decrease

ମଧୁମେହ ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ଏହି ସମସ୍ୟା ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ପାଖରେ ଅଧିକ ଦେଖା ଯାଉଛି ।

ଆଜି ଆମେ ଆପଣମାନଙ୍କୁ ସଦାବାହାର ଫୁଲ ବିଷୟରେ କହିବାକୁ ଯାଉଛୁ । ଯାହାର କିଛି ଅଲଗା ଚମତ୍କାରୀ ଗୁଣ ରହିଛି । ଏହି ଫୁଲ ବାରମାସୀ ଅଟେ । ଏହି ଫୁଲ ଆମ ଦେଶରେ ଦୁଇ ପ୍ରଜାତିର ଦେଖିବାକୁ ମିଳିଥାଏ । ସଦାବାହାର ଫୁଲ ବାଇଗଣୀ ଓ ଧଳା ରଙ୍ଗର ଦେଖିବାକୁ ମିଳିଥାଏ । ଏହି ଫୁଲକୁ ଔଷଧ ଭାବରେ ବ୍ୟବହାର କରା ଯାଇଥାଏ । ଏହି ଫୁଲକୁ ଘରର ଅଗଣା ବା ବଗିଚାରେ ଲଗାଇଲେ ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ ।

ତେବେ ଚାଲନ୍ତୁ ଜାଣିବା ଏହି ଫୁଲର କିଛି ଔଷଧୀୟ ଗୁଣ ବିଷୟରେ...

ଆପଣମାନେ ଜାଣିଥିବେ, ମଧୁମେହ ରୋଗ ଯୋଗୁଁ ପ୍ରାୟତଃ ଆମ ଶରୀରର କିଡନୀ ଖରାପ ହୋଇଥାଏ ଏବଂ ଆଖିର ଦ୍ରୁଷ୍ଟି ଶକ୍ତି ମଧ୍ୟ ଚାଲି ଯାଇଥାଏ । ସଦାବାହାର ଫୁଲର ବ୍ୟବହାର କରିବା ଦ୍ଵାରା ଏହାର ନିବାରଣ ସମ୍ଭବ ହୋଇଥାଏ । ସଦାବାହାର ଗଛର ପତ୍ର ଡାଇବେଟିସ ବା ମଧୁମେହ ରୋଗ ପାଇଁ ରାମବାଣ ଭାବରେ କାମ କରିଥାଏ । ଯଦି ଆପଣଙ୍କର କିଡନୀ ଜନିତ ସମସ୍ଯା ରହିଛି, ତାହେଲେ କଲରା, ବିଲାତି ଓ କାକୁଡିକୁ ନେଇ ଗରମ ପାଣିରେ ଧୋଇ ଦିଅନ୍ତୁ । ଏହି ୩ଟି ଜିନିଷର ରସ ପ୍ରସ୍ତୁତ କରନ୍ତୁ । ଏହା ପରେ ସଦାବାହାର ଫୁଲର ୫ ରୁ ୭ଟି ଫୁଲ ବା ପତ୍ର ନିଅନ୍ତୁ ।

ଏହା ଆମ ଶରୀରରେ ଟକସିନ ବାହାର କରିବାରେ ବହୁ ସହାୟକ ହୋଇଥାଏ । ଏହା ସହିତ ସଦାବାହାର ଗଛର ପତ୍ରକୁ ପାଉଡର କରି ଏହାକୁ ପାଣି ବା ରସ ଭଳି ମଧ୍ଯ ସେବନ କରି ପାରିବେ ।

ଏହା ବ୍ୟତୀତ ଯଦି କୌଣସି ବିଷଧର ଜନ୍ତୁ ଆପଣଙ୍କୁ କାମୁଡି ଦେଇଥାଏ, ତାହେଲେ ସଦାବାହର ଫୁଲର ବ୍ୟବହାର ଦ୍ଵାରା ସୁଫଳ ମିଳିଥାଏ । ଏହା ବ୍ୟତୀତ ସଦାବାହାର ଗଛର ଚେର ଓ ଫୁଲକୁ ଗରମ ପାଣିରେ ଭଲ ଭାବେ ଫୁଟାଇ ଦିଅନ୍ତୁ । ଏହି ପାଣିର ସେବନ କରିବା ଦ୍ଵାରା ଡାଇବେଟିସ ବା ମଧୁମେହ ରୋଗ ଏବଂ ଶରୀରର ଅନ୍ୟ ଚର୍ବି ତରଳିବାକୁ ଲାଗିଥାଏ । ସଦାବାହାର ଗଛର ଚେର କ୍ୟାନସର ଭଳି ରୋଗରୁ ମୁକ୍ତି ଦେଇଥାଏ ।

ଏହାର ଅନ୍ୟ ଏକ ଉପାୟ ହେଉଛି, କିଛି ସଦାବାହାର ଚେର ସହିତ ମିଶ୍ରି ପାଉଡର କରି ଦିନକୁ ଦୁଇଥର ସେବନ କରନ୍ତୁ । ଏଭଳି କରିବା ଦ୍ଵାରା ଚର୍ମ ଜନିତ ସମସ୍ଯା ଦୂର ହୋଇ ଯାଇଥାଏ । ଏହାଛଡା ସଦାବାହାର ଗଛର ପତ୍ରକୁ ଗୁଣ୍ଡ କରି ଏହାର ସେବନ କଲେ, ଅନେକ ରୋଗର ନିବାରଣ ହୋଇଥାଏ । ବିଶେଷ ରୂପରେ ମଧୁମେହ ରୋଗୀ ମାନେ ସଦାବାହାର ଫୁଲ, ପତ୍ର ବା ଚେରର ବ୍ୟବହାର କରନ୍ତୁ । ଏଭଳି କରିବା ଦ୍ଵାରା ଶରୀରର ସୁଗାର ସ୍ତର କମ୍ ରହିଥାଏ ।

ଏହି ସଦାବାହାର ପତ୍ର ଅଧିକ ପିତା ହେଲେ ମଧ୍ୟ ଶରୀର ପାଇଁ ହିତକାରକ ଅଟେ । ତେଣୁ ଏହାର ପ୍ରୟୋଗ ନିଶ୍ଚିନ୍ତ ଭାବେ କରନ୍ତୁ । ଦେଖିବେ ଆପଣଙ୍କ ଶରୀରରେ ଅନେକ ରୋଗରୁ ମୁକ୍ତି ପାଇବାର ସକ୍ଷମତା ଦେଖାଯିବ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ସଦାବାହାର ପତ୍ର ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ହିଁ ନିଶ୍ଚିତ ଭାବରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଅଧିକ ଲେମ୍ବୁ ପାଣି ପିଉଛନ୍ତି କି ? ଉପୁଜିଥାଏ ଏହି ସବୁ ସମସ୍ୟା

ବାଦାମ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments