Health & Lifestyle

ଜାଣିଛନ୍ତି କି ? ପ୍ରତିଦିନ ଖାଉଥିବା ଧନିଆ ପତ୍ରର ଔଷଧୀୟ ଗୁଣ.....

ସେ ଡାଲି ହେଉ କି ତରକାରୀ ଧନିଆପତ୍ର ଟିକେ ମାତ୍ର ପଡ଼ି଼ଗଲେ ଖାଦ୍ୟ ର ସମ୍ପୂର୍ଣ୍ଣ ସ୍ୱାଦ ବଦଳି ଖାଦ୍ୟ ଖାଇବା ପାଇଁ ଖୁବ ସୁନ୍ଦର ଲାଗେ l ସାଧାରଣତଃ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଧନିଆ ପତ୍ର ବ୍ୟବହାର କରାଯାଇଥାଏ ।

13 January, 2023 9:00 PM IST By: Tanushree Mahapatra

ସେ ଡାଲି ହେଉ କି ତରକାରୀ ଧନିଆପତ୍ର ଟିକେ ମାତ୍ର ପଡ଼ି଼ଗଲେ ( coriender leaves )ଖାଦ୍ୟ ର ସମ୍ପୂର୍ଣ୍ଣ ସ୍ୱାଦ ବଦଳି ଖାଦ୍ୟ ଖାଇବା ପାଇଁ ଖୁବ ସୁନ୍ଦର ଲାଗେ l  ସାଧାରଣତଃ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଧନିଆ ପତ୍ର ବ୍ୟବହାର କରାଯାଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ସୁସ୍ଥ ଶରୀର ପାଇଁ ଧନିଆ ପତ୍ର କେତେ ଜରୁରୀ । ଏହି ଧନିଆ ପତ୍ରକୁ ନିୟମିତ ସେବନ କରିବା ଦ୍ୱାରା ଶରୀରରୁ ଅନେକ ପ୍ରକାରର ରୋଗ ଦୂର ହୋଇଥାଏ । ଧନିଆ ପତ୍ରରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିବା ସହିତ ଆଣ୍ଟି ଇଂଫ୍ଲେମେଟ୍ରି ଗୁଣ ବି ପ୍ରଚୁର ପରିମାଣର ରହିଥାଏ ।

। ଏହାକୁ ପ୍ରତିଦିନ ଖାଇବା ଦ୍ୱାରା  ଅନେକ ରୋଗରୁ ମୁକ୍ତି ମିଳିଥାଏ । ଅଧିକାଂଶ ଲୋକ ଧନିଆ ପତ୍ରକୁ ନିଜ ଖାଦ୍ୟ ତାଲିକାରେ ସାମିଲ କରନ୍ତି । ଧନିଆ ପତ୍ର ବିଭିନ୍ନ ପ୍ରକାର ବ୍ୟଞ୍ଜନର ସ୍ୱାଦ ବଢାଇବା ସହ, ଏଥିରେ ଅନେକ୍ ସ୍ୱାସ୍ଥ୍ୟ ଉପକାରୀ ଗୁଣ ମଧ୍ୟ ଭରି ରହିଥାଏ । ତେବେ ଆସନ୍ତୁ ଜାଣିବା ଧନିଆ ପତ୍ର ଖାଇବା ଦ୍ୱାରା କଣ କଣ  ସ୍ୱାସ୍ଥ୍ୟ ଉପକାରିତା ରହିଛି ସେ ବିଷୟରେ ।

ଧନିଆ ପତ୍ରରେ ଥିବା ଆଣ୍ଟିଅକ୍ସିଡେଣ୍ଟ ତତ୍ୱ ବ୍ଲଡ ସୁଗାର ମାତ୍ରାକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଯାହାଦ୍ୱାରା ମଧୁମେୟ ରୋଗ ପାଖ ମାଡି ନଥାଏ । ଏହାସହିତ ଶରୀର ସୁସ୍ଥ ରହିଥାଏ । ଏହାବ୍ୟତିତ ନିୟମିତ ଧନିଆ ପତ୍ର ସେବନ ଦ୍ୱାରା ହୃଦ ସମ୍ବନ୍ଧୀୟ ରୋଗ ଦୂର ହେବା ସହ ରକ୍ତ ସଂଚାଳନ ସଠିକ୍ ରୂପେ ହୋଇଥାଏ । ଧନିଆରେ ଆୟରନ ତତ୍ୱ ଭରପୁର ମାତ୍ରାରେ ରହିଥାଏ । ଯାହାଦ୍ୱାରା ଶରୀରରେ ରକ୍ତର ଅଭାବ ହୋଇନଥାଏ ଏବଂ ରକ୍ତ ଅଭାବରୁ ହେଉଥିବା ନିମୋନିଆ ରୋଗ ବି ଦୂର ହୋଇଥାଏ । ସେହିପରି ପ୍ରତିଦିନ ଧନିଆ ସେବନ ଦ୍ୱାରା ମସ୍ତିସ୍କ ସୁସ୍ଥ ରହିଥାଏ । ଏହାଦ୍ୱାରା ଅବସାଦ ଏବଂ ଚିନ୍ତନ ସମସ୍ୟା ଦୂର ହୋଇଥାଏ ।

ରକ୍ତହୀନତା ସହ ହୃତ୍‌ପିଣ୍ଡ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ବରଦାନ ସଦୃଶ ହୋଇଥାଏ। ଏଥିରେ ଥିବା କେତେକ ଗୁଣ ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏଥିରେ କ୍ୟାଲୋରି କମ୍‌ ଥାଏ ଯାହା ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ। ଏହା କୋଲେଷ୍ଟ୍ରୋଲସ୍ତର କମ୍‌ ମଧ୍ୟ କରିଥାଏ। ପାଚନତନ୍ତ୍ରକୁ ଠିକ୍‌ ଭାବେ କାର୍ଯ୍ୟ କରାଇବା ସହ ଯକୃତକୁ ମଧ୍ୟ ସୁସ୍ଥ ରଖିଥାଏ।

ଧନିଆରେ କାର୍ବୋହାଇଡ୍ରେଟ୍ସର ମାତ୍ରା ପ୍ରଚୁର ପରିମାଣର ଥାଏ । ପ୍ରତିଦିନ ଏହି ଜୁସ୍ ପିଇଲେ ତ୍ୱଚା ସମ୍ବନ୍ଧୀୟ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ । ଧନିଆ ପତ୍ର ଜୁସ୍ ପେଟ କମାଇବା ସହ କ୍ୟାଲୋରୀକୁ କମ୍ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଏହି ରସକୁ ସକାଳେ ହେଉ ବା ସଂଧ୍ୟାରେ ଯେକୌଣସି ସମୟରେ ପିଇପାରିବେ । ଶରୀରରୁ ଟକ୍ସିନ୍ ଦୂର କରିବାରେ ଧନିଆ ଜୁସ୍ ଖୁବ୍ ସାହାଯ୍ୟ କରିଥାଏ । କିଡନୀ ଜାତୀୟ ମସସ୍ତ ସମସ୍ୟାରୁ ମୁକ୍ତି ଦେଇଥାଏ ଧନିଆ ପତ୍ର ରସ । ଧନିଆରେ ପୋଟାସିୟମ୍ ଭରପୁର ଥାଏ । ଏହି ଜୁସ୍ ପ୍ରତିଦିନ ପିଇଲେ ହାର୍ଟ ଜନିତ ସମସ୍ୟାରୁ ଉପୁଜୁଥିବା ବିପଦରୁ ରକ୍ଷା ମିଳିଥାଏ ।

ଧନିଆ ପତ୍ରରେ ପ୍ରୋଟିନ୍‌, କାର୍ବୋହାଇଡ୍ରେଡ୍‌, ଫସଫରସ୍‌, ମିନେରାଲ, କ୍ୟାଲସିୟମ୍‌, ଫାଇବର, ପୋଟାସିୟମ୍‌ର ଗୁଣ ଭରି ରହିଥାଏ । ପ୍ରତିଦିନ ଧନିଆ ପତ୍ରରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ,ତାହା ରକ୍ତରେ ସୁଗାର ପରିମାଣକୁ ଅନେକାଂଶରେ ସନ୍ତୁଳିତ ରଖିଥାଏ । ଧନିଆ ପତ୍ର ଶରୀରର ଇନସୁଲିନ୍ ମାତ୍ରା ମଧ୍ୟ ବଢାଇଥାଏ । ପେଟ ଜନିତ କୌଣସି ସମସ୍ୟା ଥିଲେ, ଧନିଆ ପତ୍ର ସେସବୁ ଦୂର କରିବାରେ ବେଶ ସହାୟକ ହୋଇଥାଏ । ନିୟମିତ ଧନିଆ ପତ୍ର ସେବନ କଲେ, ପାଚନକ୍ରିୟା ଆହୁରି ସକ୍ରିୟ ହୋଇଥାଏ । ପେଟ ଦରଜରୁ ଉପଶମ ଦେବାରେ ସହାୟକ ହୁଏ ଧନିଆ ପତ୍ର । ଶରୀରର କୋଲେଷ୍ଟ୍ରଲ ପରିମାଣକୁ ସନ୍ତୁଳିତ ରଖିଥାଏ ଧନିଆ ପତ୍ର । ପ୍ରତିଦିନ ଏହାକୁ ସେବନ କରିବା ଦ୍ୱାରା, ଦୃଷ୍ଟି ଶକ୍ତି ପ୍ରଖର ହୋଇଥାଏ । ଧନିଆ ପତ୍ରରେ ଭରି ରହିଥିବା ଭିଟାମିନ୍ ‘ସି’ ସ୍ୱାସ୍ଥ୍ୟ ପାଇଁ ବହୁତ୍ ଉପକାରୀ ହୋଇଥାଏ ।

ଓଜନ କମ୍ କରିବାରେ ସାହାଯ୍ୟ କରେ ଧନିଆ ପତ୍ର । ଧନିଆ ପତ୍ରର ବ୍ୟବହାର ଓଜନ କମେଇବେ ସାହାଯ୍ୟ କରିଥାଏ । ଗବେଷଣାରୁ ଜଣାପଡିଛି ଯେ ଧନିଆ ପାତ୍ରରେ କ୍ୱେରସେଟିନ ନାମକ ଫ୍ଲେବନୋଏଡ ମିଳିଥାଏ । ଏହି ଫ୍ଲେବନୋଏଡରେ ଆଣ୍ଟିଓ଼ବେସିଟି ଗୁଣ ରହିଛି ଯାହା ଓଜନ କମାଇବାରେ ସାହାଯ୍ୟ କରେ । ସଂକ୍ରମଣକୁ ଦୂର କରେ ଧନିଆ ପତ୍ର । ଧନିଆ ପତ୍ର ବ୍ୟବହାର ଦ୍ୱାରା ଅନେକ ପ୍ରକାର ସଂକ୍ରମଣକୁ କିଛି ମାତ୍ରାରେ ଦୂର କରାଯାଇ ପାରିବ । ଏକ ଗବେଷଣା ଅନୁସାରେ ଧନିଆ ପତ୍ରର ତେଲରୁ ବିଭିନ୍ନ ପ୍ରକାର ସଂକ୍ରମଣକୁ ରୋକାଯାଇ ପାରିବ । ଧନିଆ ତେଲକୁ ଗରମ ପାଣି ଲୁଣରେ ପକାଇ ଗର୍ଗଲ କଲେ ତଣ୍ଟିରେ ସଂକ୍ରମଣ ଦୂର ହୁଏ । ଆଖିରୁ ବାରମ୍ବାର ପାଣି ବାହାରିଲେ ଧନିଆ ପତ୍ର ବ୍ୟବହାର କରନ୍ତୁ । ଧନିଆ ପତ୍ରକୁ ଛୋଟଛୋଟ କାଟି ଏକ ଗ୍ଲାସ ପାଣିରେ ଫୁଟାଇ ନିଅନ୍ତୁ । ଏହି ପାଣିକୁ ଛାଣି ସେହି ପାଣିରେ ଗୋଟିଏ ସଫା କପଡା ଦ୍ୱାରା ଆଖିକୁ ସେକାନ୍ତୁ ଏହା ଦ୍ୱାରା ଆଖିରୁ ପାଣି ବାହାରିବା ବନ୍ଦ ହେବ ସହିତ ଆଖି କୁଣ୍ଡେଇ ହେବା ମଧ୍ୟ କମିଯାଏ ।

ଅଣ୍ଡା ଓ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାସ୍ଥ୍ୟ କୁ ହିତ ବାଜରା ଖେଚେଡି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)