1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଏହି ବଡ ବଡ ରୋଗରୁ ମୁକ୍ତି ଦିଏ ଭୃସଙ୍ଗ ପତ୍ର

ଭାରତୀୟ ରୋଷେଇରେ ଭୃସଙ୍ଗ ପତ୍ରର ବ୍ୟବହାର ବହୁତ ହୋଇଥାଏ । "କଡୀ ପତ୍ତା" ନାମରେ ସୁପରିଚିତ ଏହି ବିଶିଷ୍ଟ ପତ୍ର ଦକ୍ଷିଣ ଭାରତ ରେ ହାରାହାରି ସମସ୍ତ ବ୍ୟଞ୍ଜନର ଏକ ଵିଶିତ ଅଂଶ ଏହା କେବଳ ତରକାରୀର ସ୍ୱାଦକୁ ବଢାଇ ନ ଥାଏ ବରଂ ଅନେକ ରୋଗକୁ ମଧ୍ୟ ଭଲ କରିଥାଏ । ଏହା ସ୍ୱାସ୍ଥ୍ୟ ଓ ସୁନ୍ଦରତା ପାଇଁ ବହୁତ ଲାଭଦାୟକ ଅଟେ । ଭୃସଙ୍ଗ ପତ୍ରରେ ଅଛି ଅନେକ ଔଷଧୀୟ ଗୁଣ ।

Sudesna Nayak
Sudesna Nayak
health benefits of curry leaves you cannot miss

health benefits of curry leaves you cannot miss

ଭାରତୀୟ ରୋଷେଇରେ ଭୃସଙ୍ଗ ପତ୍ରର ବ୍ୟବହାର ବହୁତ ହୋଇଥାଏ । "କଡୀ ପତ୍ତା" ନାମରେ ସୁପରିଚିତ ଏହି ବିଶିଷ୍ଟ ପତ୍ର ଦକ୍ଷିଣ ଭାରତ ରେ ହାରାହାରି ସମସ୍ତ ବ୍ୟଞ୍ଜନର ଏକ ଵିଶିତ ଅଂଶ ଏହା କେବଳ ତରକାରୀର ସ୍ୱାଦକୁ ବଢାଇ ନ ଥାଏ ବରଂ ଅନେକ ରୋଗକୁ ମଧ୍ୟ ଭଲ କରିଥାଏ । ଏହା ସ୍ୱାସ୍ଥ୍ୟ ଓ ସୁନ୍ଦରତା ପାଇଁ ବହୁତ ଲାଭଦାୟକ ଅଟେ । ଭୃସଙ୍ଗ ପତ୍ରରେ ଅଛି ଅନେକ ଔଷଧୀୟ ଗୁଣ ।

ତେବେ ଆସନ୍ତୁ ଜାଣିବା ଭୃସଙ୍ଗ ପତ୍ରର ବହୁ ଜଣା ଅଜଣା କଥା ।

  • ଖାଲି ପେଟରେ ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ଭୃସଙ୍ଗ ପତ୍ରରେ ପୋଷକ ତତ୍ତ୍ୱ ଭରପୂର ରହିଥାଏ, ଯାହା ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । 
  • ଭୃଷୁଙ୍ଗା ଗଛରେ ଏମିତି ଆୟୁର୍ବେଦିକ ତତ୍ୱ ମିଳିଥାଏ ଯାହା କ୍ୟାନ୍ସର ଭଳି ରୋଗକୁ ମଧ୍ୟ ଦୂର କରିପାରେ ଯଦି ଆପଣ ଭୃଷୁଙ୍ଗା ପତ୍ରର ସେବନ କରୁନାହାନ୍ତି ତେବେ ଆଜିଠାରୁ ହିଁ ସେବନ କରିବା ଆରମ୍ଭ କରିଦିଅନ୍ତୁ ।
  • ଯଦି କାହାରିକୁ ପଲେଷ୍ଟରର ସମସ୍ୟା ଅଧିକ ହେଉ ଅଛି ତେବେ ଭୃଷୁଙ୍ଗା ପତ୍ରର ସେବନ ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ଅଟେ କାରଣ ଏହାର ସେବନ ଦ୍ୱାରା ଆପଣଙ୍କର କୋଲେଷ୍ଟରକୁ କମ କରିବାରେ ଏହା ସାହାଯ୍ୟ କରିଥାଏ ।
  • ହୃଦୟ ସମ୍ଭଦିତ ରୋଗୀଙ୍କ ପାଇଁ ଭୃଷୁଙ୍ଗା ପତ୍ରର ସେବନ କରିବା ମଧ୍ୟ ବହୁତ ଲାଭ ଦାୟକ ଅଟେ ।
  • ଯଦି ଆପଣଙ୍କୁ ବ୍ଲଡ଼ ସୁଗାର ଭଳି ସମସ୍ୟା ଅଛି ତେବେ ଭୃଷୁଙ୍ଗା ପତ୍ରର ସେବନ ନିହାତି କରନ୍ତୁ ଏହା ଆପଣଙ୍କର ବ୍ଲଡ଼ ସୁଗାରକୁ କଣ୍ଟ୍ରୋଲରେ ରଖିବାକୁ ବହୁତ ସାହାଯ୍ୟ କରିଥାଏ ।
  • ଯଦି ଆପଣଙ୍କର କେଶ ଅଧିକ ଉପୁଡୁଛି ତେବେ ଆପଣ ନିହାତି ଭୃଷୁଙ୍ଗା ପତ୍ରର ସେବନ କରନ୍ତୁ ଭୃଷୁଙ୍ଗା ପତ୍ରର ସେବନ ଦ୍ୱାରା ଆପଣଙ୍କର କେଶ ଘନ ଲମ୍ବା ଏବଂ କେଶ ସମ୍ଭଦିତ ସମସ୍ତ ସମସ୍ୟା ଦୂର ହୋଇଯାଏ ।
  • ଭୁର୍ଷୁଙ୍ଗା ପତ୍ର ରସ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଦୃଢ ହୁଏ । ଏହା ସହିତ ଏହା ଗ୍ୟାସ୍, ପେଟରେ ଅଦୃଶ୍ୟତା ଭଳି ସମସ୍ୟା ଦୂର କରିବାରେ ମଧ୍ୟ ଏକ ଭଲ ଭୂମିକା ଗ୍ରହଣ କରିଥାଏ । ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରେ ।
  • ଭୁର୍ଷୁଙ୍ଗା ପତ୍ର ରସ ଖାଇ ରକ୍ତହୀନତାର ସମସ୍ୟା ଦୂର ହୁଏ । ଏଥିରେ ବହୁ ପରିମାଣର ଲୈହ ଏବଂ ଫୋଲିକ୍ ଏସିଡ୍ ଥାଏ ଯାହା ରକ୍ତହୀନତାକୁ ଭଲ କରିବାରେ ସାହାଯ୍ୟ କରିଥାଏ ,ଶରୀରକୁ ଭିତରୁ ସଫା କରିଥାଏ । ଶରୀରରୁ ବିଷାକ୍ତ ଉପାଦାନ ଗୁଡିକ ବାହାର କରି ଶରୀରକୁ ସ୍ୱଚ୍ଛ କରିବାର କାର୍ଯ୍ୟ ମଧ୍ୟ ଭୁର୍ଷୁଙ୍ଗା ପତ୍ରର ରସ ସହିତ ଭଲ କରିଥାଏ ।
  • ଏହା ସହିତ ଏହା ଅଧିକ ଚର୍ବି ହଟାଇବାରେ ମଧ୍ୟ ବହୁତ ସାହାଯ୍ୟ କରେ । ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଭୁର୍ଷୁଙ୍ଗା ପତ୍ର ରସ ଓଜନ ହ୍ରାସ କରିବାରେ ବହୁତ ସାହାଯ୍ୟ କରେ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments