1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ରକ୍ତହୀନତା ସମସ୍ୟାରୁ ମୁକ୍ତି ଦିଏ ଧନିଆ ପତ୍ର

ଉତ୍ତମ ଶରୀର ପାଇଁ ପ୍ରତିଦିନ ଖାଆନ୍ତୁ ଧନିଆ ପତ୍ରସାଧାରଣତଃ ତରକାରୀରେ ସ୍ୱାଦ ବଢ଼ାଇବା ପାଇଁ ଧନିଆ ପତ୍ରର ବ୍ୟବହାର କରାଯାଏ । ଏହାକୁ ପକାଇବା ଦ୍ୱାରା ତାରକାରୀର ସ୍ୱାଦ ଦ୍ୱିଗୁଣିତ ହୋଇଯାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏହା ଶରୀର ପାଇଁ ମଧ୍ୟ ଖୁବ ଲାଭଦାୟକ ହୋଇଥାଏ। କେବଳ ସ୍ୱାଦ ନୁହେଁ ବରଂ ଏହା ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇଥାଏ । ନିମ୍ନଲିଖିତ ଏହି ରୋଗ ପାଇଁ ଶରୀର ପାଇଁ ଫଇଦାମନ୍ଦ ହୋଇଥାଏ ଧନିଆ ପତ୍ର । ଧନିଆ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ ଯାହା ୩୦ରୁ ୯୦ ସେ.ମି. ଯାଏ ବଢ଼ିଥାଏ । ଏହା ଏକ ଭଲ ମସଲା ଭାବେ ଲୋକପ୍ରିୟ । ଏହାର ପତ୍ର ଓ ଫଳ ଭଭୟକୁ ମସଲା ରୂପେ ବ୍ୟବହାର କରାଯାଏ ।

Sudesna Nayak
Sudesna Nayak
Health benefits of coriander leaf

ଧନିଆପତ୍ର କେବଳ ଯେ ଖାଦ୍ୟର ସ୍ୱାଦ ବଢ଼ାଇ ଥାଏ ତାହା ନୁହେଁ, ଏଥିରେ ସିଲାଣ୍ଟ୍ରୋ ମାଙ୍ଗାନିଜ, ଡାଇଟାରି ଫାଇବର, ମାଗ୍ନେସିୟମ, ଆଇରନ, ଭିଟାମିନ୍‌ ସି, ଭିଟାମିନ୍‌ କେ ଏବଂ ପୁଷ୍ଟିସାର ଭରି ରହିଛି । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ଧନିଆ ପତ୍ର ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ । 

ଧନିଆ ପତ୍ର ମଧୁମେହ ରୋଗୀଙ୍କ ପାଇଁ ବେଶ ଭଲ ହୋଇଥାଏ । ଏହା ଶରୀରରେ ରକ୍ତ ସର୍କରାର ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ । ଏହାକୁ ନିୟମିତ ଖାଇବା ଦ୍ୱାରା ବ୍ଲଡରେ ଇନସୁଲିନର ମାତ୍ରା ନିୟନ୍ତ୍ରଣ ରହିଥାଏ ।

ଧନିଆ ଏକ ଭଲ ମସଲା । ଏହାର ମଞ୍ଜିକୁ ଓ ପତ୍ରକୁ ମସଲା ରୂପେ ଅନେକ ପ୍ରକାରର ଭାରତୀୟ ବ୍ୟଞ୍ଜନରେ ବ୍ୟବହାର କରାଯାଏ । ଏହାର ପତ୍ର ସହିତ ତେନ୍ତୁଳି ମିଶାଇ ସ୍ୱାଦିଷ୍ଠ ଚଟଣୀ ମଧ୍ୟ କରାଯାଏ ।  ଧନିଆ ମଞ୍ଜିକୁ ପାନର ମସଲା ରୂପେ ମଧ୍ୟ ଉପଯୋଗ କରାଯାଏ ।

ଧନିଆ ପତ୍ର ସେବନ ଦ୍ୱାରା ଏହି ସବୁ ସମସ୍ୟାକୁ ଉପଶମ ମିଳିଥାଏ

  • ଧନିଆପତ୍ର ରକ୍ତହୀନତା ସହ ହୃତପିଣ୍ଡ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।
  • ଧନିଆପତ୍ର ଏନିମିଆ ଭୋଗୁଥିବା ରୋଗୀମାନଙ୍କ ପାଇଁ ଉତ୍କୃଷ୍ଟ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଆଇରନ୍‌ ଥାଏ ଯାହା ଏନିମିଆକୁ ଦୂର କରିଥାଏ ।
  • ଧନିଆପତ୍ର ହାନିକାରକ କୋଲେଷ୍ଟ୍ରୋଲର ମାତ୍ରାକୁ କମ୍‌ କରି ଲାଭଦାୟକ କୋଲେଷ୍ଟ୍ରୋଲର ମାତ୍ରାକୁ ବଢ଼ାଇଥାଏ । ଏଥିସହିତ ଏହା ହଜମ ପ୍ରକ୍ରିୟାପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ ।
  • ମଧୁମେହ ରୋଗୀଙ୍କ ପାଇଁ ଧନିଆଁପତ୍ର ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ଏହା ଶରୀରରୁ ଇନସୁଲିନ କ୍ଷରଣକୁ ଉତ୍ତେଜିତ କରିଥାଏ ଏବଂ ବ୍ଲଡ୍‌ ସୁଗାର ମାତ୍ରାକୁ କମ୍‌ କରିଥାଏ ।
  • ଧନିଆପତ୍ର ସ୍ନାୟୁଗତ ସମସ୍ୟା ପାଇଁ ମଧ୍ୟ ଉପଯୁକ୍ତ ହୋଇଥାଏ ।

କିନ୍ତୁ ଆପଣମାନେ ଜାଣନ୍ତି କି, ମୁଖ କୁଞ୍ଚନରୁ ଦୂରେଇ ରଖିବାରେ କେମିତି ସାହାଯ୍ୟ କରେ ଧନିଆ ପତ୍ର । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ଚାଉଳ ଚୂନା ସହିତ ଧନିଆ ପତ୍ର ପେଷ୍ଟ ଏବଂ ଅଳ୍ପ ଲେମ୍ବୁ ରସ ମିଶାଇ ତ୍ବଚାରେ ଲଗାଇବେ । ଏହା ଶୁଖିବା ପରେ, ତ୍ବଚାକୁ ଧୋଇ ସଫା କରିବେ ।ଏହା ଦ୍ବାରା , ମୁଖ କୁଞ୍ଚନ ସମସ୍ୟା କମ୍ ହୋଇଥାଏ ।

ଧନିଆ ପତ୍ରରୁ ପ୍ରସ୍ତୁତ ପେଷ୍ଟରେ , ଆଲୋଭେରା ଜେଲ ଏବଂ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବେ । ତାପରେ ଏହି ପେଷ୍ଟକୁ ନେଇ ତ୍ବଚାରେ ଲଗାଇ ୨୦ ରୁ ୨୫ ମିନିଟ ଯାଏଁ ଛାଡିବେ । ତାପରେ ସଫା ପାଣିରେ ତ୍ବଚାକୁ ଧୋଇବେ । ସପ୍ତାହକୁ ୨ ରୁ ୩ ଥର ଏହାକୁ ତ୍ବଚାରେ ବ୍ୟବହାର କରି ପାରିବେ । ଯାହା ଦ୍ବାରା, ମୁଖ କୁଞ୍ଚନ ସମସ୍ୟା କମ ହୁଏ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments