ଆଜିକାଲିର ବ୍ୟସ୍ତ ବହୁଳ ଜୀବନଶୈଳୀରେ ଲୋକମାନେ ନିଜ ସ୍ୱାସ୍ଥ୍ୟକୁ ଅଣଦେଖା କରୁଛନ୍ତି | ଖାଦ୍ୟପେୟର ଉପଯୁକ୍ତ ସନ୍ତୁଳନ ରହୁନଥିବାରୁ ଅଧିକାଂଶ ସମୟରେ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଉଛି | ଏହି ସବୁ ରୋଗ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟରେ ଓଜନ ବଢିବା ସମସ୍ୟା ସାଧାରଣତଃ ସବୁ କ୍ଷେତ୍ରରେ ଦେଖାଯାଇଥାଏ | ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ଅନେକ ଉପାୟ ଅବଲମ୍ବନ କରିଥାନ୍ତି |
ଅଧିକାଂଶ ଲୋକ ଡାଏଟିସିଆନ୍ ଓ ମେଡିସିନ୍ର ସାହାଯ୍ୟ ନେଇଥା’ନ୍ତି , କିନ୍ତୁ ଏସବୁ ରକ୍ଷା ପାଇବା ପାଇଁ ସହଜ ଉପାୟ ଲେମ୍ବୁ (Lemon) ହୋଇଥାଏ , ଲେମ୍ବୁ ଆପଣଙ୍କୁ ବିଭିହ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ରକ୍ଷା କରିବାର କ୍ଷମତା ରଖିଥାଏ । ଲେମ୍ବୁ ପାଣି ଏସିଡିଟି, ପେଟ ଫୁଲିବା ପରି ସମସ୍ୟାକୁ ଭଲ କରିଥାଏ |
- ଲେମ୍ବୁ (Lemon) ମଣିଷ ଶରୀରର ପିଏଚ୍ ସ୍ତରକୁ ନିୟନ୍ତ୍ରଣ କରିଥାଏ | ଲେମ୍ବୁରେ(Lemon) ଥିବା ଆଇରନ୍, ମ୍ୟାଗ୍ନେସିୟମ୍, ଫସଫରସ୍, କ୍ୟାଲସିୟମ୍, ପୋଟାସିୟମ୍ ଓ ଜିଙ୍କ୍ ପରି ତତ୍ତ୍ୱ ଶରୀରରେ ଅଲଗା ଅଲଗା ଆବଶ୍ୟକତାକୁ ପୂରଣ କରିଥାଏ |
- ପ୍ରତିଦିନ ଲେମ୍ବୁ ପାଣି (lemon water)ପିଇବା ଦ୍ୱାରା କିଡ୍ନୀ ଷ୍ଟୋନ୍ କମ ହୋଇଥାଏ | ଅର୍ଥାତ ଶରୀରରେ ଷ୍ଟୋନ ଜନିତ ସମସ୍ୟା ଦୂର କରିବାରେ ଲେମ୍ବୁ ସାହାର୍ଯ୍ୟ କରିଥାଏ |
- ଲେମ୍ବୁ (Lemon) ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହିତ ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇ ଥାଏ |
- ଲେମ୍ବୁରେ (Lemon) ଥିୟାମିନ୍, ନୟାସିନ୍, ରିବୋଫ୍ଲୋବିନ୍, ଭିଟାମିନ୍ ବି ୬, ଭିଟାମିନ୍ ଇ ରହିଛି | ଯାହା କୋଷ୍ଠକାଠିନ୍ୟ, କିଡ୍ନୀ ସମସ୍ୟା, ଗଳା ଓ ପାଟି ଜନିତ ସମସ୍ୟାକୁ ଭଲ କରିଥାଏ |
- ଲେମ୍ବୁ (Lemon) ଖାଇଲେ ରକ୍ତଚାପ ନିୟନ୍ତ୍ରଣ ହେବା ସହ ଡିପ୍ରେସନ୍ ଦୂର ହୋଇଥାଏ |
- ଲେମ୍ବୁର(Lemon) ନିୟମିତ ଖାଇବା ଦ୍ୱାରା ଡାଇବେଟିସ୍ ରୋଗୀଙ୍କ ସୁଗାର ନିୟନ୍ତ୍ରିତ ହୋଇଥାଏ।
ଅନ୍ୟପକ୍ଷେ ,ଲେମ୍ବୁ ପାଣି ପିଇବା ସମୟରେ କିଛି ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇଥାଏ |
- ଯଦି ଲେମ୍ବୁ ପାଣି (Leon water) ପିଉଛନ୍ତି, ତେବେ ମନେ ରଖନ୍ତୁ ପିଇବାର ତୁରନ୍ତ ପରେ ଦାନ୍ତକୁ ବ୍ରସ୍ କରନ୍ତୁ ନାହିଁ |
- ଲେମ୍ବୁ ପାଣି (Leon water)ସମସ୍ତଙ୍କ ପାଇଁ ଉପକାରୀ ହୋଇନଥାଏ | କିଛି ଲୋକଙ୍କର ଲେମ୍ବୁରେ(Lemon) ଆଲର୍ଜି ରହିଥାଏ ତେଣୁ ଲେମ୍ବୁ ପାଣି ପିଇବା ଦ୍ୱାରା ଗଳା ଖରାପ ହେବାର ଆଶଙ୍କା ରହିଥାଏ |
- ସେହିପରି ଯଦି ଅଲସର୍ ରୋଗରେ ପୀଡ଼ିତ ଅଛନ୍ତି, ତେବେ ଲେମ୍ବୁ (Lemon)ବିଲକୁଲ ବି ଖାଆନ୍ତୁ ନାହିଁ |
- ଲେମ୍ବୁରେ (Lemon) ସାଇଟ୍ରିକ୍ ଏସିଡ୍ ଅଧିକ ଥିବାରୁ ଏହା ଦାନ୍ତ ଓ ପେଟକୁ କ୍ଷତି ପହଞ୍ଚାଇଥାଏ |