Health & Lifestyle

ମହୁଲ ଗଛର ଉପକାରିତା , ଫୁଲର ଔଷଧୀୟ ଗୁଣ

ମହୁଲ ଏକ ଗଛର ନାମ ଯାହା ଜଙ୍ଗଲ ଗୁଡିକରେ ଅଧିକ ମାତ୍ର ରେ ଦେଖିବାକୁ ମିଳେ l ଏହା ସାଧାରଣତଃ ଜଙ୍ଗଲୀ ଅଞ୍ଚଳରେ ଦେଖାଯାଏ | ଶୀତ ଦିନେ ମହୁଲ ଗଛରେ ଫୁଲ ହୁଏ l ଏହାର ପାଚିଲା ଫଳ ଅତି ସୁସ୍ୱାଦୁ | ମହୁଲ ଗଛ ସାଧାରଣତଃ ପାହାଡିଆ ଜାଗା ଓ ଜଙ୍ଗଲ ଜାଗାରେ ଅଧିକ ଭାବରେ ଦେଖିବାକୁ ମିଳିଥାଏ l

27 November, 2022 4:57 PM IST By: Tanushree Mahapatra

ମହୁଲ ଏକ ଗଛର ( meeol tree )ନାମ ଯାହା ଜଙ୍ଗଲ ଗୁଡିକରେ ଅଧିକ ମାତ୍ର ରେ ଦେଖିବାକୁ ମିଳେ l ଏହା ସାଧାରଣତଃ ଜଙ୍ଗଲୀ ଅଞ୍ଚଳରେ ଦେଖାଯାଏ | ଶୀତ ଦିନେ ମହୁଲ ଗଛରେ ଫୁଲ ହୁଏ l ଏହାର ପାଚିଲା ଫଳ ଅତି ସୁସ୍ୱାଦୁ | ମହୁଲ ଗଛ ସାଧାରଣତଃ ପାହାଡିଆ ଜାଗା ଓ ଜଙ୍ଗଲ ଜାଗାରେ ଅଧିକ ଭାବରେ ଦେଖିବାକୁ ମିଳିଥାଏ l ମହୁଲ ଫୁଲକୁ ପାହାଡିଆ ଅଞ୍ଚଳର ଲୋକମାନେ ଖାଦ୍ୟ ଭାବରେ ବ୍ୟବହାର କରିଥାନ୍ତି l ମହୁଲର କେତେକ ଔଷଧୀୟ ଗୁଣ ମଧ୍ୟ ରହିଛି l

ମହୁଲ ଗଛର ଫୁଲକୁ ମଦ ଭାବରେ ପ୍ରସ୍ତୁତ କରାଯାଏ l ଶୀତଦିନରେ ( winter season ) ଏହାକୁ ସାଧାରଣତଃ ଫୁଟିବାର ଦେଖାଯାଏ l ଖରାଦିନ ଆସିଲା ବେଳକୁ ଏହା ପରିପକ୍ଵ ଅବସ୍ଥାକୁ ଚାଲି ଆସିଥାଏ l ବର୍ତ୍ତମାନ ସମୟରେ ଲୋକେ ନିଜ କାମରେ ବ୍ୟସ୍ତ ହୋଇଯାଉଛନ୍ତି । ଶରୀରରେ ଦୁର୍ବଳତା ସମସ୍ୟା ମଧ୍ୟ ଦେଖା ଦେଲାଣି ।

ଆୟୁର୍ବେଦ ଅନୁସାରେ ମହୁଲ ଏକ ଶକ୍ତିବର୍ଦ୍ଧକ ଔଷଧ । ଏଥିରେ ଆଇରନ୍ ( iron ) ,ଜିଙ୍କ( jinc ) ,କ୍ୟାଲସିୟମ୍( calcium ) ଏବଂ ଫାଇବର ( fibre )  ସହ ପ୍ରୋଟିନର ମାତ୍ରା ମଧ୍ୟ ଭରପୂର ରହିଥାଏ। ଏହା ମନୁଷ୍ୟ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏହା ସେବନ କରିବା ଦ୍ବାରା ଶରୀରରେ ଥକ୍କାପଣ,ଦୁର୍ବଳତା ଏବଂ ଯୌନ ରୋଗରୁ ମୁକ୍ତି ମିଳିଥାଏ। ଏହା ଦ୍ବାରା ଶରୀରରେ ଶକ୍ତି ମିଳିଥାଏ ଏବଂ ଶରୀରର ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ।

ମହୁଲର ଛାଲିକୁ ଟନସିଲ,ଡାଇବେଟିସ୍,ଅଲସର ଏବଂ ଆର୍ଥରାଇଟିସ୍ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ଏଥିପାଇଁ ଆପଣ ମହୁଲର ଛାଲିକୁ କାଢ଼ା କରି ନିୟମିତ ସେବନ କରି ପାରିବେ। ଏହା ଦ୍ବାରା ସମସ୍ତ ସମସ୍ୟା ଦୂର ହୋଇଯିବ। ଏହା ସହିତ ଶରୀରରେ ଜବରଦସ୍ତ ଶକ୍ତି ଆସିବ।

ଆୟୁର୍ବେଦ ଅନୁସାରେ ମହୁଲର ଗାଣ୍ଠ ଏବଂ ଛାଲ ଦାନ୍ତବ୍ୟଥା ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଯଦି ଆପଣଙ୍କ ଦାନ୍ତରେ ଯନ୍ତ୍ରଣା ଏବଂ ମାଢ଼ିରୁ ରକ୍ତ ବାହାରୁଥାଏ ତେବେ ଆପଣ ମହୁଲର ଛାଲରୁ ବାହାରୁଥିବା ରସ ସହ ଅଳ୍ପ ପାଣି ମିଶାନ୍ତୁ ଏବଂ ଏହି ପାଣିରେ ଗାର୍ଗଲିଂ କରନ୍ତୁ। ଏହା ଦ୍ବାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ।

ମହୁଲ ଫୁଲ ଅର୍ଶ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଆପଣ ଏହାର ଫୁଲକୁ ଘିଅରେ ଭାଜି ରୋଗୀଙ୍କୁ ନିୟମିତ ଭାବେ ଖାଇବାକୁ ଦିଅନ୍ତୁ। ଏହା ଦ୍ବାରା ଅର୍ଶ ଭଲ ହୋଇଯିବ। ଏହା ଦ୍ବାରା ଅର୍ଶ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ମିଳିବ।

ତ୍ବଚା ସମ୍ବନ୍ଧୀୟ ରୋଗ ଏକଜିମାର ଚିକିତ୍ସାରେ ମଧ୍ୟ ମହୁଲ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଏଥିପାଇଁ ଆପଣ ମହୁଲ ପତ୍ରରେ ତିଳ ତେଲ ଲଗାଇ ଗରମ କରନ୍ତୁ। ଏହି ଗରମ ପତ୍ରକୁ ଆପଣ ପ୍ରଭାବିତ ସ୍ଥାନରେ ଲଗାନ୍ତୁ। ଏହା ଦ୍ବାରା ଆପଣ ସବୁ ପ୍ରକାର ସମସ୍ୟାରୁ ମୁକ୍ତି ପାଇବେ।

ଚର୍ମ ରୋଗ ବିଭିନ୍ନ ସମସ୍ୟା କାରଣରୁ ଆମେମାନେ ବିଭିନ୍ନ ପ୍ରକାରର ଔଷଧ ସେବନ କରିବା ସହିତ ଲଗାଇ ମଧ୍ୟ ଥାଉ l କିନ୍ତୁ ବେଳେ ବେଳେ ଏହି ଚର୍ମ ରୋଗ ଅଟେ ଭୟଙ୍କର ରୂପ ନିଏଯେ ଯାହା ସମ୍ଭାଳିବା ଆମ ପକ୍ଷରେ ସାହିବ କଷ୍ଟକର ହୋଇଥାଏ l ମହୁଲ ମଞ୍ଜିରୁ ପ୍ରସ୍ତୁତ ହୋଇଥିବା ତେଲକୁ ଉଷୁମ କରି ଚର୍ମ ରୋଗରେ ଲଗାଇବା ଦ୍ୱାରା ଆରମ୍ଭ ମିଳିଥାଏ

ଶୀତଦିନେ ଦାନ୍ତରୋଗର ସମସ୍ୟା ଅଧିକ ଦେଖା ଦିଏ l ନଚେତ ଖରାଦିନେ ମଧ୍ୟ ଦାନ୍ତରୋଗ ସମସ୍ୟା ଆସିଥାଏ l ଯଦି ଏହିପରି ସମସ୍ୟାର ସମ୍ମୁଖୀନ ଆପଣ ହେଉଛନ୍ତି ତେବେ ମହୁଲ ଗଛର ଛେଳିକୁ ପାଣିରେ ସିଝାଇ ସେହି ପାଣିକୁ ଉଷୁମୁ ଉଷୁମୁ କୁଳି କଲେ ସ୍ବାମସ୍ତ ପ୍ରକାର ଦାନ୍ତ ରୋଗରୁ ଅରାମ ମିଳିବ ଲ

କାଶ ରୋଗ ଥଣ୍ଡାରୁ ହୋଇଥିଲେ ମଧ୍ୟ ବେଳେ ବେଳେ ପେଟ ଗରମରୁ ମଧ୍ୟ ଦେଖା ଦେଇଥାଏ l ଲହରା କାଶ ହେଉ କିମ୍ବା ସାଧାରଣ କାଶ ମହୁଲ ଫୁଲ ସେଥିପାଇଁ ଅତ୍ୟନ୍ତ ହିତକାରୀ l ମହୁଲ ଫୁଲକୁ ବାଟି ସେଥିରେ କିଛି ଦେଶୀ ଘିଅ ମିଶାଇ ଏକ ଚାମଚ ମାତ୍ରାରେ ପ୍ରତେକ ଦିନ ଖାନ୍ତୁ l ଦେଖିବେ କାଶ ରୋଗ ଠିକ ହୋଇଯିବ ଲ

ଗଣ୍ଠି ବାତ ରୋଗ ଆଜିକାଲି ଏକ ସାଧାରଣ ସମସ୍ୟା ଭାବେରେ ଦେଖା ଦେଉଛି l ଏହି ରୋଗ ଦ୍ୱାରା ମଣିଷକୁ ଉଠା ବସା କରିବା ସହିତ ଚଳିବାରେ ମଧ୍ୟ ଅସୁବିଧା ଦେଖା ଦେଇଥାଏ l ମହୁଲ ତେଲରେ କର୍ପୁର ମିଶାଇ ଆଣ୍ଠୁଗଣ୍ଠିରି ମାଲିସ କରିବା ଦ୍ୱାରା ଗଣ୍ଠି ବାତରୁ ଆରମ ମିଳିଥାଏ ଲ

କଫ ବଢିବା ଥଣ୍ଡା ଦିନରେ ଏକ ସାଧାରଣ ସମସ୍ୟା l କିନ୍ତୁ ବେଳେବେଳେ ଏହି କଫ ଛାତିରେ ଜମାଟ ବାନ୍ଧି ଯାଇଥାଏ l ଯଦି ଏପରି ହେଉଛି ତେବେ ମହୁଲ ଫୁଲକୁ ବାଟି ତାହାକୁ ଉଷୁମ କ୍ଷୀର ସହିତ ଖାଆନ୍ତୁ ଦେଖିବେ କଫ ତରଳି ଯାଇ ବାହାରି ଆସିବ l

ଜାଣିଲେ ଆଶ୍ଚର୍ଯ୍ୟ ହେବେ !!ସାଲାଡ଼ ରେ ଖାଇପାରିବେ ଏହି ଫୁଲ !

ମଧୁମେହ ରୋଗକୁ ମୂଳରୁ ଶେଷ କରିଥାଏ ଏହି ଚମତ୍କାରୀ ଫୁଲ,ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)