Health & Lifestyle

କ୍ଷୀର ସହ ଲବଙ୍ଗ, ଦୂର କରିବ ଏହି ସବୁ ସମସ୍ୟା

ଲୋକେ କ୍ଷୀର ପିଇବାକୁ ପସନ୍ଦ କରନ୍ତି ତ ପୁଣି ଆଉ କିଏ ପସନ୍ଦ କରନ୍ତି ନାହିଁ । କିନ୍ତୁ କ୍ଷୀରରେ ଅନେକ ଭିଟାମିନ୍ସ ରହିଛି ଯାହା ବିଷୟରେ ଆପଣ ଜାଣିଥିବେ । କିଛି ଲୋକେ ଖାଲି କ୍ଷୀର ପିଇବା ପାଇଁ ପସନ୍ଦ କରନ୍ତି ତ ଆଉ କିଛି ସେଥିରେ ଅନ୍ୟ ସବୁ ଜିନିଷ ମିଶାଇ ପିଇବାକୁ ।

22 February, 2023 2:00 AM IST By: Tanushree Mahapatra

ଲୋକେ କ୍ଷୀର ପିଇବାକୁ ପସନ୍ଦ କରନ୍ତି ତ ପୁଣି ଆଉ କିଏ ପସନ୍ଦ କରନ୍ତି ନାହିଁ । କିନ୍ତୁ କ୍ଷୀରରେ ଅନେକ ଭିଟାମିନ୍ସ ରହିଛି ଯାହା ବିଷୟରେ ଆପଣ ଜାଣିଥିବେ । କିଛି ଲୋକେ ଖାଲି କ୍ଷୀର ପିଇବା ପାଇଁ ପସନ୍ଦ କରନ୍ତି ତ ଆଉ କିଛି ସେଥିରେ ଅନ୍ୟ ସବୁ ଜିନିଷ ମିଶାଇ ପିଇବାକୁ । ଆପଣ କେବେ ଲବଙ୍ଗ କ୍ଷୀର ପିଇଛନ୍ତି କି ଯଦି ପିଇନାହାନ୍ତି ନୁହେଁ ତେବେ ଆପଣଙ୍କୁ ନିଶ୍ଚିତ ଏହି କ୍ଷୀର ପିଇବା ଦରକାର ।

କାରଣ ଏଥିରେ ଅନେକ ପରିମାଣରେ ଭିଟାମିନ  ଭରି ରହିଛି । କ୍ଷୀର ସବୁବେଳେ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ | ଜ୍ୱର , ଥଣ୍ଡା ହେଉ କିମ୍ବା ଅନ୍ୟ କିଛି ରୋଗ କ୍ଷୀର ସବୁବେଳେ ହିତକର ହୋଇଥାଏ , ଏମିତିରେ ବି ଶୀତ ଦିନେ ଅଧିକାଂଶ ଲୋକ ଗରମ କ୍ଷୀର ପିଇବା ପାଇଁ ପସନ୍ଦ କରନ୍ତି | କୁହାଯାଏ କ୍ଷୀର ପିଇଲେ ଭଲ ନିଦ ହେବା ସହ ହଜମ ଶକ୍ତି ମଧ୍ୟ ଭଲ ହୋଇଥାଏ | ଆପଣ ଜାଣିଛନ୍ତି କି , କ୍ଷୀରରେ ଲବଙ୍ଗ ମିଶାଇ ପିଇଲେ ଏହା ଆମ ଶରୀରକୁ ବହୁତ ଲାଭ ଦେଇଥାଏ |

ଲବଙ୍ଗ ଓ କ୍ଷୀର ଦୁଇଟିରେ ପ୍ରଚୁର ପରିମାଣର ପୋଷକତତ୍ୱ ଭରପୁର ହୋଇ ରହିଥାଏ | କ୍ଷୀରରେ ଫସଫରସ୍, ମ୍ୟାଗ୍ନେସିୟମ୍, ଆୟୋଡିନ୍, ଭରପୂର ମାତ୍ରାରେ ରହିଥିବା ବେଳେ ଲବଙ୍ଗରେ କାର୍ବୋହାଇଡ୍ରେଟ୍, ଆଇରନ୍, ସୋଡିୟମର ମାତ୍ରା ଢେର ଅଧିକ ଥାଏ | ଶୋଇବା ପୂର୍ବରୁ ପ୍ରତିଦିନ କ୍ଷୀରରେ ଲବଙ୍ଗ  ମିଶାଇ ପିଅନ୍ତୁ | ଏହା କରିବା ଦ୍ୱାରା ଆପଣଙ୍କୁ ଏକ ଭଲ ସ୍ୱାଦ ମିଳିଥାଏ ଓ ଶରୀରରୁ ଥକ୍କା ପଣ ଦୂର ହୋଇଥାଏ | କ୍ଷୀର ସହ ଲବଙ୍ଗ ଆପଣ ଦିନର ଯେକୌଣସି ସମୟରେ ପି ପାରିବେ କିନ୍ତୁ ରାତିରେ ଏହାକୁ ପିଇଲେ ଭଲ ହୋଇଥାଏ |

ଆଣ୍ଟିଅକ୍ସିଡେଣ୍ଟ ବିଶିଷ୍ଟ ଫଳ ସହିତ ଲବଙ୍ଗ ସେବନ କରିବା ଦ୍ୱାରା ଶରୀର ସମ୍ପୂର୍ଣ୍ଣ ସୁସ୍ଥ ରହିଥାଏ । ରିସର୍ଚ୍ଚ ମୁତାବକ, ଲବଙ୍ଗରେ ଏଭଳି ତତ୍ୱ ମିଳିଥାଏ ଯାହା ଶରୀରକୁ କର୍କଟ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ସେହିପରି ଟ୍ୟୁମର ବଢିବାରେ ରୋକିଥାଏ ଲବଙ୍ଗ । ଲବଙ୍ଗରେ ଆଣ୍ଟିଅକ୍ସିଡେଣ୍ଟ ଭରପୁର ମାତ୍ରାରେ ଥାଏ । ପୁରୁଣା ରୋଗକୁ ବଢାଉଥିବା ଅକ୍ସିଡେଟିଭକୁ କମ କରିଥାଏ ଆଣ୍ଟିଅକ୍ସିଡେଣ୍ଟ । ସେହିପରି ଲବଙ୍ଗରେ ୟୁଜେନାଲ ନାମକ ଏକ ଯୌଗିକ ଥାଏ ଯାହା ଏକ ପ୍ରାକୃତିକ ଆଣ୍ଟିଅକ୍ସିଡେଣ୍ଟ ରୂପେ କାର୍ଯ୍ୟ କରିଥାଏ । କରି ପାଉଡର ତିଆରି କରି ଏକ କାଚ ଜାରରେ ରଖିଦିଅନ୍ତୁ ଏହା ପରେ କ୍ଷୀରକୁ ଭଲ ଭାବରେ ଗରମ କରନ୍ତୁ | ଏବେ ଏକ ଗ୍ଲାସ କ୍ଷୀରରେ ଲବଙ୍ଗ (Clove and milk ) ପାଉଡର ମିଶାନ୍ତୁ ତା’ପରେ ସେଥିରେ ଟିକେ ଗୁଡ ମିଶାଇ ଚା ପିଇଲା ପରି ତାକୁ ପିଅନ୍ତୁ ଏହା ମସ୍ଥ୍ୟ ପାଇଁ ହିତକର ହୋଇଥାଏ |

ଶୀତ ଦିନେ ପ୍ରାୟତଃ ଲୋକ ଗଳା ଯନ୍ତ୍ରଣାର ଶିକାର ହୋଇଥାନ୍ତି ବେଳେବେଳେ କଫ ଆଦି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ | ଏଭଳି ସ୍ଥିତିରେ ଶୋଇବା ପୂର୍ବରୁ ରାତିରେ କ୍ଷୀର ସହ ଲବଙ୍ଗ ମିଶାଇ ପିଇବା ଲାଭଦାୟୀ ହୋଇଥାଏ। ଏଥିରୁ ଗଳା ଯନ୍ତ୍ରଣା ଏବଂ କଫ ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ | ଯଦି ଆପଣ ଦୁର୍ବଳ ଅନୁଭବ କରନ୍ତି ତେବେ କ୍ଷୀର ସହ ଲବଙ୍ଗ ମିଶାଇ ପିଇବା ନିହାତି ଆବଶ୍ୟକ। କ୍ଷୀରରେ କ୍ୟାଲସିଅମ୍‌, ସୋଡିଅମ୍‌, ପୋଟାସିଆମ ଭରପୂର ମାତ୍ରାରେ ରହିଛି। ଏହା ଶରୀରକୁ ଭରପୁର ଏନର୍ଜି ପ୍ରଦାନ କରିଥାଏ।

କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶୋଇବା ପୂର୍ବରୁ ଲବଙ୍ଗ କ୍ଷୀର ପିଅନ୍ତୁ , ଏହା କରିବା ଦ୍ୱାରା କୋଷ୍ଠ କାଠିନ୍ୟ ଭଳି ସମସ୍ୟା ଦୂର ହୋଇଥାଏ । ଏହାଦ୍ୱାରା ଏସିଡିଟି ଏବଂ କୋଷ୍ଟ କାଠିନ୍ୟ ସମସ୍ୟା ଦୂର ହୋଇଥାଏ। କେବଳ ସେତିକି ନୁହେଁ ଦାନ୍ତରେ ଯନ୍ତ୍ରଣା ସମସ୍ୟା ଥିଲେ ମଧ୍ୟ ଆପଣ ଏହି କ୍ଷୀରକୁ ପିଇ ପାରିବେ। ଏହା ଦାନ୍ତ ଯନ୍ତ୍ରଣାରୁ ଆରାମ ଦେଇଥାଏ। କିଛି ଲୋକଙ୍କ ମୁହଁରୁ ବେଳେ ବେଳେ ଦୁର୍ଗନ୍ଧ ବାହାରିବା ଭଳି ସମସ୍ୟା ରହିଥାଏ | ଏପରି ସ୍ଥିତିରେ ଲବଙ୍ଗ କ୍ଷୀର ଏହି ସମସ୍ୟାରୁ ମୁକ୍ତି ଦେଇଥାଏ, କେବଳ ଲବଙ୍ଗ ଖାଇବା ଦ୍ୱାରା ବି ଏହି ସମସ୍ୟା ଦୂର ହୋଇଥାଏ |

ଜାଣନ୍ତୁ, ଗହମ ଘାସ ରସ ଏବଂ ପାଉଡର ର ସ୍ୱାସ୍ଥ୍ୟ ପାଇଁ ଉପକାରିତା

ଶରୀର ପାଇଁ କେତେ ଉପକାରୀ ତେନ୍ତୁଳି,ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)