MFOI 2024 Road Show
  1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଶରୀର ପାଇଁ କେତେ ଉପକାରୀ ତେନ୍ତୁଳି,ଜାଣନ୍ତୁ...

ପାଟିକୁ ଖଟା ଲାଗିଲେ ସୁଦ୍ଧା ଦେହ ପାଇଁ ହିତକର ତେନ୍ତୁଳି ।

Sudesna Nayak
Sudesna Nayak
health benefits of tamarind

health benefits of tamarind

ପାଟିକୁ ଖଟା ଲାଗିଲେ ସୁଦ୍ଧା ଦେହ ପାଇଁ ହିତକର ତେନ୍ତୁଳି (tamarind) । ଏହାକୁ ସାଧାରଣତଃ ଖଟା କିମ୍ବା ଆଚାର ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ । ତେନ୍ତୁଳି ଜୁସ୍‌ ହାର୍ଟ ପାଇଁ ଭଲ ବୋଲି ବିବେଚନା କରାଯାଏ । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣ ରଖିଥାଏ।

ସୂଚନା ଅନୁୟାୟୀ, ତେନ୍ତୁଳି (tamarind)ରେ ଭିଟାମିନ୍, ମିନେରାଲ୍ସ ଏବଂ ଫାଇବର ଭଳି ଉପାଦାନ ରହିଥାଏ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରେ। ଯଦି ଆପଣ ନିଜ ଡାଏଟ୍‌ରେ ସାମିଲ୍‌ କରିବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ ଜୁସ୍‌ ଆକାରରେ ପିଇ ପାରିବେ ।

ଏଥିସହିତ ତେନ୍ତୁଳି (tamarind) ବ୍ଲଡସୁଗାର (BLOOD SUGAR) ବଢିବାରୁ ରକ୍ଷା କରିଥାଏ । ନିୟମିତ ଅଳ୍ପ କିଛି ତେନ୍ତୁଳି ସେବନ ଦ୍ୱାରା ଡାଇବେଟିସ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଯଦି ଶରୀରରେ ଯାଦୁ ସମସ୍ୟା ହୋଇଥାଏ ଏବଂ ବହୁଦିନ ଧରି ଠିକ ନହୁଏ ତେବେ ଆପଣ ତେନ୍ତୁଳି (tamarind) ମଞ୍ଜିକୁ ଲେମ୍ବୁ ରସରେ ଘସି ତାକୁ ଯାଦୁ ହୋଇଥିବା ସ୍ଥାନରେ ଲଗାନ୍ତୁ । ଏପରି କରିବା ଦ୍ୱାରା ବହୁତ ଯଲଦି ଯାଦୁ ଠିକ ହୋଇଯିବ ।

ତେନ୍ତୁଳି (tamarind)କୁ ଖାଦ୍ୟରେ ସାମିଲ କଲେ ମଧୁମେହ (diabetes)ରୋଗ ବି ନିୟନ୍ତ୍ରିତ ହୋଇଥାଏ ।

ତେନ୍ତୁଳି (tamarind)ର ଉପଯୋଗରେ ଆପଣ ଚେହେରାରେ ଚମକ ଆଣି ପାରିବେ । ତେନ୍ତୁଳି (tamarind)ରେ ହାଇଡ୍ରୋକ୍ସୀ ଏସିଡ ରହିଛି, ଯାହା ଆମ ତ୍ୱଚାକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏହା ମୃତ ତ୍ୱଚା (SKIN GLOW)କୁ ହଟାଇ ଚେହେରାରେ ଗ୍ଲୋ ଆଣିଥାଏ ।

ପ୍ରକାଶ ଥାଉ ଯେ,  ତେନ୍ତୁଳି ଜୁସ୍‌ (tamarind JUICE) ହଜମ ପାଇଁ ଅତ୍ୟନ୍ତ ଲାଭଦାୟକ । ଶରୀର ସୁସ୍ଥ ରହିବା ସହ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିଥାଏ । ଅମୃତଭଣ୍ଡା, କୋଷ୍ଠକାଠିନ୍ୟ, ପେଟ ଫାଟିଯିବା କିମ୍ବା ଫୁଲିବା ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ତେନ୍ତୁଳି ଜୁସ୍‌ ଖୁବ୍‌ ଲାଭଦାୟକ ।

ଚେହେରାର (beauty benefits) ମୃତ କୋଷିକାରୁ ରକ୍ଷା ପାଇବା ପାଇଁ ତେନ୍ତୁଳିକୁ ପ୍ରାକୃତିକ ଫେସ ସ୍କ୍ରବ ଭାବେ ବ୍ୟବହାର କରିପାରିବେ। ଏମିତି କରିବା ଦ୍ୱାରା ଚେହେରାର ସୁନ୍ଦରତା ବଢିଥାଏ ।

ପୁଷ୍ଟିରେ ଭରପୁର ମାଣ୍ଡିଆ ଚକୁଳି, ମିଳିବ ଏହିସବୁ ଫାଇଦା

ଖାଇଛନ୍ତି କି ମାଣ୍ଡିଆ ରେ ପ୍ରସ୍ତୁତ ପକୁଡି ? ଜଣାନ୍ତୁ କିପରି କରିବେ ପ୍ରସ୍ତୁତ......

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments