1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ପୁଷ୍ଟିରେ ଭରପୁର ମାଣ୍ଡିଆ ଚକୁଳି, ମିଳିବ ଏହିସବୁ ଫାଇଦା

Sudesna Nayak
Sudesna Nayak
healthy Mandia Chakuli Ragi Dosa

healthy Mandia Chakuli Ragi Dosa

ନୂଆ ରୂପରେ ଫେରିଛି ମାଣ୍ଡିଆ (Mandia)। ଏଥିରୁ ତିଆରି ହେଉଛି ବରା,ଇଡ଼ଲି ,ଦୋସା ଆଉ ଚକୁଳି (Mandia Chakuli) । ମାଣ୍ଡିଆ (Mandia) ଏକ ପୃଷ୍ଟିକର ଖାଦ୍ୟ ଅଟେ । ଏହା ସ୍ୱାସ୍ଥ୍ୟ ପାଇଁ ଯେତିକି ହୀତକର ପାଟିକୁ ସେତିକି ସୁଆଦିଆ ମଧ୍ୟ ଲାଗେ । ଫାଇବରରେ ଭରା ମାଣ୍ଡିଆ (MANDIA)କେବଳ ଓଜନକୁ ନିୟନ୍ତ୍ରଣ କରି ନଥାଏ, ବରଂ ପାଚନ ଶକ୍ତିକୁ ମଧ୍ୟ ତୀବ୍ର କରିଥାଏ ।

ସୂଚନା ଅନୁଯାୟୀ, ମାଣ୍ଡିଆ (Mandia) ଏବେ ବିଭିନ୍ନ ପ୍ରକାରର ସୁଆଦିଆ ଖାଇବା ବନାଉଛନ୍ତି ଲୋକେ । ଆପଣ ଘରେ ରାଗି ଲଡୁ ,ରାଗି ରୋଟି ,ରାଗି ଖିରୀ ବନେଇ ଖାଇଥିବେ । ହେଲେ କେବେ ମାଣ୍ଡିଆ ଚକୁଳି (Mandia Chakuli) ବନେଇ ଖାଇଛନ୍ତି କି?ଆଜି ଆମେ ଆପଣଙ୍କୁ ଜଣାଇବୁ ମାଣ୍ଡିଆ ଚକୁଳି (Mandia Chakuli) ବନେଇବାର ଖୁବ ସହଜ ପ୍ରଣାଳୀ । ଯାହା ଆପଣଙ୍କ ପରିବାକୁ ସୁସ୍ଥ ରଖିବା ସହ ପାଟିକୁ ସ୍ୱାଦିଷ୍ଟ ମଧ୍ୟ ଲାଗିବ ।

ଆସନ୍ତୁ ଜାଣିବା ମାଣ୍ଡିଆ ଚକୁଳି (Mandia Chakuli) ପାଇଁ କଣ ରହିଛି ଆବଶ୍ୟକତା...

1/2 କପ୍ URAD DAL

1/2 କପ୍ RAGI POWDER

1 କପ୍ WATER

1 spoon salt ଏହାପରପେ ପ୍ଯାନରେ ବନାନ୍ତୁ ମାଣ୍ଡିଆ ଚକୁଳି (Mandia Chakuli) । ଯାହା ସ୍ବାସ୍ଥ୍ଯ ପାଇଁ ବେଶ ଉପକାରୀ ।

ମାଣ୍ଡିଆ (RAGI) ଜାତୀୟ ଶସ୍ୟ ଗୁଡିକ ହେଉଛି ପ୍ରକୃତି ପଦତ୍ତ ଚମତ୍କାରୀ ଶସ୍ୟ । ପୋଷକତତ୍ୱ ଓ ପ୍ରାକୃତିକ ଭିଟାମିନ ଯଥା ସନ୍ତୁଳିତ ଆମିନୋ ଏସିଡ ,ପ୍ରାକୃତିକ ତନ୍ତୁ ,ଖଣିଜ ଲାବନ ଯଥା -ଜିଙ୍କ ,ଫୋସ୍ଫରସ ପ୍ରଭୃତିରେ ସମୃଦ୍ଧ ଥିବାରୁ ଏହା ମଣିଷ ଓ ପ୍ରାଣୀ ସମାଜ ପାଇଁ ନିରାପଦ ଓ ପୃଷ୍ଟିକର ଖାଦ୍ୟ ଗୁଡିକ ମଧ୍ୟରେ ପ୍ରଥମେ|ସ୍ଥାନୀୟ ପରିବେଶ ଓ ଜଳବାୟୁ ପରିବର୍ତନ ପରିପ୍ରେକ୍ଷୀରେ ମାଣ୍ଡିଆ ଜାତୀୟ ଶସ୍ୟ ଗୁଡିକ ଜଳବାୟୁ ସହିତ ଖାପ ଖୁଆଇ ବଢି ପାରିଥାନ୍ତି ,ତେଣୁ ପରିବେଶବିତ ମାନେ ଏହାକୁ ଶୁଷ୍କାଞ୍ଚଳର ସୁନା ବୋଲି କହିଥାନ୍ତି ।

ପ୍ରକାଶ ଥାଉ ଯେ, ମାଣ୍ଡିଆ (finger millet) ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ କ୍ୟାଲସିୟମ, ଫାଇବର, ଖଣିଜ ଓ ପ୍ରୋଟିନ୍‌ ରହିଛି, ଯାହା ମଧୁମେହ (diabetes), ବ୍ଲଡ ପ୍ରେସର, ଅଷ୍ଟିଓପୋରୋସିସ୍‌ ଓ ମୋଟାପଣ ଭଳି ସମସ୍ୟା ସହ ଲଢ଼ିବାରେ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ ।

ଖାଇଛନ୍ତି କି କେବେ ମାଣ୍ଡିଆ ଜାଉ ?

ଘରେ ତିଆରି କରନ୍ତୁ ରାଗି ହଲୱା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

Latest feeds

More News