1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଖାଇଛନ୍ତି କି କେବେ ମାଣ୍ଡିଆ ଜାଉ ?

ମାଣ୍ଡିଆ (finger millet) ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ କ୍ୟାଲସିୟମ, ଫାଇବର, ଖଣିଜ ଓ ପ୍ରୋଟିନ୍‌ ରହିଛି, ଯାହା ମଧୁମେହ (diabetes), ବ୍ଲଡ ପ୍ରେସର, ଅଷ୍ଟିଓପୋରୋସିସ୍‌ ଓ ମୋଟାପଣ ଭଳି ସମସ୍ୟା ସହ ଲଢ଼ିବାରେ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ । ଓଜନ କମ୍‌ କରିବାରେ ବି ଏହା ବହୁତ ଭଲ ହୋଇଥାଏ ।

KJ Staff
KJ Staff
Healthy mandia jau and its benefits

Healthy mandia jau and its benefits

ମାଣ୍ଡିଆ (finger millet) ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ କ୍ୟାଲସିୟମ, ଫାଇବର, ଖଣିଜ ଓ ପ୍ରୋଟିନ୍‌ ରହିଛି, ଯାହା ମଧୁମେହ (diabetes), ବ୍ଲଡ ପ୍ରେସର, ଅଷ୍ଟିଓପୋରୋସିସ୍‌ ଓ ମୋଟାପଣ ଭଳି ସମସ୍ୟା ସହ ଲଢ଼ିବାରେ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ । ଓଜନ କମ୍‌ କରିବାରେ ବି ଏହା ବହୁତ ଭଲ ହୋଇଥାଏ ।

ଅତ୍ୟଧିକ ଗରମରେ ଶରୀରକୁ ସୁସ୍ଥ ରଖିବା ପାଇଁ ଆଦିମ କାଳରୁ ମଣିଷ ବିଭିନ୍ନ ଖାଦ୍ୟ ଶସ୍ୟର ପ୍ରୟୋଗ କରି ଆସୁଛି । ମାଣ୍ଡିଆ ଏକ ଶସ୍ୟ ଯାହା ଓଡ଼ିଶାରେ ପ୍ରାଚୀନ କାଳରୁ ଅମଳ କରାଯାଏ  ( mandia jau ) । ଶରୀରକୁ ଥଣ୍ଡା ରଖିବା ସହିତ ଏହାର ଅନେକ ଔଷଧୀୟ ଗୁଣ ଅଛି । ସେଥିପାଇଁ ଏହାକୁ ଖରାଦିନେ, ପଶ୍ଚିମ ଓଡ଼ିଶାରେ ଜାଉ ତିଆରି କରିକି ଖାଇଥାନ୍ତି ।

ମାଣ୍ଡିଆ ଜାତୀୟ ଶସ୍ୟ ଗୁଡିକ ହେଉଛି ପ୍ରକୃତି ପଦତ୍ତ ଚମତ୍କାରୀ ଶସ୍ୟ |ପୋଷକତତ୍ୱ ଓ ପ୍ରାକୃତିକ ଭିଟାମିନ ଯଥା ସନ୍ତୁଳିତ ଆମିନୋ ଏସିଡ ,ପ୍ରାକୃତିକ ତନ୍ତୁ ,ଖଣିଜ ଲାବନ ଯଥା -ଜିଙ୍କ ,ଫୋସ୍ଫରସ ପ୍ରଭୃତିରେ ସମୃଦ୍ଧ ଥିବାରୁ ଏହା ମଣିଷ ଓ ପ୍ରାଣୀ ସମାଜ ପାଇଁ ନିରାପଦ ଓ ପୃଷ୍ଟିକର ଖାଦ୍ୟ ଗୁଡିକ ମଧ୍ୟରେ ପ୍ରଥମେ|ସ୍ଥାନୀୟ ପରିବେଶ ଓ ଜଳବାୟୁ ପରିବର୍ତନ ପରିପ୍ରେକ୍ଷୀରେ ମାଣ୍ଡିଆ ଜାତୀୟ ଶସ୍ୟ ଗୁଡିକ ଜଳବାୟୁ ସହିତ ଖାପ ଖୁଆଇ ବଢି ପାରିଥାନ୍ତି ,ତେଣୁ ପରିବେଶବିତ ମାନେ ଏହାକୁ ଶୁଷ୍କାଞ୍ଚଳର ସୁନା ବୋଲି କହିଥାନ୍ତି |ଆସନ୍ତୁ ଜାଣିବା ଏଠି ଏକ ପଶ୍ଚିମ ଓଡ଼ିଶାର ବହୁତ ପୁରୁଣା ମାଣ୍ଡିଆ ଜାଉର ପ୍ରସ୍ତୁତି ପ୍ରଣାଳୀ । ଏହା ଛୋଟ ଛୁଆମାନଙ୍କ ପାଇଁ ଅତ୍ୟଧିକ ଉପଯୋଗୀ ।

ଆବଶ୍ୟକ ଦ୍ରବ୍ୟ:

ମାଣ୍ଡିଆ – ୧୦୦ ଗ୍ରାମ

ପାଣି – ୨ ଗ୍ଲାସ

ଚିନି – ସ୍ୱାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ:

୧. ମାଣ୍ଡିଆକୁ ଭଲ ଭାବରେ ଧୋଇ, ଛାଣି ଦିଅନ୍ତୁ ।

୨. ଧୁଆ ମାଣ୍ଡିଆକୁ ଗ୍ରାଇଣ୍ଡରରେ ଟିକେ ପାଣି ମିଶାଇ ଗ୍ରାଇଣ୍ଡିଙ୍ଗ୍ କରି ଦିଅନ୍ତୁ ।

୩. ସେହି ବଟା ମାଣ୍ଡିଆରେ ୨ ଗ୍ଲାସ ପାଣି ମିଶାଇ ଗୋଟେ ଛଣାରେ ଛାଣି ନିଅନ୍ତୁ, ଯାହା ଦ୍ୱାରା ଚୋପା ଛାଣି ହେଇଯିବ ଏବଂ ମାଣ୍ଡିଆର ରସ ରହିଯିବ । ଏହା ଖୀର ପରି ତରଳ ହେବା ଆବଶ୍ୟକ ।

୪. ଗୋଟେ କଢ଼େଇରେ ମାଣ୍ଡିଆ ରସକୁ ଢାଳି ଚୂଲା ଜଳାନ୍ତୁ । ଏଥିରେ ଚିନି ମିଶାନ୍ତୁ ।

୫. ଏହାକୁ ନିୟମିତ ଭାବରେ ଘାଣ୍ଟନ୍ତୁ । ଧୀରେ ଧୀରେ ଏହା ବହଳିଆ ହେଇଯିବ ।

୬. ବହଳ ହେଇଗଲାପରେ, ଚୂଲା ବନ୍ଦ କରି ଦିଅନ୍ତୁ ।

୭. ଏହାକୁ ପ୍ଲେଟରେ ବାଢ଼ି, ଫ୍ରିଜରେ ଥଣ୍ଡା ହେବାପାଇଁ ରଖି ଦିଅନ୍ତୁ । ନହେଲେ ଏମିତି ବାହାରେ ରଖି ଥଣ୍ଡା ହେଲାପରେ ଖାଇବା ପାଇଁ ପରସି ପାରନ୍ତି ।

ଓଜନ କମ କରିବାକୁ ଚାହୁଁଛନ୍ତି କି ? ଗହମ ବଦଳରେ ଖାଆନ୍ତୁ ବାଜରା ରୋଟି

ଜଳଖିଆରେ ଖାଆନ୍ତୁ ରାଗି ସୁଜି ଉପମା ......

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments