1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଖାଇଛନ୍ତି କି ମାଣ୍ଡିଆ ରେ ପ୍ରସ୍ତୁତ ପକୁଡି ? ଜଣାନ୍ତୁ କିପରି କରିବେ ପ୍ରସ୍ତୁତ......

ମାଣ୍ଡିଆ ଏକ ପୁଷ୍ଟିଜାତ ଶସ୍ୟ l ଯାହା ଶରୀର ପାଇଁ ଖୁବ ଲାଭଦାୟକ l କିଛି ବର୍ଷ ପୂର୍ବରୁ ଏହାକୁ ଗାଁ ରେ ଲୋକମାନେ ଅଧିକ ପରିମାଣ ରେ ଖାଉଥିଲେ l କିନ୍ତୁ କୋଭିଡ- 19 ଭଳି ମହାମାରୀ ଆସିବା ପରେ ଲୋକେ ଏହି ଛୋଟ ଶସ୍ୟ ର ମହତ୍ୱ ବୁଝିବାକୁ ପାଇଲେ l

Tanushree Mahapatra
Tanushree Mahapatra
Testy and healthy mandia pakoda

Testy and healthy mandia pakoda

ମାଣ୍ଡିଆ ଏକ ପୁଷ୍ଟିଜାତ ଶସ୍ୟ l ଯାହା ଶରୀର ପାଇଁ ଖୁବ ଲାଭଦାୟକ l କିଛି ବର୍ଷ ପୂର୍ବରୁ ଏହାକୁ ଗାଁ ରେ ଲୋକମାନେ ଅଧିକ ପରିମାଣ ରେ ଖାଉଥିଲେ l କିନ୍ତୁ କୋଭିଡ- 19 ଭଳି ମହାମାରୀ ଆସିବା ପରେ ଲୋକେ ଏହି ଛୋଟ ଶସ୍ୟ ର ମହତ୍ୱ ବୁଝିବାକୁ ପାଇଲେ l ଓଡିଶା ରାଜ୍ୟ ସରକାର ମଧ୍ୟ ଏହାକୁ ଉତ୍ସାହିତ କରିବା ସହିତ ଚାଷୀଙ୍କୁ ଏହା ଉତ୍ପାଦନ ବଢାଇବାରେ ସାହାଯ୍ୟ କଲେ ( mandia pakoda )  l

ଆଉ ଏବେ ମାଣ୍ଡିଆ ଭଳି ଛୋଟ ଶସ୍ୟ ରାଜ୍ୟ କୁ ବିଦେଶ ରେ ପରିଚିତ କରାଇବା ସହିତ ଲୋକଙ୍କୁ ରୋଜଗାର ଦେଇଛି l   ଆଉ ଏବେ ମାଣ୍ଡିଆ ତଥା ଅନ୍ୟ ପୁଷ୍ଟିଶସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ସଫଳତାର କାହାଣୀ ଅନ୍ୟ ରାଜ୍ୟ ପାଇଁ ପ୍ରେରଣା ହୋଇଛି । ପୂର୍ବରୁ ‘ଓଡ଼ିଶା ମିଲେଟ୍ସ ମିଶନ’ର ମଡେଲକୁ ନୀତି ଆୟୋଗ ପ୍ରଶଂସା କରିବା ସହ ଓଡ଼ିଶାର ମିଲେଟ୍ସ ମଡେଲ ଢାଞ୍ଚାରେ ମାଣ୍ଡିଆ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଅନ୍ୟ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ମଧ୍ୟ ଓଡ଼ିଶା ମିଲେଟ୍ସ ମିଶନର ମଡେଲକୁ ଆପଣାଇବାକୁ ପ୍ରସ୍ତାବ ଦେଇଥିଲା  । ଆମ ଦେଶର ପାଖାପାଖି ୨୧ଟି ରାଜ୍ୟରେ ପୁଷ୍ଟିଶସ୍ୟ ଚାଷ କରାଯାଉଛି । ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ତାମିଲନାଡୁ, ହରିୟାଣା, ମଣିପୁର, ମେଘାଳୟ ଓ ନାଗାଲାଣ୍ଡରେ ପୁଷ୍ଟିଶସ୍ୟ ଚାଷ ପ୍ରତି ଆଗ୍ରହ ବଢ଼ିଛି ।  ମିଲେଟ ଚାଷ କରାଯାଉଥିବା ସମସ୍ତ ରାଜ୍ୟ ରେ ଅନେକ ପ୍ରକାର ମାଣ୍ଡିଆ ଚାଷ କରାଯାଉଛି l ସବୁଠାରୁ ବଡ କଥା ହେଲା ମାଣ୍ଡିଆ ତଥା ମିଲେଟ ଚାଷ କରିବା ପାଇଁ କୌଣସି ଅନୁକୂଳ ପାଗ ର ଆବଶ୍ୟକତା ନାହିଁ l ଜଣେ ଅଳ୍ପ ମୂଲ୍ୟ ଦେଇ ଏହି ଚାଷ କରି ଲାଭବାନ ହୋଇପାରିବ l

ମାଣ୍ଡିଆ ହେଉଛି ଏକ ପୁଷ୍ଟିକର ଖାଦ୍ୟ । ମାଣ୍ଡିଆରେ ୩୦ ଗୁଣ ଅଧିକ କ୍ୟାଲସିୟମ୍‌ ଏବଂ ୪ ଗୁଣ ଅଧିକ ଲୌହସାର ରହିଛି ଯାହା ଶରୀର ପାଇଁ ଆବଶ୍ୟକ । ଏଥିସହ ମାଣ୍ଡିଆରେ ଅଧିକ ଫାଇଭର, ମିନେରାଲ୍ସ, ଆଣ୍ଟି ଅକ୍ସିଡାଣ୍ଟ ଓ ତନ୍ତୁ ଭରି ରହିଛି । ଏହା ସ୍ୱଳ୍ପ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ଯୁକ୍ତ ଥିବାରୁ ଏହାକୁ ଡାଏବେଟିସ୍‌ ରୋଗୀ ମଧ୍ୟ ଖାଇପାରିବେ ।  ମାଣ୍ଡିଆ ରେ ପ୍ରଥମେ ଖିରି ପ୍ରସ୍ତୁତ କରି ଲୋକେ ଖାଉଥିଲେ କିନ୍ତୁ ବର୍ତ୍ତମାନ, ମାଣ୍ଡିଆରେ ଭିନ୍ନ ଭିନ୍ନ ମଡର୍ଣ୍ଣ ଖାଦ୍ୟ ପ୍ରସ୍ତୁତ ହୋଇପାରୁଛି । ଆସନ୍ତୁ ଆଜି ଜାଣିବା ସେହିପରି ମାଣ୍ଡିଆ ପକୁଡ଼ି ବିଷୟରେ, ଯାହା ସୁଆଦିଆ ହେବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟକର ମଧ୍ୟ । ଯାହାକୁ ଆପଣ ଘରେ ଆରମ୍ଭ ରେ ପ୍ରସ୍ତୁତ କରିପାରିବେ l

କେମିତି କରିବେ ପ୍ରସ୍ତୁତ?

ଆବଶ୍ୟକୀୟ ସାମଗ୍ରୀ -

ମାଣ୍ଡିଆ ଚୂନା – ୫୦୦ ଗ୍ରାମ୍‌

କଟା ପିଆଜ – ୨୦୦ ଗ୍ରାମ୍‌

ବେସନ – ୧୦୦ ଗ୍ରାମ୍‌

କଞ୍ଚା ଲଙ୍କା – ୫୦ ଗ୍ରାମ୍‌

ଭୁର୍ସଙ୍ଗ ପତ୍ର – ୧ ମୁଠା

ଧନିଆ ପତ୍ର – ୧ ମୁଠା

ତେଲ – ୫୦୦ ମିଲିଲି

ଲୁଣ ସ୍ଵାଦଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ର ନିଅନ୍ତୁ ଏବଂ ଏଥିରେ ମାଣ୍ଡିଆ ଚୂନା ଓ ଅନ୍ୟ ସାମଗ୍ରୀ ମିଶାଇ ଗୋଳାଇ ଦିଅନ୍ତୁ । ଏଥିରେ ଅଳ୍ପ ପାଶି ଦେଇ ହାତରେ ଏହାକୁ ଭଲ ଭାବରେ ମିଶାନ୍ତୁ ଦିଅନ୍ତୁ, ଯେପରି ତାହା ଭଲ ଭାବରେ ମିଶିଯିବ । ଏହାପରେ ଗ୍ୟାସ୍‌ରେ କଡ଼େଇ ବସାଇ ତେଲ ନିଅନ୍ତୁ ଓ ମଧ୍ୟମ ଆଞ୍ଚରେ ତେଲ ଗରମ କରନ୍ତୁ । ପ୍ରସ୍ତୁତ ହୋଇଥିବା ପକୁଡ଼ି ମିଶ୍ରଣକୁ ପକୁଡ଼ି ଆକାର କରି ଛାଣନ୍ତୁ । ଏହାକୁ ଚଟଣୀ କିମ୍ବା ସସ୍‌ ସହ ଗରମ ଗରମ ପରଶନ୍ତୁ ।

ସାଗୁ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ

ଲାଲ କଦଳୀ ର ଫାଇଦା ବିଷୟରେ ଜାଣିଛନ୍ତି କି ?

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments