1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଲାଲ କଦଳୀ ର ଫାଇଦା ବିଷୟରେ ଜାଣିଛନ୍ତି କି ?

କଦଳୀ ଫଳ ର ନା ପ୍ରାୟତଃ ସମସ୍ତଙ୍କୁ ଜଣା l ଏହା ଏକ ଜଣାଶୁଣା ଫଳ ଯାହାକି ପ୍ରତ୍ୟେକ ଘରେ ଘରେ ରହିଥାଏ l ପୂଜା ରୁ ଖାଦ୍ୟ ପର୍ଯ୍ୟନ୍ତ ସବୁଠି ଆବଶ୍ୟକ ପଡିଥାଏ କଦଳୀ ର l କଦଳୀ ଖାଇବା ପାଇଁ ସମସ୍ତଙ୍କୁ ଭଲ ଲାଗେ l

Tanushree Mahapatra
Tanushree Mahapatra
Do you know about benefits of red banana ?

Do you know about benefits of red banana ?

କଦଳୀ ଫଳ ର ନା ପ୍ରାୟତଃ ସମସ୍ତଙ୍କୁ ଜଣା l ଏହା ଏକ ଜଣାଶୁଣା ଫଳ ଯାହାକି ପ୍ରତ୍ୟେକ ଘରେ ଘରେ ( benefits of red banana ) ରହିଥାଏ l ପୂଜା ରୁ ଖାଦ୍ୟ ପର୍ଯ୍ୟନ୍ତ ସବୁଠି ଆବଶ୍ୟକ ପଡିଥାଏ କଦଳୀ ର l କଦଳୀ ଖାଇବା ପାଇଁ ସମସ୍ତଙ୍କୁ ଭଲ ଲାଗେ l ଜଣେ ସୁସ୍ଥ ମଣିଷ ସ୍ୱାସ୍ଥ୍ୟ ଖରାପ ଥିଲେ କଞ୍ଚା କଦଳୀ ରୁ ଆରମ୍ଭ କରି ପାଚିଲା କଦଳୀ ପର୍ଯ୍ୟନ୍ତ ସବୁ ଖାଇବା ପାଇଁ ଦିଆଯାଏ l ଏହା ଏକ ଲାଭ ଜଣକ ଫଳ ସହିତ ଏକ ଲାଭଜନକ ଫସଲ ମଧ୍ୟ l ଜଣେ ଚାଷୀ ଏହାକୁ ବର୍ଷ ସାରା ଚାଷ କରି ଲାଭବାନ ହୋଇପାରିବ l

କିଛି ପର୍ବପର୍ବାଣୀ ହେଲେ କଦଳୀ ନିହାତି ଆବଶ୍ୟକ ହୋଇଥାଏ । ଦେଶ ଭାରତ ହେଉଛି କଦଳୀ ଉତ୍ପାଦନ କ୍ଷେତ୍ରରେ ଆଗୁଆ । ପ୍ରାୟ ୪. ୫ ଲକ୍ଷ ହେକ୍ଟର ଜମିରେ ଚାଷ କରାଯାଏ ଏବଂ ୩୦ରୁ ୪୦ ପ୍ରଜାତିର କଦଳୀ ଜାଷ କରାଯାଏ । ସାଧାରଣତଃ ଆପଣ ବାହାରେ ହଳଦିଆ କିମ୍ବା ସବୁଜ ରଙ୍ଗର ପାଚିଲା କଦଳୀ ଖାଇଥିବେ । କିନ୍ତୁ କେବେ ଲାଲ୍ କଦଳୀ ଖାଇଛନ୍ତି ଯାହାକୁ ଖାଇବା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଇଛି । ଏହି କଦଳୀକୁ ନିୟମିତ ଖାଇବା ଦ୍ୱାରା କେବଳ ଶକ୍ତି ବୃଦ୍ଧି ହୁଏ ନାହିଁ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜବୁତ ହୁଏ । ବିଶ୍ୱର ସବୁଠାରୁ କଦଳୀ ଉତ୍ପାଦନକାରି ଦେଶ ହେଉଛି ଭାରତ । ଆମ ଦେଶରେ ବାର୍ଷିକ ୧୮୦ ଲକ୍ଷ ଟନରୁ ଅଧିକ କଦଳୀ ଉତ୍ପାଦନ କରାଯାଏ । ଦୁନିଆରେ ମିଳୁଥିବା ୩୦୦ ପ୍ରଜାତିର କଦଳୀ ମଧ୍ୟରୁ ପ୍ରାୟ ୩୦ରୁ ୪୦ ପ୍ରଜାତି ଭାରତରେ ମିଳିଥାଏ । ଭାରତ କଦଳୀ ଉତ୍ପାଦନ ରେ ଅଗ୍ରଣୀ l

ଦେଶୀ ବଜାରରେ ଏବେ ଲାଲ୍ ରଙ୍ଗର କଦଳୀ ବିକ୍ରି ଜୋର ଧରିବାରେ ଲାଗିଛି । ଏହି କଦଳୀ ମହାରାଷ୍ଟ୍ର ସ୍ଥିତ ଜଲଗାଓଁ, ସୋଲାପୁରରେ ଚାଷ କରାଯାଉଛି । ଏହି କଦଳୀର ଦାମ୍ ଅନ୍ୟ କଦଳୀ ଠାରୁ ଅଧିକ ମହଙ୍ଗା ରହିଛି । ଏହାର ମୂଲ୍ୟ ୧୫୦ ଟଙ୍କାରୁ ୨୦୦ ଟଙ୍କା ମଧ୍ୟରେ ରହିଛି । ଏହି କଦଳୀ ନିୟମିତ ଖାଇବା ଦ୍ୱାରା କେବଳ ଶକ୍ତି ବୃଦ୍ଧି ହୁଏ ନାହିଁ ବରଂ ଏହା ଶରୀର ର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ । ଲାଲ୍ କଦଳୀରେ ଭିଟାମିନ୍ ସି ଏବଂ ଭିଟାମିନ ବି-୬ ପ୍ରଚୁର ପରିମାଣର ରହିଛି ଯାହାକି ଶରୀର ପାଇଁ ବେଶ ଲାଭଦାୟକ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବା ସହ ବିଭିନ୍ନ ରୋଗର ମୁକାବିଲା ପାଇଁ ମଧ୍ୟ ସାହାଯ୍ୟ କରିଥାଏ l

ସମସ୍ତ ପ୍ରଜାତିର କଦଳୀ ମଧ୍ୟରୁ ଗୋଟିଏ ହେଉଛି ଲାଲ୍ କଦଳୀ । ଏହାର ସ୍ୱାଦ ଖୁବ ମିଠା ହୋଇଥାଏ । ଲାଲ୍ କଦଳୀ ପୁଷ୍ଟିକର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ପରିପୂର୍ଣ୍ଣ । ଏହାକୁ ଖାଇବା ଦ୍ୱାରା ଇମ୍ୟୁନିଟି ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ ଶରୀର ରେ । ଥକ୍କା, ଦୁର୍ବଳତା ଦୂର ହୋଇ ଦିନସାରା ଶକ୍ତିଶାଳୀ ଅନୁଭବ ହୋଇଥାଏ । ଲାଲ କଦଳୀ ରେ ଉପକାରୀ ଗୁଣ ଭରି ରହିଛି ଯାହା କି ଜଣେ ମଣିଷ ଶରୀର ପାଇଁ ଖୁବ ଉପକାରୀ । ଯାହା ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ଶକ୍ତିଶାଳୀ ରଖିବାରେ ସାହାଯ୍ୟ କରେ। ଶରୀରରେ ୱାଇଟ୍ ବ୍ଲଡ୍ ସେଲ୍ସର ସୁରକ୍ଷା ବୃଦ୍ଧିରେ ଭିଟାମିନ୍ B6 ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଯାହାକି ଏହି କଦଳୀ ରେ ରହିଛି । ଯେଉଁଥିପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୁଏ ଏବଂ ଏହା ରୋଗର ମୁକାବିଲା କରିବାରେ ସାହାଯ୍ୟ କରେ ।

ଏହାକୁ ନିୟମିତ ଖାଇବା ଦ୍ୱାରା ହାର୍ଟ ଆଟାକ, କ୍ୟାନସର ଭଳି ରୋଗରୁ ମୁକ୍ତି ମିଳିଥାଏ ।ଏଥିରେ ପ୍ରଚୁର ପରିମାଣର ପୋଟାସିୟମ ଥିବାରୁ କିଡ଼ନୀରେ ଷ୍ଟୋନ ହୋଇନଥାଏ । ଏହା ହାଡ଼କୁ ଶକ୍ତ କରିବା ସହ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ଲାଲ୍ କଦଳୀକୁ ନିୟମିତ ଖାଇବା ଦ୍ୱାରା ଲୋକଙ୍କୁ ଦୁଇ ପ୍ରକାର ଫାଇଦା  ମିଳିଥାଏ । ଏହା କେବଳ ଓଜନ ବୃଦ୍ଧିରେ ନୁହେଁ ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ପେଟରେ ଚର୍ବି ହୋଇନଥାଏ । ଏହି କଦଳୀ ଖାଇବା ଦ୍ୱାରା ଶରୀର କୁ ଅନେକ ଫାଇଦା ମିଳିଥାଏ l

ଯଦି ଆପଣଙ୍କର ମଧୁମେହ ଅଛି, ତେବେ ଲାଲ୍ କଦଳୀ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ । ଏଥିରେ ଥିବା ଫାଇବର ରକ୍ତରେ ଶର୍କରା ସ୍ତରର ହଠାତ୍ ବୃଦ୍ଧିକୁ ନିୟନ୍ତ୍ରଣ କରିଥାଏ । ଯେଉଁ କାରଣରୁ ମଧୁମେହ ରୋଗୀମାନେ ଏହି ରୋଗରୁ ବହୁ ପରିମାଣରେ ଆରାମ ପାଆନ୍ତି । ଲାଲ୍ କଦଳୀରେ ପୋଟାସିୟମ୍ ଅଧିକ ମାତ୍ରାରେ ରହିଥାଏ । ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଇବା ଦ୍ୱାରା ହୃଦୟ ସହିତ ଜଡିତ ସମସ୍ୟା ଦୁର ହୋଇଥାଏ । କର୍କଟ ଭଳି ଏକ ଗମ୍ଭୀର ରୋଗର ଶିକାର ହେବାର ଆଶଙ୍କା କମ୍ ରହିଥାଏ ଏହି କଦଳୀ ପ୍ରତିଦିନ ଖାଇବା ଦ୍ୱାରା ।

ରକ୍ତଚାପ ନିୟନ୍ତ୍ରଣ କରେ ଶୁଣ୍ଠୀ

ଏହି ୫ଟି ଅଙ୍ଗକୁ ପୁରା ଅଚଳ କରିଦିଏ ଡାଇବେଟିସ୍‌, ଜାଣନ୍ତୁ...

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments