
Effects of diabetes on the body and organs Circulatory and cardiovascular systems
ଡାଇବେଟିସ ବା ମଧୁମେହ (Diabetes)କୁ ନୀରବ ଘାତକ ଭାବରେ ବିବେଚନା କରାଯାଏ । କାରଣ ଏହାଦ୍ୱାରା ଶରୀରର ଅଧିକାଂଶ ଅଙ୍ଗ ଆକ୍ରାନ୍ତ ହୋଇଥାଏ, ଯାହାଫଳରେ ପରବର୍ତ୍ତୀ ସମୟରେ ରୋଗୀ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଏ । ବିଶେଷଭାବରେ ଡାଇବେଟିସ୍ (Diabetes) ଅସନ୍ତୁଳିତ ରହିଲେ ତାହାର ପ୍ରଭାବ ମୁଖ୍ୟତଃ ହୃତ୍ପିଣ୍ଡ (ହାର୍ଟ), କିଡ୍ନୀ ଏବଂ ଚକ୍ଷୁ ଉପରେ ପଡିଥାଏ । ମଧୁମେହ ବା ଡାଇବେଟିସ୍ (Diabetes) ଶରୀରର ବିଭିନ୍ନ ଅଙ୍ଗ ଉପରେ ପ୍ରଭାବ ପକାଇ ଥାଏ ଯେମିତିକି:-
ସୂଚନା ଅନୁଯାୟୀ, ମଧୁମେହ ବା ଡାଇବେଟିସ୍ (Diabetes)ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ସାଧାରଣତଃ ଶରୀରରେ ଶର୍କରାର ମାତ୍ରା ଅଧିକ ବଢ଼ିଗଲେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ । ଡାଇବେଟିସ୍ (Diabetes) ଦ୍ୱାରା ପୀଡିତ ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମିବାକୁ ଲାଗିଥାଏ, କେବଳ ଏତିକି ନୁହେଁ ଶର୍କରାର ମାତ୍ରା ଅତ୍ୟଧିକ ବଢ଼ିଗଲେ ଏହା ମଣିଷକୁ ମୃତ୍ୟୁ ମୁଖକୁ ଟାଣି ନେଇଥାଏ ।
୧. ଯଦି କୌଣସି ବ୍ୟକ୍ତି ଟାଇପ୍-୨ ଡାଇବେଟିସ (type 2 diabetes)ର ଶିକାର ହେଲେ ଦୃଷ୍ଟିଶକ୍ତି ଚାଲିଯିବାର ଯଥେଷ୍ଟ ସମ୍ଭାବନା ରହିଥାଏ । ମଧୁମେହ (Diabetes) ହେବା ଦ୍ୱାରା ଆଖି ଭିତରେ ଥିବା ଛୋଟ ଛୋଟ ରକ୍ତବାହିକା ଗୁଡିକ ନଷ୍ଟ ହୋଇଯାଇଥାଏ । ଏହାଦ୍ୱାରା ଚକ୍ଷୁ ଆକ୍ରାନ୍ତ ହେଲେ ରେଟିନାରେ ଥିବା ଶିରା ପ୍ରଶିରା ପ୍ରଭାବିତ ହୁଏ । ଫଳରେ ଗ୍ଲୁକୋମା, ମୋତିଆବିନ୍ଦୁ ଶିକାର ହୋଇଥାନ୍ତି ।
୨. ଯଦି କୌଣସି ବ୍ୟକ୍ତି ଟାଇପ୍-୨ ଡାଇବେଟିସ (type 2 diabetes)ର ଶିକାର ହୋଇଛନ୍ତି ତେବେ ଲୁଣ (SALT)ଖାଇବା କମ କରିବା ସହିତ ନିୟମିତ ରକ୍ତଚାପ ଯାଞ୍ଚ କରନ୍ତୁ ।
୩. ମଧୁମେହ (Diabetes)ର ଶିକାର ହୋଇଥିବା ଲୋକଙ୍କର ହାତ ଏବଂ ଗୋଡ଼ରେ ଭୀଷଣ ଯନ୍ତ୍ରଣା ଅନୁଭବ ହୋଇଥାଏ ।
୪. ଯଦି କୌଣସି ବ୍ୟକ୍ତି ମଧୁମେହ (Diabetes) ରୋଗର ଶିକାର ହୋଇଥାଏ ତେବେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ସଞ୍ଚାଳନ ସଠିକ ଭାବରେ ହୋଇନଥାଏ । ଫଳରେ ଅଲସର୍ ପରି ସମସ୍ୟା ସୃଷ୍ଟି ହେବା ସହ ଶରୀରରେ ହୋଇଥିବା ଘା ଗୁଡିକ ମଧ୍ଯ ଶୀଘ୍ର ଶୁଖିନଥାଏ ।
୫. ଶରୀରରେ ଅତ୍ୟଧିକ ମାତ୍ରାରେ ଶର୍କରା ବୃଦ୍ଧି ହେଲେ ଏହାର ସିଧାସଳଖ ପ୍ରଭାବ କିଡ଼ନୀ (kidney) ଉପରେ ପଡିଥାଏ ।
ପ୍ରକାଶ ଥାଉ ଯେ, ତେଣୁ ଯଦି ଆପଣ ଡାଇବେଟିସ୍ (Diabetes)ର ଦ୍ୱାରା ଆକ୍ରାନ୍ତ, ତେବେ ନିୟମିତ ସମୟ ଅନ୍ତରାଳରେ ଚକ୍ଷୁ (EYE)ସହ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ଭୁଲନ୍ତୁ ନାହିଁ ।
ଯଦି ହିଁ ଆପଣଙ୍କର ଟାଇପ୍-୨ ମଧୁମେହ (Diabetes) ଅଛି, ତେବେ ଏଥିରେ ଡାଏଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ତେଣୁ କେଉଁ ଖାଦ୍ୟପେୟର କାରଣ ଏହି ରୋଗ ହେବାର ସମ୍ଭାବନା ବଢାଇଥାଏ ତାହା ବୁଝିବା ଜରୁରୀ ଅଟେ ।
Share your comments