1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ରକ୍ତଚାପ ନିୟନ୍ତ୍ରଣ କରେ ଶୁଣ୍ଠୀ

Sudesna Nayak
Sudesna Nayak
sunthi dry ginger ayurvedic medicine benefits

sunthi dry ginger ayurvedic medicine benefits

ପ୍ରତ୍ଯେକ ଭାରତୀୟଙ୍କ ରୋଷେଇରେ ତଥା ଘରୋଇ ଔଷଧ ପାଇଁ ଶୁଣ୍ଠୀ (sunthi)ର ବ୍ୟବହାର କରାଯାଇଥାଏ । କିନ୍ତୁ ଔଷଧୀୟ ଗୁଣ ଥିବା ଏହି ଶୁଣ୍ଠୀ (sunthi) ଶରୀର ପାଇଁ ବହୁତ ଲାଭଦାୟକ ଅଟେ । ପ୍ରାଚୀନ କାଳରେ ଏହାକୁ ଆୟୁର୍ବେଦ ଔଷଧ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଉଥିଲା । ଆଇରନ ଓ ଫାଇବରରେ ଭରପୁର ରହିଥିବା ଶୁଣ୍ଠୀ (sunthi)ଉଚ୍ଚ ରକ୍ତଚାପ ପାଇଁ ଖୁବ୍ ହିତକର ଅଟେ । ଏହାଦ୍ବାରା ରକ୍ତଚାପ ନିୟନ୍ତ୍ରଣ ରହିଥାଏ । ଏହା ଏକ ଘରୋଇ ଔଷଧ ଅଟେ । କିନ୍ତୁ ଶୁଣ୍ଠୀ (sunthi)କୁ ଅଧିକ ମାତ୍ରାରେ ସେବନ କରିବା ଉଚିତ ନୁହେଁ ,ଅଧିକ ମାତ୍ରାରେ ସେବନ କଲେ ଛାତି ପୋଡା ,ପାଚନ ସମସ୍ୟା ଓ ଡାଇରିଆ ହେବାର ସମ୍ଭାବନା ରହିଥାଏ । ଚାଲନ୍ତୁ ଜାଣିବା ଶୁଣ୍ଠୀର ଔଷଧୀୟ ଗୁଣ...

ସୂଚନା ଅନୁଯାୟୀ, ଶୁଣ୍ଠୀ (sunthi) ଆପଣଙ୍କର ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ । ଅଦା ଯେତେବେଳେ ସୁଖୀ ଯାଇଥାଏ ତାହାକୁ ଶୁଣ୍ଠୀ ବନାଇ ଦିଆଯାଏ ।

ଶୁଣ୍ଠୀର ଉପକାରିତା....

1. 30 gm ଶୁଣ୍ଠୀକୁ 500ml ପାଣିରେ ସିଝାଇବା ପରେ ସେହି ପାଣିକୁ ପେଇବା ଦ୍ୱାରା ପେଟ କଟା ବନ୍ଦ ହୋଇଥାଏ ।

2. ଦାନ୍ତର ମାଂସପେଶୀରେ ପୀଡ଼ାହେଲେ ସେଇ ଜାଗାରେ ଶୁଣ୍ଠୀ (sunthi) ଦବେଇ ରଖିଲେ ପୀଡା କମ ହୋଇଥାଏ ।

3. ଶୁଣ୍ଠୀ (sunthi)ଚୁର୍ଣ୍ଣ ସହ ମହୁ ମିଶାଇ ଖାଇଲେ ଶ୍ୱାସ ରୋଗରୁ ଆରାମ ମିଳିଥାଏ ।

4. ଶୁଣ୍ଠୀ (sunthi)1.5gm, ଜୁଆଣି 750mg ଓ ଛୋଟ ଅଳେଇଚ 3gm ସଭିଙ୍କୁ ମିଶାଇ ଖାଇବା ପରେ ଖାଇଲେ ଅଜୀର୍ଣ୍ଣ ରୋଗ ନାଶ ହୋଇଥାଏ ।

5. ଉଚ୍ଚ ରକ୍ତଚାପ (high blood pressure)ପାଇଁ ଖୁବ୍ ହିତକର ଅଟେ । ଏହାଦ୍ବାରା ରକ୍ତଚାପ ନିୟନ୍ତ୍ରଣ ରହିଥାଏ । ଏହାଛଡା ଧମନୀରେ ବ୍ଳଡ କ୍ଲାଟ ହୋଇ ନଥାଏ। ହାର୍ଟ ଆଟାକ ବିପଦ ମଧ୍ଯ ଦୂର ହୋଇଥାଏ ।

6.ଶୁଣ୍ଠୀ (sunthi)ଓ ହରଡର ଚୁର୍ଣ୍ଣ ସେବନ ଶ୍ୱାସରେ ଉପକାରୀ ।

7. ପେଟରେ ଗ୍ୟାସ ହେଲେ 1gm ଶୁଣ୍ଠୀ ଚୁର୍ଣ୍ଣ ଗରମ ପାଣି ସହ ସେବନ କଲେ ଉପଶମ ମିଳିଥାଏ ।

ଶୁଣ୍ଠୀ ଖାଇବାର ନିୟମ,ଜାଣନ୍ତୁ....

ଶୁଣ୍ଠୀ (sunthi)କୁ ଠିକ ଭାବରେ ବ୍ୟବହାର କଲେ ଏହା ଆପଣଙ୍କ ପାଇଁ ଅଧିକ ଗୁଣକାରୀ ହୋଇପାରିବ । ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଶୁଣ୍ଠୀ (sunthi)କୁ ମିଶାଇ ପିଇବା ଦରକାର । ଶୁଣ୍ଠୀ (sunthi)କୁ କ୍ଷୀର ସହିତ ମିଶାଇ ପିଇବା ଦ୍ଵାରା ବହୁତ ଉପକାର ମିଳିଥାଏ ।

ପ୍ରକାଶ ଥାଉ ଯେ, ମୁଣ୍ଡ ବିନ୍ଧା ସମୟରେ ଶୁଣ୍ଠୀ (sunthi) ର ପ୍ରୟୋଗ କରାଯାଇଥାଏ । ଯଦି ଆପଣଙ୍କ ମୁଣ୍ଡ ଲଗାତାର ବିନ୍ଧୁଛି ତେବେ ଶୁଣ୍ଠୀ ଗୁଣ୍ଡର ଲେପ ଲଗାଇଲେ ଯନ୍ତ୍ରଣାରୁ ଆରାମ ମିଳିଥାଏ ।
ଯଦି ଆପଣଙ୍କର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଅଧିକ ଦେଖା ଯାଇଥାଏ । ତେବେ ଆପଣ ନିୟମିତ ଶୁଣ୍ଠୀ ଗୁଣ୍ଡ ସେବନ କରି ଉଷୁମ ପାଣି ପିଅନ୍ତୁ ଏହାଦ୍ୱାରା ଗଣ୍ଠି ଯନ୍ତ୍ରଣାରୁ ଆରାମ ମିଳିବ ।

ଏହି ୫ଟି ଅଙ୍ଗକୁ ପୁରା ଅଚଳ କରିଦିଏ ଡାଇବେଟିସ୍‌, ଜାଣନ୍ତୁ...

ପାଇଲ୍ସ ଭଲ କରିଦେବ ଗଙ୍ଗଶିଉଳି...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments