1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଉପକାରୀ ପୋଦିନା ପତ୍ର !!

ଆମର ପ୍ରତିଦିନର ରୋଷେଇରେ ଅଳ୍ପ ବହୁତ ପୋଦିନା କରୁଛେ l ପୋଦିନାର ସ୍ୱତନ୍ତ୍ର ବାସ୍ନା ହିଁ ଖାଦ୍ୟକୁ ଆହୁରି ରୁଚିକର କରିଦିଏ l ବିଭିନ୍ନ ପ୍ରକାରର ଚଟଣୀରେ କିମ୍ବା ତରକାରୀରେ ପୋଦିନା ଟିକେ ପକାଇଦେଲେ ଏହା ସ୍ବାଦକୁ ବହୁଗୁଣିତ କରିଦିଏ l ଏମିତି ଦେଖିବାକୁ ଗଲେ, ଦକ୍ଷିଣ ଭାରତରେ ପୋଦିନା ପତ୍ରର ବହୁଳ ବ୍ୟବହାର କରାଯାଏ l ଏହା ଛଡ଼ା ପୋଦିନା ପତ୍ରର ବହୁତ ଔଷଧୀୟ ଗୁଣ ରହିଛି, ସେ ବିଷୟରେ ଆସନ୍ତୁ ଆଲୋଚନା କରିବା l

Sugyan Kumar Nayak
Sugyan Kumar Nayak
Health Benefits

Health Benefits

ଆମର ପ୍ରତିଦିନର ରୋଷେଇରେ ଅଳ୍ପ ବହୁତ ପୋଦିନା କରୁଛେ l ପୋଦିନାର ସ୍ୱତନ୍ତ୍ର ବାସ୍ନା ହିଁ ଖାଦ୍ୟକୁ ଆହୁରି ରୁଚିକର କରିଦିଏ l ବିଭିନ୍ନ ପ୍ରକାରର ଚଟଣୀରେ କିମ୍ବା ତରକାରୀରେ ପୋଦିନା ଟିକେ ପକାଇଦେଲେ ଏହା ସ୍ବାଦକୁ ବହୁଗୁଣିତ କରିଦିଏ l ଏମିତି ଦେଖିବାକୁ ଗଲେ, ଦକ୍ଷିଣ ଭାରତରେ ପୋଦିନା ପତ୍ରର ବହୁଳ ବ୍ୟବହାର କରାଯାଏ l  ଏହା ଛଡ଼ା ପୋଦିନା ପତ୍ରର ବହୁତ ଔଷଧୀୟ ଗୁଣ ରହିଛି, ସେ ବିଷୟରେ ଆସନ୍ତୁ ଆଲୋଚନା କରିବା l

 ପୋଦିନା ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ପୋଷକତତ୍ତ୍ୱ ଭରପୂର ପରିମାଣରେ ରହିଥାଏ l ଏହା ଛଡ଼ା ପୋଦିନା ପତ୍ରରେ ଭିଟାମିନ A, ଭିଟାମିନ C, ବି-କମ୍ପ୍ଲେକ୍ସ, ଫସଫରସ, କ୍ୟାଲସିୟମ ତତ୍ତ୍ଵଗୁଡ଼ିକ ରହିଥାଏ l ପୋଦିନା ପତ୍ରରେ ଲୌହ, ପୋଟାସିୟମ, ଏବଂ ମାଙ୍ଗାନିଜ ଅଧିକ ପରିମାଣରେ ରହୁଥିବାରୁ ଏହା ମସ୍ତିଷ୍କର ଅଭିବୃଦ୍ଧି ତଥା ଶରୀରରେ ହେମୋଗ୍ଲୋବିନର ବିକାଶରେ ସହାୟକ ହୋଇଥାଏ l ନିଜର କର୍ମବ୍ୟସ୍ତ ଜୀବନରେ ଓଜନ ହ୍ରାସ କରିବା ପାଇଁ ପୋଦିନା ପତ୍ରର ଉପଯୋଗ ମଧ୍ୟ କରାଯାଇପାରିବ l କାରଣ ପୋଦିନା ପାତ୍ରରେ ଅଳ୍ପ ପରିମାଣର କ୍ୟାଲୋରୀ, ପ୍ରୋଟିନ ଏବଂ ଫ୍ୟାଟ ରହୁଛି l

ପୋଦିନା ପତ୍ର ଏକ ହଜମକାରକ ଭାବରେ ପରିଚିତ l ଆମର ପାଚନଜନିତ ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ପୋଦିନା ପତ୍ର ବହୁତ ସହାୟକ ହୋଇଥାଏ l ମୁଖ୍ୟତଃ ପୋଦିନା ପତ୍ର ଆମର ହଜମରେ ସାହାଯ୍ୟ କରୁଥିବା ଏଞ୍ଜାଇମଗୁଡ଼ିକୁ ସକ୍ରିୟ କରିଦେଇଥାଏ ଏବଂ ଆମର ପାଚନ ପ୍ରକ୍ରିୟା ସୁବ୍ୟବସ୍ଥିତ ହୁଏ l ପୋଦିନା ପତ୍ରରେ ମିଥାନଲ ରହୁଥିବାରୁ ଏହା ପାକସ୍ଥଳୀ ସମ୍ବନ୍ଧୀୟ ସଂକ୍ରମଣ ଏବଂ ସମସ୍ୟାଗୁଡ଼ିକୁ ସମାଧାନ କରିପାରେ l ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ପୋଦିନା ପତ୍ରର ବିଶେଷ ଭୂମିକା ରହିଛି l ଶରୀରରେ କେତେଗୁଡ଼ିଏ ଉପକାରୀ ଏନଜାଇମଗୁଡ଼ିକୁ ସକ୍ରିୟ କରି ଏହା ବିଭିନ୍ନ ପ୍ରକାରର ଟ୍ୟୁମର ସମସ୍ୟାରୁ ଶରୀରକୁ ରକ୍ଷା କରେ l 

ଆଜମା ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ପୋଦିନା ପତ୍ର ସେବନ କରିବାକୁ କୁହାଯାଏ l ଏହା ନାକ ଚୁଣ୍ଟି ହେବାକୁ ଦିଏ ନାହିଁ,  ଏହା ଛଡ଼ା ନିଶ୍ୱାସ ପ୍ରଶ୍ୱାସଜନିତ ସମସ୍ୟାଗୁଡ଼ିକୁ ଉପଶମ କରେ l ପୋଦିନା ପତ୍ରକୁ ଏକ ମୁଖବାସ ଭାବରେ ବ୍ୟବହାର କରାଯାଇ ପାରେ l ପାଟିର ଦୁର୍ଗନ୍ଧ ଦୂରକରିବା ପାଇଁ ପୋଦିନା ପତ୍ରର ଉପଯୋଗ କରାଯାଇପାରିବ l ବଜାରରେ ଉପଲବ୍ଧ ମୁଖବାସ ସାମଗ୍ରୀଗୁଡ଼ିକରେ ପୋଦିନା ପତ୍ରରୁ ପ୍ରସ୍ତୁତ ଅର୍କକୁ ବ୍ୟବହାର କରାଯାଇଥାଏ l ପୋଦିନା ପତ୍ରରେ ଅଧିକ ପରିମାଣର ଆଣ୍ଟି-ବାକ୍ଟେରିଆଲ, ଆଣ୍ଟି-ଫଙ୍ଗାଲ, ସାଲିସିଲିକ ଏସିଡ, ଏବଂ ଭିଟାମିନ A ରହୁଛି l ଏହା ବ୍ରଣ ଏବଂ କ୍ଷତକୁ ପ୍ରଭାବଶାଳୀ ଭାବରେ ଦୂର କରିଥାଏ l ପୋଦିନା ପତ୍ରର ରସକୁ ବ୍ୟବହାର କରି ବିଭିନ୍ନ ପ୍ରସାଧନ ସାମଗ୍ରୀ ପ୍ରସ୍ତୁର କରାଯାଏ l

ଆପଣ ପୋଦିନା ପତ୍ରର ଏତେ ସବୁ ଭଲ ଗୁଣ ଜାଣିଲେ, ଆଉ ଡେରି ନକରି ଆପଣ ପୋଦିନା ପତ୍ରକୁ ବ୍ୟବହାର କରନ୍ତୁ ଏବଂ ସୁସ୍ଥ ଜୀବନ ଉପଭୋଗ କରନ୍ତୁ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments