Health & Lifestyle

ଦୈନନ୍ଦିନ ଜୀବନରେ ଲୁଣ ର ଆବଶ୍ୟକତା

ମିଠାକୁ ଛାଡ଼ି ଘରେ ପ୍ରସ୍ତୁତ ହେଉଥିବା ପ୍ରତ୍ୟେକ ଖାଦ୍ୟରେ ଲୁଣ ବ୍ୟବହୃତ ହୋଇଥାଏ । ଲୁଣ ବିନା ଖାଦ୍ୟ ଯେମିତି ସ୍ୱାଦହୀନ ହୋଇଯାଏ । ଲୁଣ ଏମିତି ଏକ ଜିନିଷ, ଏହା କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ନାହିଁ, ବରଂ ଶରୀରକୁ ମଧ୍ୟ ସ୍ୱାସ୍ଥ୍ୟକର କରିଥାଏ ଏବଂ ପୋଷଣ ପ୍ରଦାନ କରେ ।

14 November, 2022 12:14 PM IST By: Tanushree Mahapatra

ମିଠାକୁ ଛାଡ଼ି ଘରେ ପ୍ରସ୍ତୁତ ହେଉଥିବା ପ୍ରତ୍ୟେକ ଖାଦ୍ୟରେ ଲୁଣ ବ୍ୟବହୃତ ହୋଇଥାଏ । ଲୁଣ ( salt ) ବିନା ଖାଦ୍ୟ ଯେମିତି ସ୍ୱାଦହୀନ ହୋଇଯାଏ । ଲୁଣ ଏମିତି ଏକ ଜିନିଷ, ଏହା କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ନାହିଁ, ବରଂ ଶରୀରକୁ ମଧ୍ୟ ସ୍ୱାସ୍ଥ୍ୟକର କରିଥାଏ ଏବଂ ପୋଷଣ ପ୍ରଦାନ କରେ । ଖାଦ୍ୟରେ ଲୁଣର ରହିଛି ଏକ ପ୍ରମୁଖ ଭୂମିକା । ଲୁଣ ବିନା ଖାଦ୍ୟର ଅସ୍ଥିତ୍ୱ ମୂଲ୍ୟହୀନ ହୋଇପଡେ  । ଆମ ଶରୀରରେ ଚାଲିଥିବା ବିଭିନ୍ନ ପ୍ରକ୍ରିୟା ପାଇଁ ସୋଡିୟମର ଆବଶ୍ୟକତା ଅତି ଗୁରୁତ୍ୱପୂର୍ଣ୍ଣ ।

କୋଷିକା ଠିକ ଭାବରେ କାମ କରିବା ଉଚିତ୍‌, ଶରୀରରେ ଥିବା ତରଳ ପଦାର୍ଥ ଏବଂ ଇଲୋକ୍ଟ୍ରୋକ୍ଲାଲୋଇଡ୍ସ  ସନ୍ତୁଳିତ, ରକ୍ତଚାପ ନିୟନ୍ତ୍ରଣ ଆଦି ସବୁକିଛି ସୋଡିୟମ ଉପରେ ହିଁ ନିର୍ଭର କରେ । ଏ ସବୁକିଛି ସୋଡିୟମ ପାଇଁ ସମ୍ଭବ ।

ସେହିପରି WHO ମୁତାବକ, ଜଣେ ସୁସ୍ଥ ବ୍ୟକ୍ତିକୁ ପ୍ରତିଦିନ ଅତି ବେଶିରେ ୫ ଗ୍ରାମ ଲୁଣ ଖାଇବା ଉଚିତ୍ । WHO ମୁତାବକ, ଜଣେ ବ୍ୟକ୍ତିକୁ ଫିଟ୍ ରହିବା ପାଇଁ ଉଭୟ ସୋଡିୟମ୍ ଏବଂ ପୋଟାସିୟମ୍ ( sodium and potasium ) ଆବଶ୍ୟକ ହୋଇଥାଏ। ଯଦି ଜଣେ ବ୍ୟକ୍ତି ଦୈନିକ ୫ ଗ୍ରାମ ପର୍ଯ୍ୟନ୍ତ ଲୁଣ ଖାଏ, ତା’ ହେଲେ ତାକୁ ଏହି ଉଭୟ ଜିନିଷ ସମାନ ପରିମାଣରେ ମିଳିଥାଏ । କିନ୍ତୁ ଏଥିରୁ ଲୁଣ ର ପରିମାଣ ଅଧିକ ହେଲେ ତାହା ଶରୀର ପାଇଁ କ୍ଷତି ପହଞ୍ଚାଇବ l

ଆମ ଶରୀର ଆବଶ୍ୟକତା କରୁଥିବା ସୋଡିୟମ ୯୦ ପ୍ରତିଶତ କେବଳ ସାଧାରଣ ଲୁଣରୁ ମିଳିଥାଏ ।  ବୈଜ୍ଞାନିକଙ୍କ ଭାଷାରେ ଏହାକୁ ସୋଡିୟମ କ୍ଲୋରାଇଡ ବୋଲି କୁହାଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଲୋକଙ୍କୁ ଦୈନିକ ୫ ଗ୍ରାମରୁ କମ୍‌ ଲୁଣ ଖାଇବାକୁ ପରାମର୍ଶ ଦେଇଥାଏ । ଯାହା ପ୍ରାୟ ୧ ଚାମଚ ହେଵ । କିନ୍ତୁ ଆକଳନ କହୁଛି ଭାରତରେ ଦୈନିକ ଲୋକମାନେ  ୧୧ ଗ୍ରାମ ଲୁଣ ଖାଇଥାନ୍ତି । ଯାହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ l ଅନ୍ୟପଟେ ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦେଇଥିବା ପରାମର୍ଶଠାରୁ ଯଥେଷ୍ଟ ଅଧିକ ରହିଛି  ।

କୌଣସି ମଧ୍ୟ ବୟସରେ ଅଧିକ ଲୁଣ ଖାଇବା ଦ୍ୱାରା ରକ୍ତଚାପ ବଢ଼ିପାରେ । କେବଳ ସେତିକି ନୁହେଁ ବରଂ ଅଧିକ ଲୁଣ ଖାଇବା ଦ୍ୱାରା ହୃଦରୋଗ,ଗ୍ୟାସଟିକ୍ ,ମସ୍ତିଷ୍କରେ ରକ୍ତପ୍ରବାହ ଉପରେ ପ୍ରଭାବ ପଡ଼ିବା ଭଳି ସମସ୍ୟା ଦେଖା ଦେଇଥାଏ । ଏହା ଖୁବ୍‌ କ୍ଷତିକାରକ ହୋଇପାରେ ଜଣେ ସ୍ୱାସ୍ଥ୍ୟବାନ ମଣିଷ ପାଇଁ । ଯେପରିକି ମସ୍ତିଷ୍କର କୌଣସି ଶିରା ଫାଟିଯିବା ବା ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ଯାହା ଅତ୍ୟନ୍ତ ସାଙ୍ଘାତିକ  । ବଜାରରେ ବିଭିନ୍ନ ପ୍ରକାରର ଲୁଣ ମିଳିଥାଏ । ଯେଉଁଥିରେ କମ୍‌ ମାତ୍ରାରେ ସୋଡିୟମ ରହିଥାଏ, ସେହି ଲୁଣ ଶରୀର ପାଇଁ ଉତ୍ତମ ।  

ଦେଖିବାକୁ ଗଲେ ବଜାର ତଥା ଘରେ ସାଧାରଣ ଲୁଣ ବହୁଳ ବ୍ୟବହାର ହୁଏ । ଯେଉଁଥିରେ କି ୯୭ରୁ ୯୯ ପ୍ରତିଶତ  ସୋଡିୟମ କ୍ଲୋରାଇଡ୍‌ ରହିଥାଏ । ଏଥିରେ କୌଣସି ଅଶୁଦ୍ଧତା ନଥାଏ । କିନ୍ତୁ ପୋଷକ ତତ୍ତ୍ୱ ଦୃଷ୍ଟିରୁ ଏହାକୁ ଭଲ ବୋଲି କହିବା ଅନୁଚିତ୍‌ । ସି-ସଲ୍ଟ ଲୁଣକୁ ଅଧିକ ରିଫାଇନ୍‌ କରାଯାଇନଥାଏ । ଏଥିରେ ଅଧିକ ମାତ୍ରାରେ ଖଣିଜ ଲବଣ ରହିଛି । କିନ୍ତୁ ସାଧାରଣ ଲୁଣ ତୁଳନାରେ ସମୁଦ୍ର ଲୁଣରେ ୧୦ ପ୍ରତିଶତ କମ୍‌ ସୋଡିୟମ ରହିଥାଏ । ଠିକ୍‌ ସେହିଭଳି ହିମାଳୟ ପାଦ ଦେଶରୁ ଆସୁଥିବା ପିଙ୍କ୍‌ ଲୁଣରେ କମ୍‌ ମାତ୍ରାରେ ସୋଡିୟମ ରହିଛି  । ଏହା ବ୍ୟତୀତ ଏଥିରେ ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ଭଳି ଖଣିଜ ଲବଣ ରହିଥାଏ ଯାହା ଦେହ ପାଇଁ ଭଲ  । ଏହାକୁ ବାଦ୍‌ ଦେଲେ ଗ୍ରେ ସଲ୍ଟରେ ସୋଡିୟମର ମାତ୍ରା କମ୍‌ ଥାଏ  ଏବଂ ଅନ୍ୟ ଖଣିଜ ଲବଣ ପ୍ରଚୁର ମାତ୍ରାରେ ରହିଥାଏ ।  ଏହା ପ୍ରାକୃତିକ ଏବଂ ଏଥିରେ ବାହାରର କୌଣସି ଜିନିଷ ମିଶାଯାଇନଥାଏ ।

ସୈନ୍ଧବ ଲୁଣ - ଆୟୁର୍ବେଦରେ ସନ୍ଧୈବ ଲୁଣକୁ ସର୍ବୋତ୍ତମ କୁହାଯାଏ । ବ୍ଲଡ ପ୍ରେସର ରୋଗୀଙ୍କୁ ଏହି ଲୁଣ ଖାଇବାକୁ କୁହାଯାଏ । ଏହି ଲୁଣ ଖାଇବା ଦ୍ୱାରା ଜଣେ ମଣିଷର  ଦୁଶ୍ଚିନ୍ତା ଦୂର ହୋଇଥାଏ । ଏହାକୁ ଖାଇବା ଦ୍ୱାରା ପାଚନ ତନ୍ତ୍ର ମଧ୍ୟ ଠିକ୍‌ ଭାବେ କାମ କରିଥାଏ । ସି ସଲ୍ଟ - ଏହି ଲୁଣରେ ଅଧିକତଃ ଆୟୋଡିନ ମିଶାଇ କରି ବିକ୍ରି କରାଯାଇଥାଏ । ଏହାକୁ ଅଧିକାଂଶ ଲୋକେ ନିୟମିତ ଲୁଣ ଭାବେ ବ୍ୟବହାର କରିଥାନ୍ତି । ଏହି ଲୁଣ ଆପଣଙ୍କ ଶରୀରର ପିଏଚ୍‌ ଲେବଲ ଠିକ୍‌ ରଖିବା ପାଇଁ  ସାହାଯ୍ୟ କରିଥାଏ । ଏହା ଆପଣଙ୍କ ଡେଡ୍‌ ସ୍କିନ ସେଲ କୁ ହଟାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।

କଳା ଲୁଣ ବା ବିଟ ଲୁଣ  - କଳା ଲୁଣ ନେଚୁରାଲ ବଡି ଡିଟକ୍ସ ପରି କାମ କରିଥାଏ । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀର ପ୍ରାକୃତିକ ଭାବେ ସଫା ରହିଥାଏ । ଏହାଦ୍ୱାରା କବ୍ଜ ସମସ୍ୟା ବି ଦୂର ହୋଇଥାଏ । ଏହା ଓଜନ ବା ଶରୀର ର ମେଦ କମାଇବାରେ ସାହାଯ୍ୟ କରିବା ସହ ହାଡ ମଜଭୁତ କରିଥାଏ । ବିଦା ଲୁଣ - ଏହି ଲୁଣର ବ୍ୟବହାର ଥେରାପିରେ କରାଯାଏ । ଏହି ଲୁଣର ସେବନ ଆସ୍ତମା ରୋଗୀ କରିବା ଉଚିତ୍‌ । ଏହା ଆପଣଙ୍କ ଶ୍ୱାସ ନେବା ତନ୍ତ୍ରକୁ ମଜଭୁତ କରିଥାଏ । ରୋମାକା ଲୁଣ - ଏହି ଲୁଣ ଗୁଜୁରାଟର ସାମ୍ଭର ଝିଲିରୁ ବାହାରି ଥାଏ । ଏହା ଶରୀରର ଗରମକୁ ବାହାର କରିବାକୁ ସାହଯ୍ୟ କରିଥାଏ । ଅର୍ଥାତ ଏହି ଲୁଣ ଶରୀରକୁ ଥଣ୍ଡା ରଖିଥାଏ ।

ରୋଗଠୁ ଦୂରରେ ରହିବାକୁ ଚାହୁଁଛନ୍ତି ? ଖାଆନ୍ତୁ ଏହି ସବୁ ଖାଦ୍ୟ

ଖାଦ୍ୟ ବିଷାକ୍ତ: ଖାଦ୍ୟ ବିଷରେ ଏହି ବିଶେଷ ଯତ୍ନ ନିଅ, ଏହାର ଲକ୍ଷଣ ଏବଂ ଘରୋଇ ଉପଚାର |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)