Health & Lifestyle

ଏହି ରୋଗ ଥିବା ଲୋକଙ୍କୁ ଅଣ୍ଡା ଖାଇବା ମନା

ବିଶେଷଜ୍ଞମାନେ ପ୍ରତି ଋତୁରେ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି । ହେଲେ ଏକ ଅଧ୍ୟୟନରୁ ଜଣାପଡିଛି କି ଯଦି ଆପଣ ଦୈନିକ ଗୋଟିଏ କିମ୍ବା ତା ଠାରୁ ଅଧିକ ଅଣ୍ଡା ଖାଉଛନ୍ତି ତେବେ ଆପଣଙ୍କୁ ଟାଇପ-୨ ମଧୁମେହ ହେବାର ସମ୍ଭାବନା ୬୦ ପ୍ରତିଶତ ବୃଦ୍ଧି ପାଇଥାଏ ।

17 April, 2023 8:00 PM IST By: Priyambada Rana

ବିଶେଷ ଭାବେ କୁହାଯାଇଥାଏ କି ଅଣ୍ଡାରେ ପ୍ରଚୁର ପରିମାଣ ପ୍ରୋଟିନ ରହୁଥିବାରୁ ଏହାକୁ ଖାଦ୍ୟରେ ସାମିଲ କରିବା ଜରୁରୀ ।ବିଶେଷଜ୍ଞମାନେ ପ୍ରତି ଋତୁରେ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି । ହେଲେ ଏକ ଅଧ୍ୟୟନରୁ ଜଣାପଡିଛି କି ଯଦି ଆପଣ ଦୈନିକ ଗୋଟିଏ କିମ୍ବା ତା ଠାରୁ ଅଧିକ ଅଣ୍ଡା ଖାଉଛନ୍ତି ତେବେ ଆପଣଙ୍କୁ ଟାଇପ-୨ ମଧୁମେହ ହେବାର ସମ୍ଭାବନା ୬୦ ପ୍ରତିଶତ ବୃଦ୍ଧି ପାଇଥାଏ ।

ଏନେଇ ଚୀନର ବିଶେଷଜ୍ଞମାନେ ୮ ହଜାର ଲୋକଙ୍କ ଉପରେ ପରୀକ୍ଷା କରିଛନ୍ତି । ସେଥିରୁ ଜଣାପଡିଛି କି ଅଧିକ ଅଣ୍ଡା ଖାଉଥିବା ଲୋକମାନେ ଶାରୀରିକ ଭାବେ କମ ସକ୍ରିୟ । ସେମାନଙ୍କ ଶରୀରରେ ସେରମ ଓ କୋଲଷ୍ଟରଲର ମାତ୍ରା ଅଧିକ ଦେଖିବାକୁ ମିଳିଛି ।ଏହାସହ ସେମାନଙ୍କ ଶରୀରରେ ଅଧିକ ଚର୍ବି ଦେଖିବାକୁ ମଧ୍ୟ ମିଳିଛି ।
ଅଧ୍ୟୟନରୁ ଜଣାପଡିଛି କି, ଅଣ୍ଡାର କେଶରରୁ ମିଳୁଥିବା କୋଲିନ ଶରୀରରେ ମୋଟାପଣ ବୃଦ୍ଧି କରିଥାଏ । ଏହାସହ ଅଣ୍ଡାର ଧଳା ଅଂଶରୁ ମିଳୁଥିବା ରସାୟନ କାର୍ବୋହାଇଡ୍ରେଡର ଅବଶୋଷଣକୁ ରୋକିଥାଏ । ସାରା ବିଶ୍ୱରେ ଅନେକ ଲୋକ ସକାଳ ଜଳଖିଆରେ ଅଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି । ହେଲେ ଏବେ ଲୋକମାନେ ଅଣ୍ଡା ଖାଇବା ନକମାଇଲେ ସେମାନଙ୍କ ଶରୀରରେ ବିଭିନ୍ନ ରୋଗ ଦେଖିବାକୁ ମିଳିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସେପଟେ ଅନେକ ବିଶେଷଜ୍ଞଙ୍କ ମତରେ ଅଧିକ ଅଣ୍ଡା ଖାଉଥିବା ଲୋକଙ୍କ ଠାରେ ଟାଇପ -୨ ମଧୁମେହ ହେବାର ସମ୍ଭାବନା ଅଧିକ । ଗୋଟିଏ ଅଣ୍ଡାରୁ ପାଖା ପାଖି ୨୦୦ ମିଲିଗ୍ରାମ କୋଲଷ୍ଟରଲ ରହୁଥିବାରୁ ଏହା ମଧୁମେହ ରୋଗୀଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ ।ଆପଣ ଯଦି ଅଣ୍ଡା ଖାଇବାକୁ ପସନ୍ଦ କରୁଥାନ୍ତି ତେବେ ଆପଣଙ୍କ ପାଇଁ ଏକ ଭଲ ଉପାୟ ରହିଛି । ବିଶେଷଜ୍ଞଙ୍କ ମତରେ ଅଣ୍ଡାକୁ ସିଝାଇ ସେଥିରେ ଲୁଣ, କଳା ମରିଚ ଓ ଧଣିଆ ପତ୍ର ସହ ଓମଲେଟ କରି ଖାଇଲେ ଏଥିରେ ଥିବା କୋଲଷ୍ଟରଲର ମାତ୍ର କମ ହୋଇଥାଏ ।

ଜଣେ ଆମେରିକୀୟ ଡାକ୍ତର ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ଶରୀରରେ ଅଧିକାଂଶ କୋଲେଷ୍ଟ୍ରଲ ଯକୃତ କାରଣରୁ ତିଆରି ହୋଇଥାଏ, ତେଣୁ ଅନେକ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଅଧିକ ପରିମାଣର ଚର୍ବିଯୁକ୍ତ ଖାଦ୍ୟ ଖାଇବା ଆମ ଯକୃତରେ ଅଧିକ କୋଲେଷ୍ଟ୍ରଲ ସୃଷ୍ଟି କରିଥାଏ। ଅଣ୍ଡାରେ ଉଭୟ କୋଲେଷ୍ଟ୍ରଲ ଏବଂ ଚର୍ବି ଥାଏ, ତେଣୁ ଯଦି ଆପଣ ପ୍ରତିଦିନ ୧ଟି ଅଣ୍ଡା ଖାଆନ୍ତି ତେବେ ଏହାର କୌଣସି କ୍ଷତି ହେବ ନାହିଁ, କିନ୍ତୁ ଗୋଟିଏରୁ ଅଧିକ ଅଣ୍ଡା ଖାଇବା ଆପଣଙ୍କ ଅବସ୍ଥାକୁ ଖରାପ କରିପାରେ।

ଏହି ଲୋକ ଅଣ୍ଡା ଖାଇବା ଉଚିତ୍ ନୁହେଁ :-

– କିଡନୀ ସମସ୍ୟା ଥିବା ଲୋକମାନେ ଅଣ୍ଡାର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରହିବା ଉଚିତ୍ ।

– ଅଣ୍ଡାର ଅତ୍ୟଧିକ ବ୍ୟବହାର ହେତୁ ଶରୀରର କୋଲେଷ୍ଟ୍ରଲ ସ୍ତର ବଢ଼ିଥାଏ, ତେଣୁ ଯେଉଁମାନଙ୍କର କୋଲେଷ୍ଟ୍ରଲ ସ୍ତର ଅଧିକ, ସେମାନେ ଏହାର ବ୍ୟବହାରରୁ ଦୂରେଇ ରହିବା ଉଚିତ୍।

– ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି କୋଲେଷ୍ଟ୍ରଲ ରୋଗୀ ଅଧିକ ଅଣ୍ଡା ଖାନ୍ତି, ତେବେ ହୃଦଘାତ ହେବାର ଆଶଙ୍କା ବଢ଼ିଯାଏ। ସେଥିପାଇଁ ଏହିପରି ରୋଗୀମାନେ ଅଣ୍ଡାଠାରୁ ଦୂରେଇ ରହିବା ଉଚିତ୍।

– ଯେଉଁମାନଙ୍କର ଅଣ୍ଡା ଖାଇବା ପରେ ନିୟମିତ ବାନ୍ତି ଏବଂ ପେଟ ଯନ୍ତ୍ରଣା ହୁଏ, ସେମାନଙ୍କୁ ଖାଇବା ଠାରୁ ଦୂରେଇ ରହିବା ଉଚିତ୍।

ଜାଣନ୍ତୁ ଚୂନା ମାଛ ଖାଇଲେ ମିଳିଥାଏ କେଉଁ କେଉଁ ଲାଭ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)