1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଜାଣନ୍ତୁ ଚୂନା ମାଛ ଖାଇଲେ ମିଳିଥାଏ କେଉଁ କେଉଁ ଲାଭ ?

ଚୂନା ମାଛ ଗାଁଠୁ ନେଇ ସହର ପର୍ଯ୍ୟନ୍ତ, ସବୁଠି ସହଜରେ ମିଳିଥାଏ। ଏହାକୁ ସବୁ ବର୍ଗର ଲୋକ ଖାଇପାରିବେ କାରଣ ଏହାର ମୂଲ୍ୟ ମଧ୍ୟ ସେପରି ଅଧିକ ନୁହଁ। ତେବେ କୁହାଯାଏ, ଚୂନା ମାଛ ମଧ୍ୟରୁ ମହୁରାଳି ମାଛ ସ୍ୱାସ୍ଥ୍ୟ ପାଇଁ ସବୁଠୁ ଭଲ। ବଡ଼ ମାଛ ତୁଳନାରେ ଚୁନା ମାଛରେ ଭିଟାମିନ୍‌ ଓ ପ୍ରୋଟିନ୍‌ ଭରି ରହିଥାଏ। ଅଲଗା ମାଛ ଅପେକ୍ଷା ଚୂନା ମାଛରେ ଖାଦ୍ୟ ହଜମ ଶକ୍ତି ଅଧିକ ଥାଏ।

Priyambada Rana
Priyambada Rana
ଚୂନା ମାଛର ଉପକାରିତା...

ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ବଡ଼ ମାଛ ଅପେକ୍ଷା ଚୁନା ମାଛ ଅଧିକ ହିତକର। ଏମିତିରେ ବି ଚୁନା ମାଛ ଅନେକଙ୍କ ପ୍ରିୟ ହୋଇଥାଏ। ସେ ଦୃଷ୍ଟିକୁ ବାଦ୍‌ ଦେଲେ ଚୁନ ମାଛ ଅନେକ ରୋଗକୁ ମଧ୍ୟ ଦୂର କରିଥାଏ। ‘ଦ ବିଲ୍‌ସ ଅଫ୍‌ ବାଙ୍ଗ୍‌ଲାଦେଶ’ ପକ୍ଷରୁ ଦିର୍ଘ ୧୦ ବର୍ଷ ଧରି ଛଅଟି ଫୋକାଲ୍‌ ସାଇଟ୍‌ରେ ହୋଇଥିବା ଏକ ଗବେଷଣାରୁ ଏ ସଂପର୍କରେ ଜାଣିବାକୁ ମିଳିଛି।

୧. ଚୂନାମାଛ ଖାଇଲେ ଶରୀରର ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଫଳରେ ହୃଦ୍‌ରୋଗର ଆଶଙ୍କା ମଧ୍ୟ କମିଯାଏ।

୨. ଚୂନା ମାଛରେ ଥିବା ଭିଟାମିନ୍‌ ଦୃଷ୍ଟି ଶକ୍ତି ବଢାଇବା ସହ ଦୃଷ୍ଟିହୀନତା ଓ ଆଖିର ବିଭିନ୍ନ ସମସ୍ୟା ଦୂର କରେ।

୩. ପିଲାଙ୍କ ପାଇଁ ଚନା ମାଛ ସବୁଠୁ ଭଲ। ଏହା ସେମାନଙ୍କ ଶରୀର ବୃଦ୍ଧିରେ ସହାୟକ ହୋଇଥାଏ। ଏହା ପିଲାଙ୍କ ମସ୍ତିଷ୍କକୁ ତୀକ୍ଷ୍ଣ କରିବା ସହ ସ୍ମରଣ ଶକ୍ତି ମଧ୍ୟ ବଢ଼ାଇଥାଏ।

୪. ଚୁନାମାଛ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ। ଏଥିରେ ଥିବା କ୍ୟାଲ୍‌ସିୟମ ଦାନ୍ତ ଓ ଶରୀରର ହାଡ଼ ସବୁକୁ ମଜବୁତ୍‌ କରେ।

୫. ଶ୍ୱାସରୋଗୀଙ୍କ ପାଇଁ ଚୁନା ମାଛ ଖୁବ୍ ଉପକାରୀ। ଏହାକୁ ୬ ମାସ ଯାଏ ନିୟମିତ ଖାଇଲେ, ଶ୍ୱାସରୋଗରୁ ମୁକ୍ତି ମିଳେ।

୬. ଚୂନା ମାଛ ପେଟ ପାଇଁ ଖୁବ୍‌ ଭଲ। ଏହା ଦ୍ୱାରା ଶରୀରରେ ହଜମ ଶକ୍ତି ବୃଦ୍ଧି ପାଏ ଓ ବିଭିନ୍ନ ପେଟ ରୋଗରୁ ସୁରକ୍ଷା ମିଳିଥାଏ।

ମାଛ ଚାଷ ରୁ ବିପଦ

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments