Health & Lifestyle

୩ ଦିନ ସକାଳୁ ଖାଲି ପେଟରେ ପିଅନ୍ତୁ ଜୀରା ପାଣି, ମୂଳରୁ ଶେଷ ହୋଇଯିବ ଏହି ବଡ ବଡ ରୋଗ

ଜୀରା ଶରୀର ପାଇଁ ବହୁ ଉପକାରୀ ଅଟେ । ଏହାକୁ ଖାଇଲେ ମଧ୍ଯ ବଡ ବଡ ରୋଗରୁ ମୁକ୍ତି ମିଳେ । ଚାଲନ୍ତୁ ଜାଣିବା କଣ ଲାଭ ପ୍ରଦ ହୁଏ...

24 March, 2022 2:38 PM IST By: Sudesna Nayak

ଗୁଡ ଖାଇବା ଶରୀର ପାଇଁ ଉପକାରୀ ଅଟେ । ଏହାକୁ ଖାଇଲେ ବହୁ ରୋଗରୁ ମୁକ୍ତି ମିଳେ । ସେହିପରି ଜୀରା ଶରୀର ପାଇଁ ବହୁ ଉପକାରୀ ଅଟେ । ଏହାକୁ ଖାଇଲେ ମଧ୍ଯ ବଡ ବଡ ରୋଗରୁ ମୁକ୍ତି ମିଳେ । ଯଦି ଏହି ଦୁଇଟିକୁ ଏକତ୍ର ମିଶାଇ ଖାଇବ ତେବେ ବହୁ ଉପକାର ମିଳିଥାଏ । ଚାଲନ୍ତୁ ଜାଣିବା କଣ ଲାଭ ପ୍ରଦ ହୁଏ...

ଗୁଡ ଓ ଜୀରା ପାଣି ପିଇବାର ଲାଭ କଣ,ଜାଣନ୍ତୁ...

ଶରୀରରେ ରକ୍ତର ପରିମାଣ କମିଗଲେ ଦୁର୍ବଳ ଏବଂ ହାଲିଆ ହୋଇଯାଆନ୍ତି । ତେଣୁ ଗୁଡ ଓ ଜୀରା (Cumin Seeds)କୁ ପାଣିରେ ମିଶାଇ ପିଇଲେ ହିଁ ଶରୀରରେ ରକ୍ତର ପରିମାଣ ବୃଦ୍ଧି ପାଏ । ବିଶେଷକରି ମହିଳାମାନେ ଏହି ପାଣିକୁ ପ୍ରତ୍ୟେକ ଦିନ ପିଇବା ଉଚିତ୍ ।

ସଠିକ ଭାବରେ ପାଚନକ୍ରିୟା ହୁଏ,ଜାଣନ୍ତୁ...

ଗୁଡ ଓ ଜୀରାକୁ ପାଣିରେ ମିଶାଇ ପିଇଲେ ହିଁ ଶରୀରରେ ପାଚନକ୍ରିୟା ସଠିକ ଭାବରେ କାର୍ଯ୍ୟ କରେ । ଖାଦ୍ୟ ହଜମ ହୁଏ । ଯେଉଁମାନଙ୍କର ଖାଦ୍ୟ ହଜମ ହେଉନାହିଁ ସେମାନେ ଏହି ପାଣିକୁ ସକାଳୁ ଖାଲି ପେଟରେ ପିଇବା ଉଚିତ୍ ।

ବ୍ୟଥା କଷ୍ଟରୁ ଆରାମ ମିଳେ,ଜାଣନ୍ତୁ...

ମୁଣ୍ଡ ଅଥବା ମଥା ବା ଶରୀରର ଯେକୌଣସି ଅଂଶ ବ୍ୟଥା ହେଲେ ତୁରନ୍ତ ହିଁ ଗୁଡ ଓ ଜୀରା ପାଣି ପିଅନ୍ତୁ । ଏହି ପାଣି ପିଇଲେ ବ୍ୟଥା ଦୂର ହୋଇଯାଏ । ଏହା ବ୍ୟତୀତ ଜ୍ଵର ଓ ଥଣ୍ଡା ହେଲେ ମଧ୍ୟ ଏହି ପାଣି ପିଇଲେ ଜ୍ଵର ଓ ଥଣ୍ଡା ଭଲ ହୋଇଯାଏ ।

ଗରମ ଦିନେ ଜିରା ପାଣିର କଣ ଫାଇଦା,ଜାଣନ୍ତୁ...

ସାଧାରଣ ଭାବେ ଖରା ଦିନେ ସମସ୍ତଙ୍କୁ ଡିହାଇଡ୍ରେସନ୍ ବା ଶରୀରରେ ଜଳୀୟ ଅଂଶର ଅଭାବ ହୋଇଥାଏ । ଏହାକୁ ଦୂର କରିବା ପାଇଁ ପୋଦିନା ପତ୍ର, ଜିରା ଗୁଣ୍ଡ, କଳା ଲୁଣ, କଞ୍ଚା ଲଙ୍କାକୁ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡିଂ କରନ୍ତୁ ଓ ସେଥିରେ ଲେମ୍ବୁ ରସ ମିଶାଇ ସେବନ କରନ୍ତୁ । ଏହା ଆପଣଙ୍କ ଡିହାଇଡ୍ରେସନ୍ ଦୂର କରିବା ସହ ଆପଣଙ୍କ ପେଟ ମଧ୍ୟ ଥଣ୍ଡା ରଖିବ । ଯେଉଁ ମାନଙ୍କୁ କୋଷ୍ଠକାଠିନ୍ୟ ସମସ୍ୟା ଅଛି ସେମାନେ ସକାଳ ଜଳଖିଆ ଖାଇବାର ଏକ ଘଣ୍ଟା ପରେ ଏହି ଜିରା ପାଣିର ସେବନ କଲେ ଉପଶମ ପାଇବେ । ଏହା ପେଟ ସଫା ରଖିବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ ।

ରୋଗ ପ୍ରତିରୋଧକ କ୍ଷମତା ମଜବୁତ ହୁଏ,ଜାଣନ୍ତୁ...

ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ଦୂର୍ବଳ ହେଲେ ଶରୀରରେ ରୋଗ ଲାଗିରହେ । ତେଣୁ ଗୁଡ ଓ ଜୀରା (Cumin Seeds)ମିଶାଇ ପାଣି ପିଇଲେ ରୋଗ ପ୍ରତିରୋଧକ କ୍ଷମତା ମଜବୁତ ହୁଏ । ଶରୀରରେ ଥିବା ରୋଗ ଦୂରେଇ ଯାଏ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ପାଣି ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ହିଁ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ ।

ଠିଆ ହୋଇ ପାଣି ପିଇଲେ ହୋଇଥାଏ ଏସବୁ ରୋଗ ,ଜାଣନ୍ତୁ...

ବ୍ଲଡ ପ୍ରେସର ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି କି ? କେବଳ କରନ୍ତୁ ଏହି ୫ଟି କାମ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)