1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଠିଆ ହୋଇ ପାଣି ପିଇଲେ ହୋଇଥାଏ ଏସବୁ ରୋଗ ,ଜାଣନ୍ତୁ...

ଯଦି ଠିଆ ହୋଇ ଆପଣମାନେ ପାଣି ପିଉଛନ୍ତି ତାହେଲେ ଏହି ଅଭ୍ୟାସ ଶୀଘ୍ର ହିଁ ବଦଳାନ୍ତୁ । ନହେଲେ ଆପଣ ବିଭିନ୍ନ ରୋଗକୁ ଆମନ୍ତ୍ରଣ କରିବେ।

Sudesna Nayak
Sudesna Nayak
Do not drink Water in standing position it invites diseases

Do not drink Water in standing position it invites diseases

ପାଣି (Water)ଶରୀର ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ସମସ୍ତେ ଜାଣିଛନ୍ତି । ଏହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । କିନ୍ତୁ ପାଣି ପିଇଲା ବେଳେ କେତୋଟି ନିୟମ ମାନିବାକୁ ପଡ଼ିଥାଏ । ସେଗୁଡ଼ିକ ସଂପର୍କରେ ଆପଣ ଜାଣିଛନ୍ତି କି ? ସେଥିରୁ ଗୋଟିଏ ହେଲା କି ଠିଆ ହୋଇ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

ଯଦି ଠିଆ ହୋଇ ଆପଣମାନେ ପାଣି ପିଉଛନ୍ତି ତାହେଲେ ଏହି ଅଭ୍ୟାସ ଶୀଘ୍ର ହିଁ ବଦଳାନ୍ତୁ । ନହେଲେ ଆପଣ ବିଭିନ୍ନ ରୋଗକୁ ଆମନ୍ତ୍ରଣ କରିବେ। ତାହାହେଲେ ଆସନ୍ତୁ ଜାଣିବା ଛିଡ଼ା ହୋଇ ପାଣି ପିଇଲେ କେଉଁ କେଉଁ ରୋଗ ହୋଇଥାଏ...

ଠିଆ ହୋଇ ପାଣି ପିଇଲେ କିଡ୍‌ନୀ ରୋଗ ହୁଏ,ଜାଣନ୍ତୁ...

କିଡ୍‌ନୀର କାମ ହେଲା ପାଣିକୁ ଛାଣିବା । ଯଦି ଛିଡ଼ା ହୋଇ ପାଣି ପିଉଛନ୍ତି, ତାହାହେଲେ ପାଣି ଠିକ୍‌ ଭାବରେ ଛାଣି ହୋଇ ନ ଥାଏ । ଫଳରେ ମୁତ୍ରାଶୟ ଓ ରକ୍ତରେ ମଇଳା ପଦାର୍ଥ ଜମି ଯାଏ । ଯଦି ଏଭଳି ସ୍ଥିତି ଦୀର୍ଘଦିନ ସମୟ ଧରି ଜାରି ରହେ ତାହେଲେ ମୁତ୍ରାଶୟ, ହୃତପିଣ୍ଡ ଓ କିଡ୍‌ନୀରେ ରୋଗ ଜନ୍ମ ହୋଇଥାଏ ।

ଠିଆ ହୋଇ ପାଣି ପିଇଲେ ପେଟ ରୋଗ ହୁଏ,ଜାଣନ୍ତୁ...

ଛିଡ଼ା ହୋଇ ପାଣି ପିଇବା ଦ୍ୱାରା ଶରୀର ଭିତରକୁ ପାଣି ଶୀଘ୍ର ପ୍ରବେଶ କରିଥାଏ । ଫଳରେ ଶରୀରରେ ଥିବା ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ କ୍ଷତି ପହଞ୍ଚାଇଥାଏ । ବାରମ୍ବାର ଏପରି କରିବା ଦ୍ୱାରା ପାକସ୍ଥଳୀ ଖରାପ ହୋଇଯାଏ । ହୃତପିଣ୍ଡ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼େ ।

ଠିଆ ହୋଇ ପାଣି ପିଇଲେ ଆଣ୍ଠୁଗଣ୍ଠି ସମସ୍ୟା ହୁଏ,ଜାଣନ୍ତୁ...

ଛିଡ଼ା ହୋଇ ପାଣି ପିଇଲେ ଆଣ୍ଠୁଗଣ୍ଠି ସମସ୍ୟା ଦେଖାଯାଇଥାଏ । ଠିଆ ହୋଇ ପାଣି ପିଇଲେ ଗଣ୍ଠି ସ୍ଥାନରେ ଥିବା ତରଳ ପଦାର୍ଥର ସନ୍ତୁଳନ ପ୍ରଭାବିତ ହୋଇଥାଏ । ଫଳରେ ଗଣ୍ଠିରେ ଦରଜ ହୋଇଥାଏ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ପାଣି ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ହିଁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ ।

ବ୍ଲଡ ପ୍ରେସର ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି କି ? କେବଳ କରନ୍ତୁ ଏହି ୫ଟି କାମ...

ରକ୍ତଚାପ ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି କି ?ପ୍ରତିଦିନ ଖାଆନ୍ତୁ ଏହି ୫ଟି ଜିନିଷ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments