Health & Lifestyle

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାସ୍ଥ୍ୟ କୁ ହିତ ବାଜରା ଖେଚେଡି

ଶୀତଦିନେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ଲୋକେ ବେଶ ପସନ୍ଦ କରିଥାଆନ୍ତି , ଏହା ସହିତ ସେମାନେ ଧ୍ୟାନ ମଧ୍ୟ ରଖିଥାନ୍ତି ଯେ ଯାହା ସେମାନେ ଖାଉଛନ୍ତି ତାହା ତାଙ୍କୁ ଥଣ୍ଡା ଦାଉରୁ ରକ୍ଷା ତଥା ଶରୀରକୁ ଗରମ ଦେବ ନା ନାହିଁ । ସେହିପରି ପେଟ ଖରାପ ସମୟରେ ଖେଚେଡି ଖାଇବାକୁ ଅଧିକାଂଶ ପରାମର୍ଶ ଦେଇଥାଆନ୍ତି ।

13 January, 2023 10:00 AM IST By: Tanushree Mahapatra

ଶୀତଦିନେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ଲୋକେ ବେଶ ପସନ୍ଦ କରିଥାଆନ୍ତି , ଏହା ସହିତ ସେମାନେ ଧ୍ୟାନ ମଧ୍ୟ ରଖିଥାନ୍ତି ଯେ ଯାହା ସେମାନେ ଖାଉଛନ୍ତି ତାହା ତାଙ୍କୁ ଥଣ୍ଡା ଦାଉରୁ ରକ୍ଷା ତଥା ଶରୀରକୁ ଗରମ ଦେବ ନା ନାହିଁ । ସେହିପରି ପେଟ ଖରାପ ସମୟରେ ଖେଚେଡି ଖାଇବାକୁ ଅଧିକାଂଶ ପରାମର୍ଶ ଦେଇଥାଆନ୍ତି । ବିଶେଷ କରି ଏହା ସହଜରେ ହଜମ ହେବା ସହ ଏଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ଭରି ରହିଥାଏ । ପେଟ ମଧ୍ୟ ସଫା କରିଥାଏ ଏହି ଖେଚେଡି ।

ସେହିପରି ଅଧିକାଂଶ ଘରେ ଡାଲି ଓ ଚାଉଳରେ ପ୍ରସ୍ତୁତ ଖେଚେଡି ଖାଇ ଥାଆନ୍ତି ( bajara khichdi ) । କିନ୍ତୁ ଜାଣିଛନ୍ତି କି ଆପଣ ଘରେ ସୁନ୍ଦର ସ୍ୱାଦିଷ୍ଟ ବାଜରା ରେ ତିଆରି କରି ଖେଚେଡ଼ି ଖାଇପାରିବେ ଯାହା ଆପଣଙ୍କୁ ଶୀତଦିନେ ଶରୀର କୁ ସୁସ୍ଥ ରଖିବା ପାଇଁ ମଧ୍ୟ ସାହାଯ୍ୟ କରିବ l  ତେବେ ଶୀତଦିନେ ଅଧିକ ସୁସ୍ଥ ଓ ଉଷ୍ଣ ରହିବା ପାଇଁ ବାଜରା ଖେଚେଡି ଖାଇବାକୁ ପରାମର୍ଶ ଦିଆଯାଇଥାଏ । ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଛି । ଏଥିରେ ଅଧିକ ମାତ୍ରାରେ କ୍ୟାଲୋରୀ ମଧ୍ୟ ରହିଛି । ଏହାର ସେବନ ଦ୍ୱାରା ପେଟ ଅଧିକ ସମୟ ଯାଏଁ ଭର୍ତ୍ତି ରହିଥାଏ । ଯାହା କୁ ଖାଇଲା ପରେ ଆପଣଙ୍କୁ ବାରମ୍ବାର ଭୋକ ଲାଗିବ ନାହିଁ l  

ବାଜରାରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ପ୍ରଚୁର ପରିମାଣରେ ଶକ୍ତି ଯୋଗାଇଥାଏ । ଫଳରେ ଏହାର ସେବନ ଦ୍ୱାରା ଦିନଯାକ ଥକ୍କାପଣ ଅନୁଭବ ହୋଇ ନ ଥାଏ । କାର୍ଯ୍ୟ କରିବାକୁ ଆଗ୍ରହ ମଧ୍ୟ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଓଜନ ନିୟନ୍ତ୍ରିତ ହୋଇ ରହିଥାଏ । ବାଜରା କୋଲେଷ୍ଟରୋଲ୍‌‌ ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରେ । ଫଳରେ ହୃଦୟ ସୁସ୍ଥ ରହିଥାଏ । ରୋଗ ଠାରୁ ଲଢେଇ କରିବାରେ ମଧ୍ୟ ସହାୟକ ହୋଇଥାଏ ବାଜରା ଖାଇବା ଦ୍ୱାରା । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ଏହାକୁ ଖାଇଲେ । ଅନେକ ସଂକ୍ରମଣ ରୁ ମଧ୍ୟ ଶରୀର କୁ  ଦୂରେଇ ରଖିଥାଏ ।

ଏଥିରେ ଥିବା ପୋଟାସିୟମ, ମାଗ୍ନେସିୟମର ମାତ୍ରା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରି ରଖିଥାଏ। ବାଜରା ସେବନ ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଖୁବ୍‌‌ ଲାଭଦାୟକ। ଲୌହ ସମୃଦ୍ଧ ମିଲେଟ ସ୍ବାସ୍ଥ୍ୟ ପାଇଁ ଅତ୍ଯନ୍ତ ଲାଭଦାୟକ ଅଟେ । ଯେଉଁ ଲୋକମାନେ ରକ୍ତହୀନତାର ଶିକାରହୋଇଥନ୍ତି, ସେମାନେ ବାଜରାରୁ ପ୍ରସ୍ତୁତ ରେସିପି ଖାଇବା ଉଚିତ, ଏହା ରକ୍ତହୀନତାକୁ ଦୂର କରିବାରେ ସାହାଯ୍ଯ କରିଥାଏ। ବାଜରାରେ ଭଲ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଏବଂ ଫେନୋଲିକ୍ସ ମିଳିଥାଏ। ବାର୍ଦ୍ଧକ୍ଯର ପ୍ରଭାବ ବନ୍ଦ କରିବା ଜଣାଶୁଣା ମିଲେଟ ଖାଇବା ଦ୍ୱାରା ଚେହେରାର କୁଞ୍ଚିକୁ ହ୍ରାସ କରିବାରେ ସାହାଯ୍ଯ କରିଥାଏ।

ବାଜରାରୁ ପ୍ରସ୍ତୁତ ଖେଚିଡି ପୋରିଜ୍ କିମ୍ବା ରୋଟି ଖାଇ କୋଲେଷ୍ଟ୍ରୋଲ୍ ନିୟନ୍ତ୍ରଣ କରାଯାଇପାରିବ । ମିଲେଟରେ ରିଚ୍ ଫାଇବର ମିଳିଥାଏ, ଯାହା ଆମ ଶରୀରରେ କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ଯ କରିଥାଏ । ଓଜନ ହ୍ରାସ ପାଇଁ ଖାଦ୍ୟରେ ବାଜରା ଅନ୍ତର୍ଭୁକ୍ତ କରନ୍ତୁ । ବାଜରାରୁ ପ୍ରସ୍ତୁତ ରେସିପି ଖାଇବା ଦ୍ୱାରା, ଜଣେ ଦୀର୍ଘ ସମୟ ପର୍ଯ୍ଯନ୍ତ ଭୋକିଲା ଅନୁଭବ କରେ ନାହିଁ । ଯାହାଦ୍ୱାରା ଆପଣ ଅତ୍ଯଧିକ ଖାଦ୍ୟପେୟରୁ ଦୂରେଇ ରହିପାରିବେ ଏବଂ ସହଜରେ ଓଜନ ହ୍ରାସ କରିପାରିବେ । ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ଠିକ୍ ରଖେ ଏଥିପାଇଁ ଆପଣ ପୋରିଜରୁ ପ୍ରସ୍ତୁତ ରୋଟି ଖାଇପାରିବେ। ଯେକୌଣସି ଉପାୟରେ ଆପଣ ବାଜରା ଖାଇଲେ ଏହା ଆପଣଙ୍କ ହଜମ ପାଇଁ ଲାଭଦାୟକ ହୋଇପାରେ ।

ହୃଦରୋଗ ଆଶଙ୍କା କମାଏ ମିଲେଟ

ସ୍ୱାସ୍ଥ୍ୟ ପାଇଁ ହୀତକର ଓ ପାଟିକୁ ସୁଆଦିଆ ମାଣ୍ଡିଆ ବିସ୍କୁଟ୍, ଘରେ ବନାନ୍ତୁ ସମସ୍ତଙ୍କୁ ଖୁଆନ୍ତୁ....

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)