Health & Lifestyle

ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ପାଇଁ ହିତକର ମାଣ୍ଡିଆ ସୁଜି

ମାଣ୍ଡିଆ ଏକ ଏଭଳି ଶସ୍ୟ ଯାହା ଗ୍ରାମାଞ୍ଚଳରେ ଖୁବ୍ ଲୋକପ୍ରିୟ ରହିଥିଲା କିନ୍ତୁ ଏବେ ଏହାକୁ ସହର ଲୋକ ମଧ୍ୟ ଖାଇବା ପାଇଁ ଭଲ ପାଉଛନ୍ତି । ଏହାକୁ ଚୁନା କରି ସାଧାରଣତଃ ଜାଉ କିମ୍ବା ପିଠା କରି ଖିଆଯାଏ । କେବଳ ଗ୍ରାମାଞ୍ଚଳ ମାନଙ୍କରେ ନୁହେଁ ଆଜିକାଲି ସହରାଞ୍ଚଳ ମାନଙ୍କରେ ମଧ୍ୟ ଏହାର ଚାହିଦା ଖୁବ୍ ବେଶି ।

06 January, 2023 10:48 AM IST By: Tanushree Mahapatra

ମାଣ୍ଡିଆ ଏକ ଏଭଳି ଶସ୍ୟ ଯାହା ଗ୍ରାମାଞ୍ଚଳରେ ଖୁବ୍ ଲୋକପ୍ରିୟ ରହିଥିଲା କିନ୍ତୁ ଏବେ ଏହାକୁ ସହର ଲୋକ ମଧ୍ୟ ଖାଇବା ପାଇଁ ଭଲ ପାଉଛନ୍ତି  । ଏହାକୁ ଚୁନା କରି ସାଧାରଣତଃ ଜାଉ କିମ୍ବା ପିଠା କରି ଖିଆଯାଏ । କେବଳ ଗ୍ରାମାଞ୍ଚଳ ମାନଙ୍କରେ ନୁହେଁ ଆଜିକାଲି ସହରାଞ୍ଚଳ ମାନଙ୍କରେ ମଧ୍ୟ ଏହାର ଚାହିଦା ଖୁବ୍ ବେଶି । ଏହା ଯେ କୌଣସି ତେଜରାତି ଦୋକାନ ମାନଙ୍କରୁ ସହଜରେ ମିଳିଯାଉଛି । ଦେଶ ବିଦେଶରେ ପରିଚିତ ହେଲାଣି ମାଣ୍ଡିଆ l 

ତେବେ ମଣ୍ଡିଆରେ ଭରି ରହିଛି ଅନେକ ପ୍ରକାର ଔଷଧୀୟ ଗୁଣ । ମାଣ୍ଡିଆ ରେ ଶୂନ୍ୟ ପ୍ରତିଶତ କୋଲେଷ୍ଟ୍ରାଲ ଓ ସୋଡ଼ିୟମ ରହିଛି । ଯାହାକୁ ଖାଇଲେ ଶରୀର ସୁସ୍ଥ ରହିବ l

ତେବେ ଆସନ୍ତୁ ଜାଣିବା ମାଣ୍ଡିଆ ରେ ପ୍ରସ୍ତୁତ ସୁଜି ( mandia suji ) ଯାହା ଶରୀର ପାଇଁ ଖୁବ ଭଲ ଏବଂ ସ୍ୱାଦିଷ୍ଟ ମଧ୍ୟ l ମାଣ୍ଡିଆ ରେ ୩୦ ଗୁଣ ଅଧିକ କ୍ୟାଲସିୟମ ରହିଛି ଏବଂ ୪ ଗୁଣ ଅଧିକ ଲୌହସାର ରହିଛି l ଏଠି ସହିତ ମାଣ୍ଡିଆ ରେ ଏଣ୍ଟିଅକ୍ସିଡେଣ୍ଟ , ଫାଇବର , ମିଲେରାଲସ ଅଧିକ ରହିଛି l ତେବେ ଆସନ୍ତୁ ଜାଣିବା ମାଣ୍ଡିଆ ସୁଜି ପାଇଁ କଣ କଣ ଆବଶ୍ୟକ –

୧)ମାଣ୍ଡିଆ ଚୁନା

୨)ପାଚିଲା କଦଳୀ ୨ ଟି

୩) ତାଳ ଗୁଡା ମିଶ୍ରି କିମ୍ବା ଚିନି

୪)କ୍ଷୀର ୨୦୦ ଗ୍ରାମ

ପ୍ରସ୍ତୁତି ପ୍ରଣାଳୀ - ଏକ ଵଲେଣ୍ଡର ଜାର ରେ କଦଳୀ ଏବଂ ୨ ଚାମଚ ମାଣ୍ଡିଆ ସହିତ ତାଳ ଗୁଡା ମିଶ୍ରି ସହିତ ଏକ ଘଣ୍ଟା ପର୍ଯ୍ୟନ୍ତ ପେସନ୍ତୁ  l ପରେ ଏଥିରେ କ୍ଷୀର ମିଶାନ୍ତୁ l ଏବେ ପ୍ରସ୍ତୁତ ହୋଇଗଲା ମାଣ୍ଡିଆ କଦଳୀ ସୁଜି l ଏହାକୁ ପ୍ରସ୍ତୁତ କରିବା ଅତି ସହଜ l ଏହା ପ୍ରସ୍ତୁତ ହେଲା ପରେ ଏହାକୁ ଏକ ଗ୍ଲାସ ବାହାର କରି ପିଅନ୍ତୁ l

ସକାଳ ଲଜଳଖିଆ ରେ ଏହାକୁ ଖାଇଲେ ଅତି ଲାଭଦାୟକ ହୋଇଥାଏ ଏହା ଶରୀର ପାଇଁ l ଏହା ଶରୀର କୁ ଫୁର୍ତ୍ତି ରଖିବା ସହିତ ଦିନ ସାରା ଶରୀର କୁ ସତେଜ ଅନୁଭବ କରାଇଥାଏ l ଛୋଟ ପିଲାଙ୍କ ପାଇଁ ଏହା ଅତ୍ୟନ୍ତ ଲାଭକାରୀ l ରକ୍ତଚାପ ଥିବା ବ୍ୟକ୍ତିଙ୍କ ପାଇଁ ଏହା ବେଶ ଉପକାରୀ l ଅଧକପାଳୀ ଏବଂ ମୁଣ୍ଡବିନ୍ଧା ହେଉଥିଲେ ଏହାକୁ ସେହି ସମୟ ରେ ଖାଇଲେ ଏହା ଭଲ ହୋଇଥାଏ l ଏହା ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ସହାୟକ ହୋଇଥାଏ l 

ପୋଷାକ ତତ୍ତ୍ୱ ରେ ଭରପୁର "ବାଜରା"

ମାଣ୍ଡିଆ ଚା’! ଆପଣ ବି ଜାଣିଲେ ହେବେ ଆଶ୍ଚର୍ଯ୍ୟ, ମିଳିବ ଏହିସବୁ ଫାଇଦା...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)