1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ମହୁରେ ଅପମିଶ୍ରଣ, ଆପଣ ସାବଧାନ ରୁହନ୍ତୁ !!

ଆମର ଘରୋଇ ବ୍ୟବହାରରେ ହେଉ ବା ପୂଜା ପାର୍ବଣରେ ହେଉ ଆମେ ସମସ୍ତେ ଅଳ୍ପ ବହୁତେ ମହୁ ବ୍ୟବହାର କରିଆସୁଛୁ l ସାଧାରଣତଃ ବଜାରରେ ଉପଲବ୍ଧ ପ୍ୟାକେଟ ମହୁ ହିଁ ସମସ୍ତେ କିଣି ବ୍ୟବହାର କରନ୍ତି l ଆପଣଙ୍କୁ ଏହା ଶୁଣି ଆଶ୍ଚର୍ଯ୍ୟ ଲାଗିବ ଯେ, ୭୦% କମ୍ପାନୀ ମହୁ ପ୍ରତିବଦଳରେ ଚିନି ଶିରା ହିଁ ବିକ୍ରି କରୁଛନ୍ତି l ଏହା କୌଣସି ମନଗଢ଼ା କଥା ନୁହେଁ l ଏଇ ନିକଟରେ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ହୋଇଥିବା ଯାଞ୍ଚ ପରୀକ୍ଷଣରୁ ଏହାର ପ୍ରମାଣ ମିଳିଛି l ମୁନାଫାଖୋର ବ୍ୟବସାୟୀ ଗୋଷ୍ଠୀଙ୍କ ଠାରୁ ପବିତ୍ର ମହୁ ମଧ୍ୟ ବାଦ ପଡ଼ିନାହିଁ l ଏହା ଦ୍ୱାରା ସ୍ୱତଃ ମନରେ ପ୍ରଶ୍ନ ଉଠୁଛି ଯେ, ବର୍ତ୍ତମାନର ମହୁ କେତେ ଶୁଦ୍ଧ ଆଉ କେତେ ଅସଲି ? ମହୁ ନାମରେ ଅପମିଶ୍ରିତ ସାମଗ୍ରୀ କିଣି ଆମେ ରୋଗକୁ ଆମନ୍ତ୍ରଣ କରୁନାହେଁ କି ? ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଆଲୋଚନା ଏଠାରେ ଦିଆଯାଇଛି l

Sugyan Kumar Nayak

ମହୁର ଔଷଧୀୟ ଗୁଣଗୁଡ଼ିକ ସମ୍ପର୍କରେ ଆମେ ସମସ୍ତେ ଅଳ୍ପ ବହୁତେ ପରିଚିତ l ବିଭିନ୍ନ ପ୍ରକାରର ଛୋଟ ବଡ଼ ରୋଗରୁ ଉପଶମ ଲାଭ କରିବା ପାଇଁ ଆମେ ମହୁକୁ ନିୟମିତ ଭାବରେ ବ୍ୟବହାର କରିଆସୁଛେ l କିନ୍ତୁ ଆମେ ବ୍ୟବହାର କରୁଥିବା ମହୁ ଅପମିଶ୍ରିତ ଅଟେ l ଏହି ଚିନି ଶିରାଯୁକ୍ତ ସାମଗ୍ରୀ ଆମର ରୋଗକୁ ହ୍ରାସ କରିବା ପରିବର୍ତ୍ତେ ଆହୁରି ବୃଦ୍ଧି କରୁଛି l

ପରିତାପର ବିଷୟ ହେଉଛି ଭାରତରେ ମହୁ ବ୍ୟବସାୟ କରୁଥିବା ଖ୍ୟାତନାମା କମ୍ପାନୀଗୁଡ଼ିକ ନିଜ ନିଜର ଦୋଷ ତ୍ରୁଟିକୁ ଲୁଚାଇବାକୁ ଯାଇ ଗାଲୁଆ ନୀତି ଧରିଛନ୍ତି l ଏହି ପ୍ରକାରର ଅପମିଶ୍ରିତ ମହୁ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରକ ଅଟେ l ଅନ୍ୟ ପକ୍ଷରେ ଅମୃତ ସମାନ ମହୁକୁ ଆଜି ଲୋଭୀ ବ୍ୟବସାୟୀମାନେ ବିଷରେ ପରିଣତ କରିଛନ୍ତି l  

ଏ ସମସ୍ତର ଖରାପ ପ୍ରଭାବ ବିଚାର ଖାଉଟି ଉପରେ ପଡ଼ୁଛି l ଚକଚକିଆ ବିଜ୍ଞାପନ ମୋହରେ ଆମେ ଆଜି ଅନ୍ଧ ହୋଇ ଅପମିଶ୍ରିତ ସାମଗ୍ରୀ କିଣିବାରେ ବ୍ୟସ୍ତ l ବ୍ୟବସାୟୀମାନେ ମଧ୍ୟ ସୁବିଧାରେ ପଇସା କମାଇବାରେ ମସଗୁଲ୍ l ଅଳ୍ପ କେତେଗୋଟି ହାତଗଣତି କମ୍ପାନୀକୁ ଛାଡ଼ିଦେଲେ ଆଉ ସମସ୍ତେ ଗୋଟିଏ ଧାରାରେ ବ୍ୟବସାୟ କରି ଖାଉଟିମାନଙ୍କୁ ଜାଣିଶୁଣି ଠକି ଆସୁଛନ୍ତି l  

କେନ୍ଦ୍ରୀୟ ପରୀକ୍ଷଣ ସଂସ୍ଥାର ନିର୍ଦ୍ଦେଶକ, ସୁନିତା ନାରାୟଣଙ୍କ ମତରେ ଅପମିଶ୍ରିତ କାରବାର ଉପରେ କଡ଼ା କଟକଣା ଲାଗୁ କରାଯିବା ଉଚିତ ଏବଂ ସର୍ବସାଧାରଣ ପରୀକ୍ଷଣ କରି କମ୍ପାନୀଗୁଡ଼ିକୁ ଦାୟୀ କରିବା ଦରକାର l ସରକାର ଆଧୁନିକ ଟେକ୍ନୋଲଜି ବ୍ୟବହାର କରି ଏହାର ମାନ ପରୀକ୍ଷଣ କରିବା ଉଚିତ, ଯାହାଦ୍ୱାରା ସାଧାରଣ ଖାଉଟିମାନଙ୍କର ସ୍ୱାସ୍ଥ୍ୟ ବିପଦରେ ପଡ଼ିବ ନାହିଁ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments