1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଶୀତ ଦିନେ କିଭଳି କରିବେ ଡାଏଟ୍ କଣ୍ଟ୍ରୋଲ, ଜାଣନ୍ତୁ

ଶୀତ ଦିନେ ସମସ୍ତେ ନିଜ ଶରୀରକୁ ମେଣ୍ଟେନ କରିବା ଏବଂ ସୁସ୍ଥ ରଖିବା ପାଇଁ ଚାହାନ୍ତି । ଏଥିପାଇଁ ବ୍ୟାୟମ ମଧ୍ୟ କରନ୍ତୁ । କିନ୍ତୁ ଥଣ୍ଡା ଯୋଗୁଁ ଖାଦ୍ୟପେୟରେ ଧ୍ୟାନ ଦେଇନଥାନ୍ତି । ସମସ୍ତେ ଗରମ ଜିନିଷ ଖାଇବା ପାଇଁ ମନ କରନ୍ତି ଏବଂ ତେଳ ଛଣା ଖାଦ୍ୟ ଖାଇବାକୁ ଭଲ ପାଇଥାନ୍ତି। ଏହାଦ୍ୱାର ଓଜନ ବଢ଼ିଥାଏ । ତେବେ ଏଭଳି କିଛି ଖାଦ୍ୟ ରହିଛି ଯାହାକୁ ଖାଇବା ଦ୍ୱାରା ଡାଏଟ କଣ୍ଟ୍ରୋଲ ହେବା ସହ ପାଟିକୁ ଟେଷ୍ଟ ମଧ୍ୟ ଲାଗିଥାଏ । ଏହି ସବୁ ଖାଦ୍ୟକୁ ଖାଲି ପେଟରେ ଖାଇବା ଦ୍ୱାର ଓଜନ ମଧ୍ୟ କମିଥାଏ । ତେବେ ଆସନ୍ତୁ ଜାଣିବା କ’ଣ ସବୁ ସେହି ଖାଦ୍ୟ ।

KJ Staff

  • ଶୀତ ଦିନେ ସକାଳୁ ଉଠିବା ପରେ ଖାଲି ପେଟର ଉଷୁମ ପାଣି ଏବଂ ମହୁ ପିଅନ୍ତୁ । ମହୁରେ ମିନେରାଲ୍ସ, ଭିଟାମିନ, ଫ୍ଲେଭୋନୋଇଡସ ଏବଂ ଏଞ୍ଜାଇମ ଭରପୁର ମାତ୍ରାରେ ରହିଛି । ଏସବୁ ଜିନିଷ ଆପଣଙ୍କ ଶରୀରକୁ ସୁସ୍ଥ ରଖିଥାଏ । ଉଷୁମ ପାଣିରେ ମହୁ ମିଶାଇ ପିଇବା ଦ୍ୱାରା ଶରୀରରୁ ସବୁ ବିଷାକ୍ତ ପଦାର୍ଥ ବାହାରିଯାଇଥାଏ । ଏହା ସହ ଓଜନ କମ କରିବାରେ ମଧ୍ୟ ଏହା ବେଶ ସହାୟକ ହୁଏ ।

  • ଆଲମଣ୍ଡରେ ଭିଟାମିନ-ଇ, ପ୍ରୋଟିନ, ଫାଇଭର, ଓମେଗା-୩ ଏବଂ ଓମେଗା-୬ ଫ୍ୟାଟି ଏସିଡ ଥାଏ । ଆଲମଣ୍ଡକୁ ପ୍ରତିଦିନ ରାତିରେ ପାଣିରେ ଭିଜାଇ ସକାଳୁ ଖାଲି ପେଟରେ ଖାଇବା ଉଚିତ । ଆଲମଣ୍ଡ ଶରୀରକୁ ଗରମ ରଖେ ଏବଂ ଶରୀରକୁ ଯେତିକି ପ୍ରୋଟିନ ଆବଶ୍ୟକ ତାକୁ ପୂରଣ କରିବାରେ ସହାୟକ ହୋଇଥାଏ ।

  • ଜଳଖିଆ କରିବା ପୂର୍ବରୁ ଖାଲି ପେଟରେ ଏକ ମୁଠାଏ ଡ୍ରାଏ ଫ୍ରୁଟସ ଖାଇବା ଉଚିତ, ଏହାଦ୍ୱାରା ପେଟ ସଫା ହୋଇଥାଏ । ଏହା ଖାଇବା ଦ୍ୱାରା ପାଚନକ୍ରିୟା ସୁସ୍ଥ ହେବା ସହ ପେଟର ପିଏଚ ସ୍ତର ସାମାନ୍ୟ ରହିଥାଏ । ଚର୍ବି ମଧ୍ୟ ଲାଗିନଥାଏ । ନିତିଦିନିଆ ଡାଏଟରେ ଡ୍ରାଏ ଫୁଡସ ସାମିଲ କରିବା ଉଚିତ । ଧ୍ୟାନ ରଖନ୍ତୁ, ଏହାକୁ ଅଧିକ ମାତ୍ରାରେ ଖାଆନ୍ତୁ ନାହିଁ, ନଚେତ ଡାଏଟ କଣ୍ଟ୍ରୋଲ ହେବା ବଦଳରେ ପୁରା ବିଗିଡି ଯିବ ।

  • ଓଟସ୍ଠାରୁ ଭଲ ବ୍ରେକଫାଷ୍ଟ ଆଉ କିଛି ନୁହେଁ । ଯଦି ଆପଣ କମ୍‌ କ୍ୟାଲୋରୀ ଯୁକ୍ତ ଏବଂ ପୋଷକ ତତ୍ତ୍ୱରେ ଭରପୁର ଖାଦ୍ୟ ଖାଇବା ପାଇଁ ଚାହାନ୍ତି ତେବେ ନିଜ ନିତିଦିନିଆ ଖାଦ୍ୟରେ ଓଟସକୁ ସାମିଲ କରିପାରିବେ । ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟତ ହୁଏ ଏବଂ ଅନ୍ତନଳୀକୁ ସୁସ୍ଥ ରଖେ । ଓଟସ୍ ଖାଇବା ଦ୍ୱାରା ଅଧିକ ସମୟ ଯାଏଁ ଭୋକ ଲାଗେ ନାହିଁ ‍ଏବଂ ଓଜନ କଣ୍ଟ୍ରୋଲରେ ରୁହେ ।

  •  ପାଚିଲା ଭଣ୍ଡ ପେଟ ଜନିତ ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।  ତେଣୁ ଏହାକୁ ସୁପରଫୁଡ ବୋଲି ମଧ୍ୟ କୁହାଯାଏ । ଏହା ଖୁବ ସହଜରେ ବଜାରରେ ମିଳିଯାଏ । ଏହାକୁ ଆପଣ ପ୍ରତିଦିନ ନିଜ ବ୍ରେକଫାଷ୍ଟରେ ସାମିଲ କରିପାରିବେ । ପାଚିଲା ଭଣ୍ଡା କୋଲେଷ୍ଟ୍ରୋଲ କମ କରିବା ସହ ହୃଦରୋଗ ଜନିତ ସମସ୍ୟାକୁ ଦୂର କରିଥାଏ । ଓଜନ କମ୍‌ କରିବାରେ ମଧ୍ୟ ପାଚିଲା ଭଣ୍ଡାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

  • ଆଲମଣ୍ଡ ଭଳି ଅଖରୋଟକୁ ମଧ୍ୟ ଭିଜାଇ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ଶୁଖିଲା ବଦଳରେ ଭିଜା ଅଖରୋଟରେ ଅଧିକ ପୋଷକ ତତ୍ତ୍ୱ ଥାଏ । ତେଣୁ ପ୍ରତିଦିନ ୨ରୁ ୩ଟି ଅଖରୋଟ ରାତିରେ ଭିଜାଇ ସକାଳୁ ଖାଲି ପେଟରେ ଖାଇବା ଉଚିତ । ଏହାଦ୍ୱାରା ଡାଏଟ କଣ୍ଟ୍ରୋଲ ରହିବା ସହ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments