Health & Lifestyle

ଲୋ ବ୍ଲଡପ୍ରେସରରୁ ରକ୍ଷା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ

ବିଶେଷଜ୍ଞଙ୍କ ମତ ଅନୁସାରେ ଆପଣ ଯାହା ସବୁ ଖା’ନ୍ତି, ତାହା ଆପଣଙ୍କ ସ୍ୱାସ୍ଥ୍ୟ, ହୃଦୟ ଏବଂ ରକ୍ତଚାପ ଉପରେ ପ୍ରଭାବ ପକାଇଥାଏ | ତେଣୁ ରକ୍ତଚାପଠାରୁ ଦୂରେଇ ରହିବା ପାଇଁ ବିଶେଷ ରୂପେ ନିଜ ଖାଦ୍ୟ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ ହୋଇଥାଏ |

09 July, 2022 2:39 PM IST By: Rajashree

ଶରୀର ପାଇଁ ଲୋ ବ୍ଲଡପ୍ରେସର ଏକ ମାରାତ୍ମକ ରୋଗ କହିଲେ ଭୁଲ ହେବ ନାହିଁ | ଲୋ ବ୍ଲଡପ୍ରେସର (low blood pressure)ବା କମ ରକ୍ତଚାପର ଆଉ ଏକ କାରଣ ଆପଣଙ୍କ ଖାଦ୍ୟ ମଧ୍ୟ ହୋଇପାରେ | ବିଶେଷଜ୍ଞଙ୍କ ମତ ଅନୁସାରେ ଆପଣ ଯାହା ସବୁ ଖା’ନ୍ତି, ତାହା ଆପଣଙ୍କ ସ୍ୱାସ୍ଥ୍ୟ, ହୃଦୟ ଏବଂ ରକ୍ତଚାପ ଉପରେ ପ୍ରଭାବ ପକାଇଥାଏ | ତେଣୁ ରକ୍ତଚାପଠାରୁ ଦୂରେଇ ରହିବା ପାଇଁ ବିଶେଷ ରୂପେ ନିଜ ଖାଦ୍ୟ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ ହୋଇଥାଏ |

ଆଜି ଆସନ୍ତୁ ଜାଣିବା ଲୋ’ ବ୍ଲଡପ୍ରେସର(low blood pressure) ଥିଲେ କ’ଣ ସବୁ ଖାଇବା ଉଚିତ |

ଡାର୍କ ଚକୋଲେଟ:

ଲୋ ବ୍ଲଡପ୍ରେସର ପାଇଁ ଡାର୍କ ଚକୋଲେଟ(Dark chocolate) ବହୁତ ଭଲ ସାବ୍ୟସ୍ତ ହୋଇଥାଏ | ଯେତେବେଳେ ଆପଣଙ୍କ ରକ୍ତଚାପ କମ ଥିବା ଅନୁଭବ କରୁଛନ୍ତି ସେତେବେଳେ ସଙ୍ଗେସଙ୍ଗେ ଡାର୍କ ଚକୋଲେଟ ଖାଇପାରିବେ | ଡାର୍କ ଚକୋଲେଟରେ (Dark chocolate) ଫ୍ଲାଭାନୋଲ ନାମକ ଏକ ରାସାୟନିକ ପଦାର୍ଥ ଥାଏ, ଯାହା ଶରୀରର ଓଜନ ଏବଂ ଚର୍ବି ସ୍ତରକୁ ପରିବର୍ତ୍ତନ ନକରି ବିପିକୁ କଣ୍ଟ୍ରୋଲ କରିବାରେ କ୍ଷମତା ରଖିଥାଏ |

ଅଣ୍ଡା:

ରକ୍ତଚାପ ଥିବା ରୋଗୀଙ୍କ ପାଇଁ ଅଣ୍ଡା (Egg) ସବୁଠୁ ଭଲ ଆହର | ଏଥିରେ ଥିବା ଭିଟାମିନ ବି-୧୨ ନାଲି ରକ୍ତ କଣିକା ସୃଷ୍ଟି କରିବାରେ ସହାୟକ ହୁଏ | ଲୋ-ବିପି ଭଳି ସ୍ଥିତିରେ ଭିଟାମିନ ବି-୧୨ ଯୁକ୍ତ ଖାଦ୍ୟ ଖାଇବା ଉଚିତ |

ଅଙ୍ଗୁର ଜୁସ୍:

ରକ୍ତଚାପ ଚିକିତ୍ସାରେ ଅଙ୍ଗୁର ଜୁସର (Grapes juice) ପ୍ରୟୋଗ ବେଶ ପ୍ରବାଶାଳୀ | ଏକ ଅନୁସନ୍ଧାନରୁ ଜଣାପଡିଛି ଯେ କୌଣସି ବି ସ୍ଥିତିରେ ଯଦି ବ୍ଲଡପ୍ରେସର କମ୍ ହୋଇଯାଏ, ତେବେ ଏକ ଗ୍ଲାସ ଅଙ୍ଗୁର ଜୁସ୍ (Grapes juice) ପିଇଲେ ଶୀଘ୍ର ଆରାମ ମିଳିଥାଏ | ଅଙ୍ଗୁର ରସରେ(Grapes juice) ମିଳୁଥିବା ପୋଟାସିୟମ୍ ରକ୍ତ କଣିକାକୁ ଆରାମ ଦେଇ ରକ୍ତଚାପ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ |

ତରଳ ପଦାର୍ଥ:

ରକ୍ତଚାପ (low blood pressure)ରୋଗୀମାନେ ଯେତେ ସମ୍ଭବ ସେତେ ତରଳ ଯୁକ୍ତ ଖାଦ୍ୟ ତଥା ପାଣି ପିଇବା ଉଚିତ | ଶରୀରରେ ପାଣିର ମାତ୍ରା କମ ହେବା ଫଳରେ ରକ୍ତ ଅଭାବ ଦେଖା ଦେଇଥାଏ | ଡାକ୍ତରମାନେ ଏପରି ରୋଗୀଙ୍କୁ ଦିନସାରା ଅତି କମରେ ଦୁଇ ଲିଟର ପାଣି ପିଇବାକୁ ପରାମର୍ଶ ଦିଅନ୍ତି | ପାଣି ବ୍ୟତୀତ ଆପଣ ଫଳ ରସ, ଲସି, ନଡିଆ ପାଣି, ଅଙ୍ଗୁର ଏବଂ ତରଭୁଜ ମଧ୍ୟ ଖାଇପାରିବେ |

ଚିନି ଯୁକ୍ତ ଖାଦ୍ୟ:

ଲୋ’ ବ୍ଲଡ ପ୍ରେସର (low blood pressure)ଥିବା ରୋଗୀ ଚିନି ଯୁକ୍ତ ଖାଦ୍ୟ ପଦାର୍ଥ କିମ୍ବା କୋଲ୍ଡ ଡ୍ରିଙ୍କ ସେବନ କରିବା ଉଚିତ। ଯଦି ହଠାତ ରକ୍ତଚାପ କମି ଯାଉଛି ତେବେ ସେହି ସମୟରେ ଏଭଳି କିଛି ଖାଦ୍ୟ ଖାଇବା ଦ୍ୱାରା ଆରାମ ମିଳିଥାଏ |

ଉଚ୍ଚ ରକ୍ତଚାପ ଲାଗି ଚିନ୍ତିତ କି ?

ରକ୍ତଚାପ, ଗ୍ୟାସ୍ ସମସ୍ୟା ଭଳି ବଡ ବଡ ରୋଗରୁ ମୁକ୍ତି ଦିଏ ଅଳେଇଚ, ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)