Health & Lifestyle

ଅଧିକ ସମୟ ବସିବା ମୃତ୍ୟୁର କାରଣ!

ଆଜିର ବ୍ୟସ୍ତବହୁଳ ସମୟରେ ସମସ୍ତେ ଧାଁ-ଦୈଡ଼ରେ ଅଛନ୍ତି । କିଏ ଅଫିସ୍ କାମ ତ ଆଉ କିଏ ନିଜ ଘର କାମରେ ଲାଗିଛନ୍ତି । ଅନେକ ଲୋକେ ଘଣ୍ଟା ଘଣ୍ଟା ଧରି ବସି ଅଫିସ୍ କାମ କରିଥାନ୍ତି । ହେଲେ ଆପଣ ଜାଣନ୍ତି କି ଅଧିକ ସମୟ ବସିବା ପଡ଼ିପାରେ ମହଙ୍ଗା ? ଏହା ସ୍ୱାସ୍ଥ୍ୟ ପ୍ରତି ହାନୀକାରକ ହୋଇପାରେ ।

22 June, 2022 12:43 PM IST By: Sudesna Nayak

ଆଜିର ବ୍ୟସ୍ତବହୁଳ ସମୟରେ ସମସ୍ତେ ଧାଁ-ଦୈଡ଼ରେ ଅଛନ୍ତି । କିଏ ଅଫିସ୍ କାମ ତ ଆଉ କିଏ ନିଜ ଘର କାମରେ ଲାଗିଛନ୍ତି । ଅନେକ ଲୋକେ ଘଣ୍ଟା ଘଣ୍ଟା ଧରି ବସି ଅଫିସ୍ କାମ କରିଥାନ୍ତି । ହେଲେ ଆପଣ ଜାଣନ୍ତି କି ଅଧିକ ସମୟ ବସିବା ପଡ଼ିପାରେ ମହଙ୍ଗା ? ଏହା ସ୍ୱାସ୍ଥ୍ୟ ପ୍ରତି ହାନୀକାରକ ହୋଇପାରେ ।

ସୂଚନା ଅନୁଯାୟୀ, ଅଫିସର କାମ ହେଉ ଅବା ପାଠପଢ଼ା ଆଜିର ଯୁଗରେ ଲୋକମାନେ ଅଧିକ ସମୟ ଧରି କମ୍ପ୍ୟୁଟର (Computer) ସାମ୍ନାରେ ବସିଥାନ୍ତି । ଯାହା କରାଣରୁ ଶରୀରରେ ଅନେକ ସମସ୍ୟା ଦେଖାଯାଇଥାଏ । ଏକ ରିପୋର୍ଟ ଅନୁଯାୟୀ, ଯେଉଁ ଲୋକ ଗୋଟିଏ ଦିନରେ ୮-୯ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ବସିଥାନ୍ତି ସେମାନଙ୍କର ପାଇଁ ମୃତ୍ୟୁ ଆଶଙ୍କା ବଢ଼ଯାଇଥାଏ । ଏହାସହ ବେକ, ପିଠି, ଆଣ୍ଠୁ, କାନ୍ଧ ଓ ହିପ୍ ରେ ବ୍ୟଥା ହୋଇଥାଏ ।

ଅଧିକ ସମୟ ଧରି ବସିବା କଷ୍ଟରୁ ମୁକ୍ତି ପାଇବା ପାଇଁ କିଛି ଲୋକେ ନିଜ ସୁବିଧା ଅନୁଯାୟୀ ଫର୍ନିଚରର ବ୍ୟବହାର କରୁଥିବାବେଳେ ପ୍ରାୟ ଲୋକ ଯୋଗ ତଥା ବ୍ୟାୟାମ କରିଥାନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ ନିଜ ଚ୍ୟାରରେ ସଠିକ୍ ଭାବରେ ବସିବା ଦ୍ୱାରା ହିଁ ଏହି ସମସ୍ୟାରୁ ରକ୍ଷ। ପାଇପାରିହେବ । ତେବେ ଚାଲନ୍ତୁ ବସିବାର ସଠିକ୍ ଉପାୟ,ଜାଣିବା...

ବସିବାର ସଠିକ୍ ଶୈଳୀ (Proper Sitting Posture) -

କାନ୍ଧ ନୁଆଁଇବା, ବେକ ନୁଆଁଇବା ଏବଂ ବଙ୍କା ମେରୁଦଣ୍ଡ ଥିବା ଚେୟାରରେ ବସିବା ଆଦୌ ଉଚିତ୍ ନୁହେଁ । କମ୍ପ୍ୟୁଟର ଡେସ୍କରେ ବସିବା ପାଇଁ ଏହି ସବୁ ଭୁଲ ଉପାୟ । ଦୀର୍ଘ ସମୟ ଧରି ଏହିପରି ବସିବା ଦ୍ୱାରା ଶରୀରରେ ଯନ୍ତ୍ରଣାଦାୟକ ହୋଇପାରେ । ଏହାସହ ମେଟାବୋଲିଜିମ୍ ତଥା ହଜମ ପ୍ରକ୍ରିୟା ମନ୍ଥର ହୋଇଥାଏ । ବିଶେଷ କରି ଡେସ୍କ ଓ ଚେୟାରର ଉଚ୍ଚତା ଉପରେ ଧ୍ୟାନ ଦେବା ଆବଶ୍ୟକ ।

ଲଗାତାର ବସନ୍ତୁ ନାହିଁ (Don't sit constantly) -

୩୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ କମ୍ପ୍ୟୁଟର ସ୍କ୍ରିନ୍ ସମ୍ମୁଖରେ ବସିବା ଉଚିତ୍ ନୁହେଁ । ଯଦିଓ କୌଣସି ପରିସ୍ଥିତିରେ ବସିବାକୁ ପଡ଼େ ତେବେ ୩୦ ମିନିଟ ପରେ ବିଶ୍ରାମ ନେବା ଉଚିତ୍ । ଏହା ଦ୍ୱାରା ମାଂସ ପେଶୀରେ ଯନ୍ତ୍ରଣା ହୋଇନଥିବା ସହ ହାଲିଆ ଲାଗିନଥାଏ ।

ଆରାମଦାୟକ ଚେୟାରରେ ହିଁ ବସନ୍ତୁ -

କମ୍ପ୍ୟୁଟରରେ କାମ କରିବାବେଳେ ସର୍ବଦା ଆରାମଦାୟକ ଚେୟାରରେ ବସିବା ଆବଶ୍ୟକ ।

ବ୍ୟାୟାମ ଓ ଷ୍ଟ୍ରେଚିଙ୍ଗ୍ (Exercise and Stretching)କରନ୍ତୁ -

ଦୀର୍ଘ ସମୟ ବସିବା ଦ୍ୱାରା କାନ୍ଧ,ପିଠି ଓ ବେକରେ ରକା ପଶିଯାଏ । ଏଥିପାଇଁ କମ୍ପ୍ୟୁଟର ସମ୍ନାରେ ବସିବାବେଳେ ମଧ୍ୟ ଏକ୍ସରସାଇଜ୍ ଓ ଷ୍ଟ୍ରେଚିଙ୍ଗ୍ ଆଦି କରିବା ଆବଶ୍ୟକ ।

କମ୍ପ୍ୟୁଟରର ମାଉସକୁ ହିଁ ଦୂରରେ ରଖନ୍ତୁ ନାହିଁ -

କମ୍ପ୍ୟୁଟରର ମାଉସର ସଠିକ୍ ସ୍ଥାନରେ ରଖିବା ମଧ୍ୟ ବସିବା ସ୍ଥିତି ଉପରେ ପ୍ରଭାବ ପକାଇଥାଏ । ଯଦି ମାଉସ୍ ଠିକ୍ ସ୍ଥାନରେ ନଥିବ ତେବେ କମ୍ପ୍ୟୁଟର ବ୍ୟବହାରକାରୀ ମାଉସ୍ ବ୍ୟବହାର କରିବା ପାଇଁ ଆଗକୁ ନଇଁବାକୁ ପଡିଥାଏ ।

ଖାଲି ପେଟରେ ଖାଆନ୍ତୁନି ଏହି ଫଳ,ଜାଣନ୍ତୁ...

ପ୍ରତିଦିନ ସକାଳୁ ପିଅନ୍ତୁ ଏହି ଜୁସ୍, ମଧୁମେହ ଭଳି ବଡ ବଡ ରୋଗରୁ ମିଳିବ ମୁକ୍ତି...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)