1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ପ୍ରତିଦିନ ସକାଳୁ ପିଅନ୍ତୁ ଏହି ଜୁସ୍, ମଧୁମେହ ଭଳି ବଡ ବଡ ରୋଗରୁ ମିଳିବ ମୁକ୍ତି...

ମଧୁମେହ ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ତେବେ ଆପଣ ଜାଣିଛନ୍ତି କି ମଧୁମେହ ରୋଗୀମାନଙ୍କ ପାଇଁ ଗହମ ଘାସ ଜୁସ୍ ରାମବାଣ ସଦୃଶ ଅଟେ ।

Sudesna Nayak
Sudesna Nayak
know about benefits of wheat grass juice

know about benefits of wheat grass juice

ମଧୁମେହ (Diabetes)ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ତେବେ ଆପଣ ଜାଣିଛନ୍ତି କି ମଧୁମେହ (Diabetes) ରୋଗୀମାନଙ୍କ ପାଇଁ ଗହମ ଘାସ ଜୁସ୍ (Wheat Grass Juice)ରାମବାଣ ସଦୃଶ ଅଟେ ।

ସୂଚନା ଅନୁଯାୟୀ, ମଧୁମେହ ରୋଗୀଙ୍କୁ ବିଭିନ୍ନ ପ୍ରକାରର ସୁସ୍ଥ ଜିନିଷ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ସେଥିମଧ୍ୟରୁ ଗହମ ଘାସ ଜୁସ୍ (Wheat Grass Juice) ଅନ୍ୟତମ । ଯାହା ଗହମ ଗଛର ତାଜା ଏବଂ ସବୁଜ ପତ୍ରରୁ ପ୍ରସ୍ତୁତ ହୋଇଥାଏ । ଏହାକୁ ପିଇବା ସ୍ବାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ । ଏହା ମଧୁମେହ (Diabetes) ଭଳି ରୋଗରେ ଉପଶମ ଦେବା ସହ ଅନେକ ଉପାୟରେ ସ୍ବାସ୍ଥ୍ୟବର୍ଦ୍ଧର ହୋଇଥାଏ । ଏଥିରେ ପ୍ରୋଟିନ୍, ଫ୍ଲେଭୋନାଇଡ୍‌ସ, କ୍ଲୋରୋଫିଲ୍, ଭିଟାମିନ୍-ସି ଏବଂ ଭିଟାମିନ୍-ଇ, ମିନେରାଲ୍ସ, ଫାଇବର ଏବଂ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ପ୍ରଚୁର ପରିମାଣରେ ଥାଏ । ଯଦି ପ୍ରତିଦିନ ଏହାକୁ ସେବନ କରାଯାଏ ତେବେ ଶରୀରରେ ଥିବା ସମସ୍ତ ପୋଷକ ତତ୍ତ୍ବର ଅଭାବ ପୂରଣ ହୋଇଥାଏ ।

ମଧୁମେହ ରୋଗୀଙ୍କୁ ଦେବ ଆଶ୍ବସ୍ତି,ଜାଣନ୍ତୁ...

ଗହମ ଘାସ ଜୁସ୍ (Wheat Grass Juice) ପିଇବା ଦ୍ବାରା ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ । ଏହି କାରଣରୁ ମଧୁମେହ (Diabetes) ରୋଗୀଙ୍କୁ ନିୟମିତ ଏହି ଜୁସ୍ ପିଇବାକୁ ପରାମର୍ଶ ଦିଆଯାଇଥାଏ । କାରଣ ଯଦି ଶର୍କରା ସ୍ତର ନିୟନ୍ତ୍ରଣରେ ନରୁହେ ତେବେ ଏହା ଶରୀରର ଅନ୍ୟ ଅଙ୍ଗ ଉପରେ ଖରାପ ପ୍ରଭାବ ପକାଇଥାଏ ।

ଓଜନ ହ୍ରାସ କରିବାରେ ପ୍ରଭାବଶାଳୀ,ଜାଣନ୍ତୁ...

ଗହମ ଘାସ ଜୁସ୍ (Wheat Grass Juice) ପିଇବା ଦ୍ବାରା ମୋଟାପଣ କମିବାକୁ ଲାଗିଥାଏ । କାରଣ ଏଥିରେ କ୍ୟାଲୋରୀ ଖୁବ୍ କମ୍ ଥାଏ ଏବଂ ଫାଇବର ଅଧିକ ମାତ୍ରାରେ ମିଳିଥାଏ । ଏହି ଜୁସ୍ ପିଇବା ଦ୍ବାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ । ପେଟ ପୁରା ଥିବା ଭଳି ମନେହୁଏ । ଏଥିପାଇଁ ଆପଣ ଅଧିକ ଖାଦ୍ୟ ଖାଆନ୍ତି ନାହିଁ । ଫଳରେ ଧୀରେ ଧୀରେ ଆପଣଙ୍କ ଓଜନ କମିବାକୁ ଲାଗିଥାଏ ।

ଉଚ୍ଚ କୋଲେଷ୍ଟ୍ରଲକୁ କମାଇଥାଏ,ଜାଣନ୍ତୁ...

ଗହମ ଘାସ ଜୁସ୍ (Wheat Grass Juice) ପିଇବା ଦ୍ବାରା ଖରାପ କୋଲେଷ୍ଟ୍ରଲ ସ୍ତର କମ୍ ହୋଇଥାଏ । ଯାହା ଫଳରେ ହୃଦରୋଗର ଆଶଙ୍କା ମଧ୍ୟ ବଢିନଥାଏ । ଯଦି ରକ୍ତ ନଳୀରେ ଚର୍ବି ଜମା ହୁଏ ତେବେ ଏହା ଉଚ୍ଚ ରକ୍ତଚାପର କାରଣ ହୋଇଥାଏ । ଫଳରେ ହୃଦଘାତ ହୋଇପାରେ ।

ଶରୀରକୁ କରିବ ଡିଟକ୍ସ,ଜାଣନ୍ତୁ...

ଗହମ ଘାସ ଜୁସ୍‌ (Wheat Grass Juice)ରେ କ୍ଲୋରୋଫିଲ ମିଳିଥାଏ । ଯାହା ଦ୍ବାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଇଥାଏ । ଶରୀର ଡିଟକ୍ସ ହେବା ଯୋଗୁଁ ଲିଭର ଠିକ୍ ଭାବେ କାମ କରିଥାଏ । ହଜମ ମଧ୍ୟ ଠିକ୍‌ସେ ହୋଇଥାଏ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଗହମ ଘାସ ଜୁସ୍‌ (Wheat Grass Juice) ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ହିଁ ପରାମର୍ଶ ଜରୁରୀ ଭାବରେ ନିଅନ୍ତୁ ।

ଖାଲି ପେଟରେ ଖାଆନ୍ତୁନି ଏହି ଫଳ,ଜାଣନ୍ତୁ...

ପ୍ରତିଦିନ ସକାଳୁ ଖାଆନ୍ତୁ ଭୃଷଙ୍ଗ ପତ୍ର, ମଧୁମେହ ଭଳି ବଡ ବଡ ରୋଗରୁ ମିଳିବ ମୁକ୍ତି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments