1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ବର୍ଷା ଋତୁରେ ଚେହେରାର ଯତ୍ନ କିପରି ନେବେ ? ?

ବର୍ଷା ଋତୁ ସମସ୍ତଙ୍କ ପାଇଁ ବହୁତ ଭଲ ହୋଇଥାଏ l ଚାରିଆଡ଼େ ସବୁଜ ସୁନ୍ଦର ଦେଖାଯାଇଥାଏ l ବର୍ଷା ପାଗରେ ଗରମ ପକୁଡି ସହିତ ଚା ପିଇବାକୁ ସମସ୍ତେ ପସନ୍ଦ କରନ୍ତି l

Sugyan Kumar Nayak
Sugyan Kumar Nayak
Beauty tips

Beauty tips

ବର୍ଷା ଋତୁ ସମସ୍ତଙ୍କ ପାଇଁ ବହୁତ ଭଲ ହୋଇଥାଏ l ଚାରିଆଡ଼େ ସବୁଜ ସୁନ୍ଦର ଦେଖାଯାଇଥାଏ l ବର୍ଷା ପାଗରେ ଗରମ ପକୁଡି ସହିତ ଚା ପିଇବାକୁ ସମସ୍ତେ ପସନ୍ଦ କରନ୍ତି l

କିନ୍ତୁ ବର୍ଷାରେ ଆପଣଙ୍କ ଚେହେରା ଖରାପ ହେବାର ସମ୍ଭାବନା ରହିଛି l ବର୍ଷା ଋତୁରେ ଆମ ଚେହେରା ଶୁଖିଲା ଓ ଚିପଚିପା ହୋଇଥାଏ l ଏହି କାରଣରୁ ତ୍ୱଚାରେ ସଂକ୍ରମଣ ହବାର ସମ୍ଭାବନା ରହିଥାଏ l ବର୍ଷା ଋତୁରେ ଆପଣଙ୍କ ତ୍ୱଚାର କିପରି ଦେଖା ଶୁଣା କରିବେ ଆସନ୍ତୁ ଜାଣିବା l

ତ୍ୱଚାର ଦେଖଶୁଣା କରିବାର ଘରୋଇ ଉପଚାର

ତ୍ୱଚାକୁ ସୁନ୍ଦର ରଖିବା ପାଇଁ ଓଟମିଲ୍ ଓ ଟମାଟୋର ପ୍ୟାକ ତିଆରି କରି ସେଥିରେ ପେପର ମିଣ୍ଟ ରସକୁ ମିଶାଇଦିଅନ୍ତୁ l ଏହାକୁ ମୁଁହରେ ଲଗାଇବା ଦ୍ଵାରା ମୁଖଜନିତ ସମସ୍ୟାରୁ ଉପଶମ ମିଳିଥାଏ l

ମୁଲତାନି ମାଟି , ଚନ୍ଦନ ପାଉଡର ଓ ବେସନକୁ ମିଶ୍ରଣ କରି ଏହାର ପ୍ୟାକକୁ ଲଗାନ୍ତୁ l ଶୁଖିଲା ପରେ ଏହାକୁ ଧୋଇଦିଅନ୍ତୁ l ଏହା ବହୁତ ଉପକାରୀ ଅଟେ l

ସବୁବେଳେ ଉଷୁମ ପାଣିରେ ମୁଁହ ଧୁଅନ୍ତୁ l ଏହା ଆପଣଙ୍କ ମୁଁହରୁ ଏକ୍ସଟ୍ରା ଅଏଲକୁ ବାହାର କରିଥାଏ l

ମୌସୁମୀ ପ୍ୟାକ୍ ବନାଇବା ପାଇଁ ଆପଣ ମହୁ ସହିତ ଗୋଲାପ ଜଳ ଓ କମଳା ରସକୁ ମିଶେଇ ଲଗାନ୍ତୁ ଓ ଅଧ ଘଣ୍ଟା ପରେ ଧୋଇ ଦିଅନ୍ତୁ l ଏହାକୁ ସପ୍ତାହରେ ୨ଥର ଲଗାନ୍ତୁ l

ଯଦି ଆପଣଙ୍କ ତ୍ୱଚା ତେଲିଆ ଅଟେ ତାହା ହେଲେ ଆପଣ ସପ୍ତାହରେ ୨ଥର ନିଶ୍ଚିନ୍ତ ସ୍କ୍ରବିଙ୍ଗ କରନ୍ତୁ l

ଯଦି ଆପଣଙ୍କ ତ୍ୱଚା ରୂଖା ଶୁଖା ଅଛି ତେବେ ଏହାକୁ ନରମ ଓ ମୁଲାୟମ କରିବା ପାଇଁ ମଏଶ୍ଚରାଇଜର ବ୍ୟବହାର କରନ୍ତୁ l ଆପଣମାନେ ଏହି ପରି ଭାବେ ବର୍ଷା ଋତୁରେ ନିଜ ଚେହେରାର ଯତ୍ନ ନେଇ ପାରିବେ l ଏହା କରିବା ଦ୍ଵାରା ଆପଣଙ୍କ ଚେହେରା ସୁନ୍ଦର ଦେଖାଯିବା ସହିତ ସୁସ୍ଥ ମଧ୍ୟ ରହିଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments