Health & Lifestyle

ଏହି ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ହାନିକାରକ କ୍ଷୀର,ନଚେତ ସିଧାସଳଖ ପଡିବେ ମୃତ୍ୟୁ ମୁଖରେ...

ଛୋଟ ବେଳୁ ଆମେ ଜାଣିଛୁ ଯେ, କ୍ଷୀର ପିଇଲେ ଆମ ଶରୀରକୁ ଅନେକ ଲାଭ ମିଳିଥାଏ । କିନ୍ତୁ ଆପଣ ଜାଣିଛନ୍ତି, କ୍ଷୀର ସମସ୍ତଙ୍କ ପାଇଁ ଉପଯୋଗ ରହିନଥାଏ । କିଛି ଲୋକଙ୍କୁ ପ୍ରତି ଦୁଗ୍ଧ ସେବନ କଲେ କ୍ଷତି ପହଞ୍ଚାଇଥାଏ । ଚାଲନ୍ତୁ ଜାଣିବା କେଉଁମାନେ କ୍ଷୀର ପିଇବା ଠାରୁ ଦୂରରେ ରହିବା ଆବଶ୍ୟକ ।

11 April, 2022 4:30 PM IST By: Sudesna Nayak

ଛୋଟ ବେଳୁ ଆମେ ଜାଣିଛୁ ଯେ, କ୍ଷୀର (Milk)ପିଇଲେ ଆମ ଶରୀରକୁ ଅନେକ ଲାଭ ମିଳିଥାଏ । କିନ୍ତୁ ଆପଣ ଜାଣିଛନ୍ତି, କ୍ଷୀର (Milk)ସମସ୍ତଙ୍କ ପାଇଁ ଉପଯୋଗ ରହିନଥାଏ । କିଛି ଲୋକଙ୍କୁ ପ୍ରତି ଦୁଗ୍ଧ ସେବନ କଲେ କ୍ଷତି ପହଞ୍ଚାଇଥାଏ । ଚାଲନ୍ତୁ ଜାଣିବା କେଉଁମାନେ କ୍ଷୀର ପିଇବା ଠାରୁ ଦୂରରେ ରହିବା ଆବଶ୍ୟକ ।

ଏହି ବ୍ୟକ୍ତିମାନେ କ୍ଷୀର (Milk)ଠାରୁ ଦୂରରେ ରୁହନ୍ତୁ,ଜାଣନ୍ତୁ...

ଯେଉଁ ଲୋକଙ୍କୁ ଜଣ୍ଡିସ (Jaundice), ଡାଇରିଆ (Diarrhea), ଡିସେଣ୍ଟେରି (Dysentery) ଭଳି ସମସ୍ୟା ଅଛି କିମ୍ବା ଏଭଳି କୋଣସି ପ୍ରକାର ସମସ୍ୟା ଯେଉଁଥିରେ ଗଣ୍ଠି ଫୁଲା ରହୁଛି, ସେମାନେ କ୍ଷୀର ସେବନ ଠାରୁ ନିବୃତ୍ତ ରହିବା ଜରୁରୀ । କ୍ଷୀର (Milk)ଅଧିକ ପିଇଲେ କିଛି ଲୋକଙ୍କୁ ଲିଭର ଫୁଲିବା ଭଳି ସମସ୍ୟା ହୋଇଥାଏ ଏବଂ ଫାଇବ୍ରାଇଡସ୍ ଭଳି ସମସ୍ୟା ମଧ୍ୟ ହୋଇଥାଏ । ଏଭଳି ସମସ୍ୟା ଥିବା ବ୍ୟକ୍ତି ଯଦି କ୍ଷୀର ପିଅନ୍ତି ତେବେ ତାଙ୍କ ସମସ୍ୟା ଗମ୍ଭୀର ହୋଇପାରେ ।

ଫ୍ୟାଟି ଲିଭର (Fatty Liver)ସମସ୍ୟା ଥିବା ବ୍ୟକ୍ତିମାନେ କ୍ଷୀର ଠାରୁ ଦୂରରେ ରୁହନ୍ତୁ,ଜାଣନ୍ତୁ...

ଫ୍ୟାଟି ଲିଭର (Fatty Liver) ଭଳି ସମସ୍ୟା ଦେଇ ଆପଣ ଯଦି ଗତି କରୁଛନ୍ତି । ତେବେ କ୍ଷୀରଠାରୁ ଦୂରରେ ରୁହନ୍ତୁ । ଆଉ ପାଣି ପିଅନ୍ତୁ । କାରଣ ଏଭଳି ସମସ୍ୟା ଥିବା ଲୋକେ କ୍ଷୀର (Milk)କୁ ସହଜରେ ହଜମ କରିପାରିନଥାନ୍ତି । ଫେଟି ଲିଭର (Fatty Liver) ଭଳି ସମସ୍ୟା ଥିବା ଲୋକଙ୍କୁ ପ୍ରୋଟିମ୍ ବହୁତ ସୀମିତ ମାତ୍ରାରେ ନେବାକୁ ଡାକ୍ତର ପରାମର୍ଶ ଦିଆଯାଇଥାଏ । ଆଉ କ୍ଷୀରରେ ଅଧିକ ମାତ୍ରାରେ ପ୍ରୋଟିନ୍ ରହିଥାଏ । ଏଭଳି ସ୍ଥିତିରେ ଦୁଗ୍ଧ (Milk) ପିଇଲେ ହଜମ, ଏସିଡିଟି, ଗ୍ୟାସ୍, ଅଳସ, ଥକାପଣ, ଓଜନ ବଢ଼ିବା କିମ୍ବା କମିବା ଭଳି ସମସ୍ୟାମାନ ସବୁ ହିଁ ବହୁ ଦେଖାଦେଇପାରେ ।

ଗ୍ୟାସ୍ ସମସ୍ୟା (Gas)ଥିବା ବ୍ୟକ୍ତିମାନେ କ୍ଷୀର ଠାରୁ ଦୂରରେ ରୁହନ୍ତୁ,ଜାଣନ୍ତୁ...

କ୍ଷୀରରେ ଲାକ୍ଟୋଜ୍ (Lactose)ରହିଥାଏ, ଯାହା କେବେ କେବେ ହଜମ କରିବା ଶକ୍ତିକୁ ଖରାପ କରିପାରେ । ଏହି କାରଣରୁ ଅଧିକ କ୍ଷୀର (Milk) ପିଇଲେ କାହାକୁ କାହାକୁ ଡାଇରିଆ, ବ୍ଲୋଟିଙ୍ଗ (Bloating) କିମ୍ବା ଗ୍ୟାସ୍ ସମସ୍ୟା ହୋଇପାରେ । ଗ୍ୟାସ୍ ସମସ୍ୟା ଥିବା ଲୋକଙ୍କୁ କ୍ଷୀର (Milk)ଠାରୁ ହିଁ ଦୂରରେ ରହିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି ।

ଆଲର୍ଜି (Allergies)ଥିବା ବ୍ୟକ୍ତିମାନେ କ୍ଷୀର ଠାରୁ ଦୂରରେ ରୁହନ୍ତୁ,ଜାଣନ୍ତୁ...

କିଛି ଲୋକଙ୍କୁ କ୍ଷୀରରୁ ଆଲର୍ଜି ବି ହୋଇଥାଏ । ଆଉ ଏହାର କାରଣ ଲାକ୍ଟୋଜ୍ ହୋଇପାରେ । ଏଭଳି ସ୍ଥିତିରେ ଶରୀରରେ ଇମ୍ୟୁନ୍ ସିଷ୍ଟମକୁ ପ୍ରଭାବିତ କରିପାରେ । ଯେଉଁଥି ଯୋଗୁଁ ଚର୍ମରେ କୁଣ୍ଡିଆ, ଚର୍ମ ନାଲି ପଡିବା ସହ ନିଶ୍ୱସ ନେବାରେ କଷ୍ଟ କିମ୍ବା ଶରୀର ଫୁଲିବା ଭଳି ସମସ୍ୟା ହୋଇପାରେ । ଯଦି କାହାକୁ ଆଲର୍ଜି ଭଳି ସମସ୍ୟା ରହିଛି, ସେମାନେ କ୍ଷୀର ପିଇବା ଉଚିତ ନୁହେଁ ।

ଚର୍ମ ସମସ୍ୟା (Skin Problem)ଥିବା ବ୍ୟକ୍ତିମାନେ କ୍ଷୀର ଠାରୁ ଦୂରରେ ରୁହନ୍ତୁ,ଜାଣନ୍ତୁ...

ଅଧିକ ପରିମାଣ କ୍ଷୀର ପିଇବା ସ୍କିନ୍ ପ୍ରତି ଲାଭଦାୟକ ନୁହେଁ । ସ୍କିନରେ ରିବିରିବି ଭଳି ସମସ୍ୟା ବଢ଼ିଥାଏ । ଆଉ ତ୍ୱଚାରେ ବ୍ରଣ ବାହାରିପାରେ। ତେଣୁ ଜଗି ରଖି କ୍ଷୀର ସେବନ କରିବା ଜରୁରୀ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଦୁଗ୍ଧ (Milk)ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ହିଁ ଡାକ୍ତରଙ୍କର ପରାମର୍ଶ ଜରୁରୀ ନିଅନ୍ତୁ ।

ଏହି ଗୋଟିଏ ପତ୍ର ୧୬ଟି ରୋଗକୁ ଦୂର କରିବ, ଜାଣନ୍ତୁ...

ଡାଳିମ୍ବ ବି ହୋଇପାରେ ଘାତକ; ଜାଣନ୍ତୁ କାହିଁକି...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)