1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଡାଳିମ୍ବ ବି ହୋଇପାରେ ଘାତକ; ଜାଣନ୍ତୁ କାହିଁକି...

ସ୍ୱାସ୍ଥ୍ୟପକ୍ଷରେ ଡାଳିମ୍ବ ଅତ୍ୟନ୍ତ ଉପାଦେୟ ଏ କଥା ସମସ୍ତେ ଜାଣନ୍ତି । ଡାଳିମ୍ବରେ ଭିଟାମିନ-‘ସି’,ଫାଇବର ଏବଂ ଭିଟାମିନ-କେ ପ୍ରଚୁର ପରିମାଣରେ ରହିଛି । କିନ୍ତୁ ବେଳେ ବେଳେ ଡାଳିମ୍ବ ଘାତକ ସାବ୍ୟସ୍ତ ହୋଇଥାଏ । ଚାଲନ୍ତୁ ଜାଣିବା ଡାଳିମ୍ବ ସେବନ ଦ୍ୱାରା ଲାଭ ହେବା ବଦଳରେ କ୍ଷତି ହିଁ ହୋଇଥାଏ –

Sudesna Nayak
Sudesna Nayak
SIDE Effects of Promegranate

SIDE Effects of Promegranate

ସ୍ୱାସ୍ଥ୍ୟପକ୍ଷରେ ଡାଳିମ୍ବ ଅତ୍ୟନ୍ତ ଉପାଦେୟ ଏ କଥା ସମସ୍ତେ ଜାଣନ୍ତି । ଡାଳିମ୍ବ (Promegranate)ରେ ଭିଟାମିନ-‘ସି’,ଫାଇବର ଏବଂ ଭିଟାମିନ-କେ ପ୍ରଚୁର ପରିମାଣରେ ରହିଛି । କିନ୍ତୁ ବେଳେ ବେଳେ ଡାଳିମ୍ବ ଘାତକ ସାବ୍ୟସ୍ତ ହୋଇଥାଏ । ଚାଲନ୍ତୁ ଜାଣିବା ଡାଳିମ୍ବ ସେବନ ଦ୍ୱାରା ଲାଭ ହେବା ବଦଳରେ କ୍ଷତି ହିଁ ହୋଇଥାଏ –

କେଉଁ କେଉଁ କ୍ଷେତ୍ରରେ ଡାଳିମ୍ବ (Promegranate)ସେବନ କ୍ଷତିକାରକ ହୋଇଥାଏ ଚାଲନ୍ତୁ ଜାଣିବା –

-ଆପଣଙ୍କ ଶରୀରରେ ଯଦି ସର୍ବଦା ଥଣ୍ଡା ରହୁଥିବ ବା ଆପଣ ଇନ ଫ୍ଲୁଏଞ୍ଜାରେ ଆକ୍ରାନ୍ତ ତାହେଲେ ହିଁ ଡାଳିମ୍ବ (Promegranate)ଠାରୁ ନିଶ୍ଚୟ ଦୁରେଇ ରହନ୍ତୁ ।

-କୋଷ୍ଠ କାଠିନ୍ୟ ରୋଗରେ ପୀଡିତ ଥିଲେ ଜମାରୁ ଡାଳିମ୍ବ (Promegranate)ସେବନ କରନ୍ତୁ ନାହିଁ । ଏହା ରୋଗକୁ ଆହୁରି ବଢ଼ାଇ ଦେଇପାରେ ।

-ଡାଳିମ୍ବ ଉଚ୍ଚ ରକ୍ତ ଚାପ ନିୟନ୍ତ୍ରଣ କରିବାରେ ବେଶ ସହାୟକ ହୋଇଥାଏ । କିନ୍ତୁ ଯଦି ଆପଣ ନିମ୍ନ ରକ୍ତ ଚାପ ଗ୍ରସ୍ତ ତେବେ ଡାଳିମ୍ବ ଖାଇବା ଦ୍ୱାରା ଅସୁବିଧା ପଡିପାରନ୍ତି । ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ହିଁ ଡାଳିମ୍ବ ସେବନ କରନ୍ତୁ ।

-ଶରୀରରେ ରକ୍ତ ଅଭାବକୁ ଦୂର କରିବା ଏବଂ ସୁସ୍ଥ ରହିବା ପାଇଁ ଡାଳିମ୍ବ ରସ ପିଇବା ଦ୍ୱାରା ଲାଭ ମିଳିଥାଏ । କିନ୍ତୁ ଗୋଟିଏ ଡାଳିମ୍ବରେ ୪୦ ଗ୍ରାମ ଚିନି ରହିଥାଏ, ଯେଉଁଥିପାଇଁ ଏହା ବହୁତ ମିଠା ହୋଇଯାଏ ଏବଂ ଯଦି ଏହିପରି ଡାଳିମ୍ବ କିମ୍ବା ଏହାର ରସକୁ ମଧୁମେହ (Diabetes)ରେ ପୀଡିତ ରୋଗୀ ଖାଇଥାନ୍ତି, ତେବେ ଏହା ଚିନି ସ୍ତରକୁ ବଢାଇଥାଏ । ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ ଡାଳିମ୍ବ (Promegranate) ।

-ଏଲର୍ଜୀ ହେଉଥିଲେ ଡାଳିମ୍ବ (Promegranate)ନିଜକୁ ଦୁରେଇ ରଖନ୍ତୁ । କାରଣ ଏଲର୍ଜୀ ବୃଦ୍ଧି କରିବା କ୍ଷେତ୍ରରେ ଡାଳିମ୍ବର ଭୂମିକା ରହିଛି ।

-ଏଡ୍ସ ବା ମାନସିକ ଚାପର ଯଦି ଆପଣ ଚିକିତ୍ସା ହେଉଥାନ୍ତି ତାହେଲେ ମଧ୍ୟ ଡାଳିମ୍ବ ନଖାଇବା ଭଲ । ଏହି ସମୟରେ ଡାଳିମ୍ବ (Promegranate) ସେବନ ହାନିକାରକ ହୋଇପାରେ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଡାଳିମ୍ବ (Promegranate)ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ହିଁ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ଜରୁରୀ ନିଅନ୍ତୁ ।

ରକ୍ତହୀନତା,ମଧୁମେହ ଭଳି ବଡ ବଡ ରୋଗରୁ ମୁକ୍ତି ଦିଏ ଏହି ଖାଦ୍ୟ,ଜାଣନ୍ତୁ...

ହାର୍ଟ ସମସ୍ୟା ଡାଇବେଟିସ ଭଳି ବଡ ବଡ ରୋଗରୁ ମୁକ୍ତି ଦିଏ ଏହି ଫଳ,ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments