1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଟାଇପ-୨ ମଧୁମେହ ପାଇଁ ରୋଷେଇ ଘର ମସଲା

ମଧୁମେହର ଟାଇପ-୨ ରୋଗୀମାନଙ୍କୁ ନିଜ ଖାଦ୍ୟ ଓ ଜୀବନଶୈଳୀ ଉପରେ ଅଧିକ ଧ୍ୟାନ ଦେବାକୁ ହୋଇଥାଏ l ଆଉ ଯଦି ସେମାନଙ୍କ ନୀତିଦିନର ଖାଦ୍ୟରେ ରୋଷେଇ ଘରର ଏହି ସବୁ ସାମଗ୍ରୀକୁ ସାମିଲ କରି ଦିଆଯାଏ, ତେବେ ଏହା ସେମାନଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରିବ l

Sugyan Kumar Nayak
Sugyan Kumar Nayak

ମଧୁମେହର ଟାଇପ-୨ ରୋଗୀମାନଙ୍କୁ ନିଜ ଖାଦ୍ୟ ଓ ଜୀବନଶୈଳୀ ଉପରେ ଅଧିକ ଧ୍ୟାନ ଦେବାକୁ ହୋଇଥାଏ l ଆଉ ଯଦି ସେମାନଙ୍କ ନୀତିଦିନର ଖାଦ୍ୟରେ ରୋଷେଇ ଘରର ଏହି ସବୁ ସାମଗ୍ରୀକୁ ସାମିଲ କରି ଦିଆଯାଏ, ତେବେ ଏହା ସେମାନଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରିବ l ଜାଣି ରଖନ୍ତୁ ଯେ ଟାଇପ-୨ ମଧୁମେହ ରୋଗୀମାନଙ୍କୁ ନିଜ ଖାଦ୍ୟରେ ତୁଳସୀ, ମେଥି ଓ ଡାଲଚିନି ଆଦି ଜିନିଷକୁ ସାମିଲ କରିବା ଆବଶ୍ୟକ ହୋଇଥାଏ l ଏହି ସବୁ ମସଲାକୁ ସମଗ୍ର ବିଶ୍ୱରେ ବ୍ୟବହାର କରାଯାଇଥାଏ l ମାତ୍ର ଆମ ଦେଶରେ ଲୋକମାନେ ଏହାକୁ ଅଧିକ ଆଗ୍ରହରେ ଖାଇଥାନ୍ତି l ଗୋଟିଏ ପଟେ ମସଲା ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଥାଏ ତ ଅନ୍ୟ ପଟେ ଏହା କେତେଗୁଡିଏ ରୋଗର ଉପଚାର ମଧ୍ୟ କରିଥାଏ l ସେହି ଭଳି ମଧୁମେହ ରୋଗୀମାନଙ୍କ କ୍ଷେତ୍ରରେ ଏହି ମସଲାଗୁଡିକୁ ଖାଇବା ଅନେକ ଚମତ୍କାରିତା ଦେଖାଇଥାଏ l ତେବେ ଆସନ୍ତୁ ଜାଣିବା କଣ ସେହି ୪ଟି ମସଲା ଯାହା ମଧୁମେହକୁ ସମ୍ପୂର୍ଣ୍ଣ ରୂପେ ସୁଧାରି ପାରିବ l

ହଳଦୀ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ହଳଦୀରେ କରକ୍ୟୁମିନ ମିଳିଥାଏ l ଯାହାକି ଆଣ୍ଟିଅକ୍ସିଡେଣ୍ଟ ଭଳି କାମ କରିଥାଏ l ଏହା ମଧୁମେହର ଚିକିତ୍ସା ପାଇଁ ବହୁତ ଲାଭକାରୀ ହୋଇଥାଏ l ଏହା ଛଡା ଏହାକୁ ଖାଇବା ଦ୍ୱାରା ମଧୁମେହ ହେବାର ଚିନ୍ତା ମଧ୍ୟ କମ ହୋଇଥାଏ l

ମେଥି

ପ୍ରାୟ ସମସ୍ତ ଘରେ ମେଥିର ବ୍ୟବହାର କରାଯାଇଥାଏ l କିଛି ଲୋକଙ୍କୁ ମେଥିର ଶାଗ ବହୁତ ପସନ୍ଦ ହୋଇଥାଏ l ହେଲେ କଣ ଆପଣ ଜାଣନ୍ତିକି ଏହା ମଧୁମେହ ରୋଗ ପାଇଁ ବହୁତ ଭଲ ହୋଇଥାଏ l ଏହା ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ l ଏଥିସହିତ ଏହା ରକ୍ତ ଶର୍କରାର ସ୍ତରରେ ମଧ୍ୟ ନିୟନ୍ତ୍ରଣ ରକ୍ଷା କରିଥାଏ l ଏହା ସହିତ କୋଲେଷ୍ଟରଲକୁ ମଧ୍ୟ ନିୟନ୍ତ୍ରଣ କରିଥାଏ l

ତୁଳସୀ

ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ପାଇଁ ତୁଳସୀର ସେବନ ନିଶ୍ଚିତ ରୂପେ କରିବା ଉଚିତ l ଏହା ସହିତ ଶରୀରକୁ ଶକ୍ତି ଯୋଗାଇବାରେ ମଧ୍ୟ ଏହାର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ l ବିଶେଷଜ୍ଞମାନଙ୍କ କହିବା ମୁତାବକ, ରକ୍ତରେ ଶର୍କରାର ପରିମାଣକୁ ନିୟନ୍ତ୍ରଣ କରିବାରେ ମଧ୍ୟ ତୁଳସୀ ଗୁରୁତ୍ୱପୂର୍ଣ୍ଣ ଅଟେ l ଏହା ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ସୁଧାରି ଥାଏ l

ଡାଳଚିନି

ଏଥିରେ ଆଣ୍ଟିଭାଇରଲ, ଆଣ୍ଟିଅକ୍ସିଡେଣ୍ଟ, ଆଣ୍ଟିବ୍ୟାକ୍ଟେରିଆଲ ଓ ଆଣ୍ଟିଫଙ୍ଗଲ ଗୁଣ ରହିଥାଏ l ତେଣୁ ଏହାର ସେବନ ଦ୍ୱାରା ମଧୁମେହ ଟାଇପ-୨ ରୋଗରେ ଆକ୍ରାନ୍ତ ହେବାର ବିପଦ ମଧ୍ୟ କମ ହୋଇଥାଏ l ଏହା ରକ୍ତ ଶର୍କରାକୁ ମଧ୍ୟ ନିୟନ୍ତ୍ରଣ କରେ l ତେଣୁ ଏହାର ସେବନ ଅତି ଲାଭକାରୀ ହୋଇଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments