1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଉଭୟ ଶରୀର ଓ ମସ୍ତିଷ୍କ ପାଇଁ ଉପକାରୀ ‘ଫରେଷ୍ଟ୍‌ ଥେରାପି’

ଅନେକ ଲୋକ ପ୍ରକୃତି ସହ ସମୟ ବିତାଇବା ପାଇଁ ପସନ୍ଦ କରନ୍ତି । ଏହା କେବଳ ମନକୁ ଆନନ୍ଦ ଦେଇନଥାଏ, ବରଂ ବହୁ ସ୍ୱାସ୍ଥ୍ୟ ସମସ୍ୟାର ମଧ୍ୟ ନିରାକରଣ କରିଥାଏ । ସେହିପରି ‘ଫରେଷ୍ଟ ଥେରାପି’ ଏପରି ଏକ ଚିକିତ୍ସା, ଯାହା ମଣିଷର ଉଭୟ ମସ୍ତିଷ୍କ ଓ ଶରୀର ପାଇଁ ଖୁବ୍‌ ଉପକାରୀ ।

Sudesna Nayak
Sudesna Nayak
forest therapy is useful for your body and mind

forest therapy is useful for your body and mind

ଅନେକ ଲୋକ ପ୍ରକୃତି ସହ ସମୟ ବିତାଇବା ପାଇଁ ପସନ୍ଦ କରନ୍ତି । ଏହା କେବଳ ମନକୁ ଆନନ୍ଦ ଦେଇନଥାଏ, ବରଂ ବହୁ ସ୍ୱାସ୍ଥ୍ୟ ସମସ୍ୟାର ମଧ୍ୟ ନିରାକରଣ କରିଥାଏ । ସେହିପରି ‘ଫରେଷ୍ଟ ଥେରାପି’ ଏପରି ଏକ ଚିକିତ୍ସା, ଯାହା ମଣିଷର ଉଭୟ ମସ୍ତିଷ୍କ ଓ ଶରୀର ପାଇଁ ଖୁବ୍‌ ଉପକାରୀ ।

 

ଶୁଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହେଉଥିବେ କିନ୍ତୁ ଏହା ଜାପାନର ଲୋକଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଏକ ବିଶେଷ ପ୍ରଣାଳୀ । ଏହାକୁ ଜାପାନୀ ଭାଷାରେ ଶିଣ୍ରିଂ -ୟୋକୁ‘Shinrin-Yoku’ ମଧ୍ୟ କୁହାଯାଏ । ଯାହାର ଅର୍ଥ ଜଙ୍ଗଲୀ ସ୍ନାନ ।

forest therapy

forest therapy

ପ୍ରକୃତରେ ଏହା ଶରୀର ସୁସ୍ଥ ଓ ମନ ପ୍ରଫୁଲୀତା ରଖିବାର ଏକ ବିଶେଷ ପ୍ରଣାଳୀ । ଯେଉଁ ଲୋକମାନେ ଅଧିକାଂଶ ସମୟ ଚିନ୍ତାଗ୍ରସ୍ତ ରହିଥାନ୍ତି, ‘ଫରେଷ୍ଟ୍‌ ଥେରାପି’ ସେମାନଙ୍କ ପାଇଁ  ଖୁବ୍‌ ଉପାଦେୟ । ଏହା ପ୍ରଥମେ ଜାପାନରେ ଆରମ୍ଭ ହୋଇଥିଲା ।

 

ବର୍ତ୍ତମାନ ଚଳଚଞ୍ଚଳ ସମୟରେ ମନୁଷ୍ୟ ପ୍ରକୃତି ଠାରୁ ବେଶ ଦୁରେଇ ସାରିଲାଣି ତେଣୁ ଶରୀରରେ ନାନା ବ୍ୟାଧି ,ମନରେ ଅଶାନ୍ତି ଏବଂ ଜୀବନର କ୍ଳେଶ ବହୁ ମାତ୍ରରେ ବଢି ଯାଇଛି । ଏହି ପରି ପ୍ରଣାଳୀ ଦ୍ୱାରା ଏହି ସମସ୍ତ ନକାରତ୍ମକ ଶକ୍ତିକୁ ଜୀବନରୁ ଦୁରେଇ ହେବ ବୋଲି ଜାପାନୀ ମାନେ ବିଶ୍ୱାସ କରନ୍ତି ।‘ଫରେଷ୍ଟ୍‌ ଥେରାପି’ ପାଇଁ ଆପଣଙ୍କୁ ଜଙ୍ଗଲକୁ ଯିବାକୁ ପଡ଼ିବ ।  ଏହି ଥେରାପିର ଉଦ୍ଦେଶ୍ୟ ହେଉଛି, ଲୋକଙ୍କୁ ପ୍ରାକୃତିକ ପରିବେଶ ପ୍ରତି ଆକୃଷ୍ଟ କରିବା । ଜଙ୍ଗଲର ପ୍ରାକୃତିକ ପରିବେଶ, ଧ୍ୱନି ଏବଂ ଗନ୍ଧ ଆପଣଙ୍କ ମସ୍ତିଷ୍କକୁ ଅନୁମାନ କରିବା, ମନେ ପକାଇବା ଓ ଚିନ୍ତା କରିବା ଆଦି ବନ୍ଦ କରିବାରେ ସହାୟକ ହୋଇଥାଏ ।

ଜଙ୍ଗଲରେ ଥିବା ଧ୍ୱନିକୁ ଶୁଣିଲେ ବ୍ୟକ୍ତି ଶାନ୍ତି ଅନୁଭବ କରିଥାନ୍ତି । ଏହା କେବଳ ମସ୍ତିଷ୍କ ନୁହେଁ, ଶରୀରକୁ ମଧ୍ୟ ଆରାମ ଦେଇଥାଏ । ‘ଫରେଷ୍ଟ୍‌ ଥେରାପି’ ମସ୍ତିଷ୍କରେ ଚିନ୍ତା କରିବାର ହର୍‌ମୋନ୍‌କୁ କମ୍‌ କରିବାରେ ସାହାଯ୍ୟ କରେ । ଏହା ସହ ଏହି ଥେରାପି ଦ୍ୱାରା ଶରୀରର ରକ୍ତଚାପ ଏବଂ ଆଡିପନେକ୍ଟିନ୍‌ ଗ୍ଲୁକୋଜ୍‌ ହର୍‌ମୋନ୍‌ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ । କେବଳ ଏତିକି ନୁହେଁ, ଏହା ରକ୍ତରେ ସୁଗାର୍‌ର ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଜଙ୍ଗଲରେ ଗାଧେଇବା ଦ୍ୱାରା ସକାରାତ୍ମକ ଭାବନାର ବୃଦ୍ଧି ହେବା ସହ ନକାରାତ୍ମକ ଭାବନା ହ୍ରାସ ହୁଏ । ଏହାଦ୍ୱାରା ଚିନ୍ତା, ଅବସାଦ ଏବଂ ଡିପ୍ରେସନ୍‌ରୁ ମୁକ୍ତି ମିଳିଥାଏ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments