Health & Lifestyle

ଉଚ୍ଚ ରକ୍ତଚାପକୁ କିପରି କରିବେ ନିୟନ୍ତ୍ରଣ? ଜାଣନ୍ତୁ...

ଆଜିକାଲି ସମସ୍ତ ବୟସ ବର୍ଗର ଲୋକମାନଙ୍କ ଠାରେ ଉଚ୍ଚ ରକ୍ତଚାପ (High Blood Pressure) କିମ୍ବା ନିମ୍ନ ରକ୍ତଚାପର ସମସ୍ୟା ଦେଖାଯାଏ । ରକ୍ତଚାପ ସ୍ତର ଖରାପ ହେବାର ବିଭିନ୍ନ କାରଣ ଅଛି । ଦାୟୀ ହେବାର ମୁଖ୍ୟ କାରଣ ହେଉଛି ଆମର ଜୀବନଶୈଳୀ । ଏଠାରେ ଆମେ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ ଚାଲନ୍ତୁ ଜାଣିବା...

19 November, 2022 5:17 PM IST By: Sudesna Nayak

ଆଜିକାଲି ସମସ୍ତ ବୟସ ବର୍ଗର ଲୋକମାନଙ୍କ ଠାରେ ଉଚ୍ଚ ରକ୍ତଚାପ (High Blood Pressure) କିମ୍ବା ନିମ୍ନ ରକ୍ତଚାପର ସମସ୍ୟା ଦେଖାଯାଏ । ରକ୍ତଚାପ ସ୍ତର ଖରାପ ହେବାର ବିଭିନ୍ନ କାରଣ ଅଛି । ଦାୟୀ ହେବାର ମୁଖ୍ୟ କାରଣ ହେଉଛି ଆମର ଜୀବନଶୈଳୀ । ଏଠାରେ ଆମେ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ ଚାଲନ୍ତୁ ଜାଣିବା...

ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଭାବଶାଳୀ ଘରୋଇ ଉପଚାର (Control Blood Pressure)

୧. ମେଥି ମଞ୍ଜି (Fenugreek seeds (Methi)

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ମେଥି ମଞ୍ଜି (Fenugreek seeds (Methi) ଅତ୍ୟନ୍ତ ଲାଭଦାୟକ । ମେଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ, ବି, ସି, ଆଇରନ୍, ଫୋସ୍ଫୋରସ୍, କ୍ୟାଲସିୟମ୍ ଏବଂ ପୋଟାସିୟମ୍ ଥାଏ ଯାହା ରକ୍ତଚାପ ନିୟନ୍ତ୍ରଣ କରିଥାଏ । ତେଣୁ , ପ୍ରତିଦିନ ହିଁ ମେଥି (Methi) ଖାଆନ୍ତୁ ଏବଂ ରକ୍ତଚାପ (Blood Pressure) ନିୟନ୍ତ୍ରଣ କରନ୍ତୁ ।


୨. ରସୁଣ (Garlic)

ଉଚ୍ଚ ରକ୍ତଚାପ (High Blood Pressure)କୁ ନିୟନ୍ତ୍ରଣ କରିବା ପାଇଁ ରସୁଣ (Garlic) ଏକ ଉତ୍ତମ ଖାଦ୍ୟ । ପ୍ରତିଦିନ ଗୋଟିଏ କୋଳ କଞ୍ଚା ରସୁଣ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ (Control Blood Pressure) ହୋଇଥାଏ । କୋଲେଷ୍ଟ୍ରଲ ପାଇଁ ଏହା ମଧ୍ୟ ଉତ୍ତମ ହୋଇଥାଏ ।

୩. କଦଳୀ (Banana)

କଦଳୀ (Banana)ଶରୀରରେ ସୋଡିୟମର ପରିମାଣ ମଧ୍ୟ ହ୍ରାସ କରିଥାଏ । ତେଣୁ (High Blood Pressure) B.P. ରୋଗୀମାନେ ପ୍ରତିଦିନ କଦଳୀ ଖାଈବା ଉଚିତ ।

4.ମହୁ (HONEY)

ଥଣ୍ଡା କାଶର ଚିକିତ୍ସାରେ ମହୁ (HONEY) ସାଧାରଣତଃ ବ୍ୟବହୃତ ହୁଏ । କିନ୍ତୁ, ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ । ପ୍ରତିଦିନ କ୍ଷୀରରେ ମିଶ୍ରିତ ଏକ ଚାମଚ ମହୁ ଖାଆନ୍ତୁ ଏବଂ ରକ୍ତଚାପକୁ ନିୟନ୍ତ୍ରଣ ରଖନ୍ତୁ ।

5.ପିଆଜ (ONION)

ପନିପରିବା, ଡାଲି କିମ୍ବା ଖାଦ୍ୟର ଅନ୍ୟାନ୍ୟ ଜିନିଷରେ ଆମେ ପ୍ରତିଦିନ ପିଆଜ (ONION) ଖାଇଥାଉ । କିନ୍ତୁ କଞ୍ଚା ପିଆଜରେ ଆଣ୍ଟି-ଅକ୍ସିଡାଣ୍ଟ ବହୁମାତ୍ରାରେ ଥାଏ ଯାହା ଉଚ୍ଚ ରକ୍ତଚାପ (High Blood Pressure)କୁ ନିୟନ୍ତ୍ରଣ କରିଥାଏ । ତେଣୁ ଆପଣ କଞ୍ଚା ପିଆଜ (ONION) ଖାଆନ୍ତୁ ଏବଂ ରକ୍ତଚାପ (High Blood Pressure)କୁ ନିୟନ୍ତ୍ରଣ କରନ୍ତୁ ।

ଏହି ରୋଗ ଥିଲେ ପିଅନ୍ତୁ ନାହିଁ ହଳଦୀ କ୍ଷୀର...

ପ୍ରତ୍ୟେକ ଦିନ ଖାଆନ୍ତୁ ଛତୁ,ମିଳିବ ଅନେକ ଫାଇଦା