1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଛେଳି କ୍ଷୀରରେ ଅଛି ଆଶ୍ଚର୍ଯ୍ୟଜନକ ଫାଇଦା, ଆପଣ ଜାଣନ୍ତୁ !!

ଭାରତରେ ପଶୁପାଳନକୁ ଏକ ମହତ୍ଵପୂର୍ଣ୍ଣ କାମ ହିସାବରେ ବିବେଚନା କରାଯାଏ l ଗାଈ,ମଇଁଷି ଓ ଛେଳିମାନଙ୍କର ସଂଖ୍ୟା ଭାରତରେ ବହୁତ ଅଧିକ ହୋଇଥାଏ l ଛେଳି ଭାରତର ପ୍ରମୁଖ ଗୃହପାଳିତ ପଶୁ ନଙ୍କ ମଧ୍ୟରୁ ଅନ୍ୟତମ l ଏହାକୁ ବିଶେଷକରି ମାଂସ,କ୍ଷୀର,ଲୋମ ଇତ୍ୟାଦି ପାଇଁ ହିଁ ପାଳନ କରାଯାଏ l

Sugyan Kumar Nayak
Sugyan Kumar Nayak
Goat Milk

Goat Milk

ଭାରତରେ ପଶୁପାଳନକୁ ଏକ ମହତ୍ଵପୂର୍ଣ୍ଣ କାମ ହିସାବରେ ବିବେଚନା କରାଯାଏ l ଗାଈ,ମଇଁଷି ଓ ଛେଳିମାନଙ୍କର ସଂଖ୍ୟା ଭାରତରେ ବହୁତ ଅଧିକ ହୋଇଥାଏ l ଛେଳି ଭାରତର ପ୍ରମୁଖ ଗୃହପାଳିତ ପଶୁ ନଙ୍କ ମଧ୍ୟରୁ ଅନ୍ୟତମ l ଏହାକୁ ବିଶେଷକରି ମାଂସ,କ୍ଷୀର,ଲୋମ ଇତ୍ୟାଦି ପାଇଁ ହିଁ ପାଳନ କରାଯାଏ l ଛେଳିମାନଙ୍କର ୨୦ ରୁ ଅଧିକ ପ୍ରଜାତି ରହିଛି l ମାତ୍ର ଏହି ପ୍ରଜାତି ମଧ୍ୟରୁ ମାଂସ ଓ କ୍ଷୀରକୁ ନେଇ ପ୍ରଜାତି ଅଲଗା ଅଲଗା କରିବା ବହୁତ କଷ୍ଟକର ହୋଇଥାଏ l କିଛି ପ୍ରଜାତିକୁ ଉଭୟ କ୍ଷୀର ଓ ମାଂସ ପାଇଁ ପାଳନ କରାଯାଏ ଯାହାକୁ ଦ୍ବି ପ୍ରଜାତି ବୋଲି କୁହାଯାଏ l ଜାତିର ପିତା ମହାତ୍ମା ଗାନ୍ଧୀ ପ୍ରତିଦିନ ଛେଳି କ୍ଷୀର ପିଉଥିବାର ନିଜର ଆତ୍ମଜୀବନୀରେ ଉଲ୍ଲେଖ କରିଛନ୍ତି l ଏହାକୁ ସାଧାରଣତଃ ଗରିବ ଚାଷୀ ଶ୍ରେଣୀ ର ଲୋକମାନେ ହିଁ ପାଳିଥାଆନ୍ତି, କାରଣ ଏହାର ପାଳନରେ ଓ ଖାଦ୍ୟରେ କୌଣସି ଖର୍ଚ୍ଚ ହୋଇନଥାଏ l

ଛେଳିର କ୍ଷୀର ରାଇବୋଫ୍ଲୋବିନ ନାମକ ଏକ ସ୍ୱତନ୍ତ୍ର ପ୍ରକାରର ଭିଟାମିନର ମୁଖ୍ୟ ଉତ୍ସ ହୋଇଥାଏ l ଯାହାକି ଶରୀରରେ ଶକ୍ତି ଉତ୍ପନ୍ନ କରିବା ପାଇଁ ଆବଶ୍ୟକ ହୋଇଥାଏ l ଏହା କ୍ୟାଲ୍ସିଅମର ଭଲ ସ୍ରୋତ ହୋଇଥିବାରୁ ଏହା ହାଡ଼କୁ ଶକ୍ତ କରିବାରେ ସହଯୋଗ କରିଥାଏ l ଏହା ଆମକୁ ଅସ୍ଥି କର୍କଟରୁ ମଧ୍ୟ ରକ୍ଷା କରିଥାଏ l ଏହା ଆମକୁ ମେଦବହୁଳତାରୁ ରକ୍ଷାକରିଥାଏ l ଏହା ସହିତ ମହିଳାମାନଙ୍କୁ ମଧ୍ୟ ସ୍ତନ କର୍କଟରୁ ରକ୍ଷା କରିଥାଏ l ଏଥିରେ ଅଧିକ ପୋଟାସିଅମ ଥିବା କାରଣରୁ ଏହା ଆମକୁ ରକ୍ତ ଚାପରୁ ମଧ୍ୟ ରକ୍ଷା କରିଥାଏ l ଏଥିରେ ଥିବା ଗ୍ଲୋବ୍ୟୁଲସ ଛୋଟ ଛୋଟ ହୋଇଥିବାରୁ ଏଥିରୁ ମଲାଈ ଅଲଗା କରାଯାଇ ପାରେ ନାହିଁ, ଯେଉଁ କାରଣରୁ ଏହାକୁ ପ୍ରାକୃତିକ ହୋମଜୀନାଇଜ ଦୁଗ୍ଧ ବୋଲି କୁହାଯାଇଥାଏ l

ଏଥିରେ ଭିଟାମିନ୍-ଏ ଅଧିକ ମାତ୍ରାରେ ସଞ୍ଚିତ ହୋଇରହିଥାଏ l ଛେଳି ଦୁଗ୍ଧର ସଂରଚନା ମଣିଷ କ୍ଷୀର ସହିତ ପ୍ରାୟ ସମାନ ହୋଇଥାଏ l ଏଥିରେ କ୍ଲୋରିନ୍ ଓ ସିଲିକନ୍ ଅଧିକ ମାତ୍ରାରେ ରହିଥାଏ l ଏହି କ୍ଷୀର ମଧୁମେହ ରୋଗୀମାନଙ୍କ ପାଇଁ ବହୁତ ଭଲ ହୋଇଥାଏ l ଏହାକୁ ସେହି ବ୍ୟକ୍ତିମାନେ ମଧ୍ୟ ସେବନ କରିପାରିବେ ଯେଉଁମାନଙ୍କୁ ଗାଈର କ୍ଷୀର ଠାରୁ ଆଲର୍ଜି ରହିଥାଏ l ଏହା କଫ ତଥା ଅତ୍ୟଧିକ ଥଣ୍ଡାର ଚିକିତ୍ସା ପାଇଁ ମଧ୍ୟ ବ୍ୟବହାର କରାଯାଏ l ଛେଳି କ୍ଷୀରକୁ ବିଭିନ୍ନ ପ୍ରକାରର ଔଷଧ ଏବଂ ଆୟୁର୍ବେଦିକ ଉପଚାରରେ ମଧ୍ୟ ବ୍ୟବହାର କରାଯାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments