Health & Lifestyle

ଫଳ ସହ ମିଠା ମିଶାଇ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ,ନଚେତ୍...

ବେଳେବେଳେ ଆମେ ଫଳ ସହ ଅନ୍ୟ ସବୁ ପ୍ରକାରର ଜିନିଷ ମଧ୍ୟ ମିଶାଇ ଖାଇ ଦେଇଥାଉ । କିନ୍ତୁ ଏଭଳି ଖାଇବା ଠିକ୍‌ ନୁହେଁ । ଏହା ଆମ ପାଇଁ କ୍ଷତିକାରକ ହୋଇପାରେ ।

17 March, 2022 12:50 PM IST By: Sudesna Nayak

ଫଳ ଖାଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ । ବେଳେବେଳେ ଆମେ ଫଳ ସହ ଅନ୍ୟ ସବୁ ପ୍ରକାରର ଜିନିଷ ମଧ୍ୟ ମିଶାଇ ଖାଇ ଦେଇଥାଉ । କିନ୍ତୁ ଏଭଳି ଖାଇବା ଠିକ୍‌ ନୁହେଁ । ଏହା ଆମ ପାଇଁ କ୍ଷତିକାରକ ହୋଇପାରେ । ତେବେ କେଉଁ ଫଳ ସହ କାହାକୁ ମିଶାଇ ଖାଇବା ଉଚିତ ନୁହେଁ ଆସନ୍ତୁ ଜାଣିବା...

ଲେମ୍ବୁ ଓ ଭଣ୍ଡା ମିଶାଇ ଖାଇବା ଶରୀର ପାଇଁ ବିପଦଜ୍ଜନକ,ଜାଣନ୍ତୁ...

ପାଚିଲା ଭଣ୍ଡା (Papaya) ଏବଂ ଲେମ୍ବୁ (Lemon)ହେଉଛି ଏକ ମାରାତ୍ମକ ମିଶ୍ରଣ । ଏହି ଦୁଇଟି ଜିନିଷକୁ ମିଶାଇ ଖାଇବା ଶରୀର ପାଇଁ ବିପଦଜ୍ଜନକ ହୋଇଥାଏ ବୋଲି ଡାକ୍ତରମାନେ କୁହନ୍ତି । ଏହି ଦୁଇଟି ଜିନିଷ ମିଶି ରକ୍ତରେ ହେମୋଗ୍ଲୋବିନ୍ ସମ୍ବନ୍ଧୀୟ ସମସ୍ୟା କରିପାରେ । ଲେମ୍ବୁ ଏବଂ ଭଣ୍ଡାକୁ ମିଶାଇ ଖାଇବା ଦ୍ୱାରା ଏହି ମିଶ୍ରଣ ରକ୍ତହୀନତା ସହ ଜଡିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ ।

କମଳା ଏବଂ ଗାଜର ମିଶାଇ ଖାଇବା ଶରୀର ପାଇଁ ବିପଦଜ୍ଜନକ,ଜାଣନ୍ତୁ...

ସେହିପରି କମଳା (Orange) ଏବଂ ଗାଜର (Carrot)କୁ ମଧ୍ୟ ଏକାଠି ଖାଇବା ଉଚିତ ନୁହେଁ । ଏହା ଶରୀରରେ କିଡନୀ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ । କମଳା ଏବଂ ଗାଜରର ମିଶ୍ରଣ ମଧ୍ୟ ହୃଦଘାତ ଏବଂ ପିତ୍ତ ସମ୍ବନ୍ଧୀୟ ସମସ୍ୟା ପାଇଁ ଦାୟୀ ବୋଲି ଡାକ୍ତରମାନେ କୁହନ୍ତି ।

କଦଳି ଓ ପିଜୁଳି ମିଶାଇ ଖାଇବା ଶରୀର ପାଇଁ ବିପଦଜ୍ଜନକ,ଜାଣନ୍ତୁ...

ଯଦି ଆପଣ କଦଳୀ (Banana) ଏବଂ ପିଜୁଳି (Guava)କୁ ଏକାଠି ଖାଉଛନ୍ତି ତେବେ ସାବଧାନ । ଏଭଳି ଭୁଲ୍‌ ଜମାରୁ ବି କରନ୍ତୁ ନାହିଁ । ଏହି ଦୁଇ ଫଳକୁ ଏକାଠି ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହୋଇପାରେ। ଏଥିସହ ଏହା ମୁଣ୍ଡାବିନ୍ଧା ଭଳି ସମସ୍ୟାକୁ ବଢ଼ାଇଥାଏ ।

କଦଳି ଓ ପୁଡିଂ ମିଶାଇ ଖାଇବା ଶରୀର ପାଇଁ ବିପଦଜ୍ଜନକ,ଜାଣନ୍ତୁ...

କଦଳୀ (Banana)ଏବଂ ପୁଡିଂର କମ୍ବିନେସନ ସବୁଠାରୁ ଘାତକ । ଏହା ଶରୀରରେ ବିଷାକ୍ତ ପଦାର୍ଥ ଉତ୍ପନ୍ନ କରିବା କାମ କରିଥାଏ । ଏହାକୁ ଖାଇବା ଦ୍ୱାରା ଦୀର୍ଘ ସମୟ ଧରି ପେଟ ଜନିତ ସମସ୍ୟା ଲାଗି ରୁହେ ।

କମଳା ଓ କ୍ଷୀର ମିଶାଇ ଖାଇବା ଶରୀର ପାଇଁ ବିପଦଜ୍ଜନକ,ଜାଣନ୍ତୁ...

କମଳା (Orange) ସହିତ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ବହୁ ବିପଦଜନକ ହୋଇପାରେ । କମଳାରେ ଥିବା ଏସିଡ୍ ଶରୀରରେ ଥିବା ସେହି ଏନଜାଇମକୁ ନଷ୍ଟ କରିଥାଏ ଯିଏ ଖାଦ୍ୟ ହଜମ କରିବାରେ ସହାଯ୍ୟ କରିଥାଏ । କେବଳ ଏତିକି ନୁହେଁ, ଏହାକୁ କ୍ଷୀର ସହିତ ଖାଇବା ଦ୍ୱାରା ଛାତିରେ କଫ ସୃଷ୍ଟି ହୁଏ ।

କ୍ଷୀର ଓ ସପୁରୀ ମିଶାଇ ଖାଇବା ଶରୀର ପାଇଁ ବିପଦଜ୍ଜନକ,ଜାଣନ୍ତୁ...

ସପୁରୀ (Pineapple)ରେ ଥିବା ବ୍ରୋମେଲାଇନ୍‌ ନାମକ ପଦାର୍ଥ କ୍ଷୀର (Milk)ରେ ମିଶି ଶରୀରକୁ କ୍ଷତି ପହଞ୍ଚାଇବା କାମ କରିଥାଏ । କ୍ଷୀର ଓ ସପୁରୀକୁ ମିଶାଇ ଖାଇବା ଦ୍ୱାରା ଆପଣଙ୍କୁ ଗ୍ୟାସ୍, ବାନ୍ତି, ସଂକ୍ରମଣ, ମୁଣ୍ଡବିନ୍ଧା ଏବଂ ପେଟ ଯନ୍ତ୍ରଣା ଭଳି ସମସ୍ୟା ଦେଇ ଗତି କରିବାକୁ ପଡିପାରେ ।

ଫଳ ଏବଂ ମିଠା ମିଶାଇ ଖାଇବା ଶରୀର ପାଇଁ ବିପଦଜ୍ଜନକ,ଜାଣନ୍ତୁ...

ଯେକୌଣସି ଫଳ ସହ ମିଠାକୁ ମିଶାଇ ଖାଇବା ପାଇଁ ଡାକ୍ତରମାନେ ବାରଣ କରନ୍ତି । ଫଳ ଏବଂ ମିଠାର କମ୍ବିନେସନର ଆମ ହଜମ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଇଥାଏ । ଏହାଦ୍ୱାରା ଏସିଡିଟି, ମୁଣ୍ଡବିନ୍ଧା ତଥା ବାନ୍ତି ଭଳି ସମସ୍ୟା ସୃଷ୍ଟି ହୋଇପାରେ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଫଳ ଏବଂ ମିଠା ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ହିଁ ନିଶ୍ଚିତ ଭାବରେ ଡାକ୍ତରଙ୍କ ହିଁ ପରାମର୍ଶ ନିଅନ୍ତୁ ।

ଏହି ସବୁ ତେଲରେ ରାନ୍ଧନ୍ତୁ ନାହିଁ ଖାଦ୍ୟ,ନଚେତ ସିଧାସଳଖ ପଡିବେ ମୃତ୍ୟୁ ମୁଖରେ...

ଏହି ଖାଦ୍ୟ ଖାଇଲେ ହେଉଛି କ୍ୟାନସର; ତୁରନ୍ତ ବନ୍ଦ କରନ୍ତୁ ନଚେତ୍ ଭୋଗିବେ ସମସ୍ୟା,ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)