1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଆସନ୍ତୁ ଜାଣିବା ଶୁଣ୍ଠୀର ଗୁଣ !!

ଭାରତୀୟ ରୋଷେଇରେ ତଥା ଘରୋଇ ଔଷଧ ପାଇଁ ଶୁଣ୍ଠୀର ବ୍ୟବହାର କରାଯାଇଥାଏ l କିନ୍ତୁ ଔଷଧୀୟ ଗୁଣ ଥିବା ଏହି ଶୁଣ୍ଠୀ ଶରୀର ପାଇଁ ବହୁତ ଲାଭଦାୟକ ଅଟେ l ପ୍ରାଚୀନ କାଳରେ ଏହାକୁ ଆୟୁର୍ବେଦ

Sugyan Kumar Nayak
Sugyan Kumar Nayak
Ginger

Ginger

ଭାରତୀୟ ରୋଷେଇରେ ତଥା ଘରୋଇ ଔଷଧ ପାଇଁ ଶୁଣ୍ଠୀର ବ୍ୟବହାର କରାଯାଇଥାଏ l କିନ୍ତୁ ଔଷଧୀୟ ଗୁଣ ଥିବା ଏହି ଶୁଣ୍ଠୀ ଶରୀର ପାଇଁ ବହୁତ ଲାଭଦାୟକ ଅଟେ l ପ୍ରାଚୀନ କାଳରେ ଏହାକୁ ଆୟୁର୍ବେଦ ଔଷଧ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଉଥିଲା l  ଏହା ଏକ ଘରୋଇ ଔଷଧ ଅଟେ l

ଏହା ଛଡା ଶୁଣ୍ଠୀ ଆପଣଙ୍କର ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ l ଅଦା ଯେତେବେଳେ ସୁଖୀ ଯାଇଥାଏ ତାହାକୁ ଶୁଣ୍ଠୀ ବନାଇ ଦିଆଯାଏ l ଏଥିରେ କ୍ୟାଲ୍ସିଅମ, ଫାଇବର,ସୋଡିୟମ,ଭିଟାମିନ-ଏ ଓ ଭିଟାମିନ-ସି ଥାଏ l ଆସନ୍ତୁ ଶୁଣ୍ଠୀର ଗୁଣ ବିଷୟରେ ଆଲୋଚନା କରିବା l

ଶୁଣ୍ଠୀ ଖାଇବାର ନିୟମ

ଶୁଣ୍ଠୀକୁ ଠିକ ଭାବରେ ବ୍ୟବହାର କଲେ ଏହା ଆପଣଙ୍କ ପାଇଁ ଅଧିକ ଗୁଣକାରୀ ହୋଇପାରିବ l ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଶୁଣ୍ଠୀକୁ ମିଶାଇ ପିଇବା ଦରକାର l ଶୁଣ୍ଠୀକୁ କ୍ଷୀର ସହିତ ମିଶାଇ ପିଇବା ଦ୍ଵାରା ବହୁତ ଉପକାର ମିଳିଥାଏ l

ପାଚନ କ୍ରିୟା ପାଇଁ ଶୁଣ୍ଠୀର ଆବଶ୍ୟକତା

ଶୁଣ୍ଠୀ ପାଚନ କ୍ରିୟାକୁ ସୁଦୃଢ଼ କରିଥାଏ l ପାଚନ କ୍ରିୟା ପାଇଁ ହେଉଥିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଶୁଣ୍ଠୀର ବ୍ୟବହାର କରିପାରିବେ l ୨ ଗ୍ରାମ ଶୁଣ୍ଠୀକୁ ଗୁଣ୍ଡ କରି ଖାଇବା ପୂର୍ବରୁ ଖାଲି ପେଟରେ ଖାଇଲେ ଏହା ଆପଣଙ୍କ ପାଚନ କ୍ରିୟାକୁ ସକ୍ରିୟ କରିଥାଏ l

ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ

ଯଦି ଆପଣମାନେ ବଢୁଥିବା ଓଜନ ପାଇଁ ଚିନ୍ତାରେ ଅଛନ୍ତି, ତେବେ ଶୁଣ୍ଠୀକୁ ଆପଣ ଖାଦ୍ୟରେ ସାମିଲ କରିପାରିବେ l ଏଥିରେ ଥିବା ଲିପିଡ୍ ଓଜନ ହ୍ରାସ କରିବାରେ ସାହାଯ୍ୟ ହୋଇଥାଏ l ତେଣୁ ଯଦି ଆପଣମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ଆପଣଙ୍କ ଖାଇବାରେ ଶୁଣ୍ଠୀର ବ୍ୟବହାର କରନ୍ତୁ l ଏହା ଶରୀରରେ ଥିବା ଏକ୍ସଟ୍ରା ଚର୍ବିକୁ ହଟାଇବାରେ ସାହାଯ୍ୟ କରିଥାଏ l ସକାଳୁ ଆପଣ ଅଧା ଗ୍ଲାସ ପାଣିରେ ଏହାକୁ ମିଶେଇ ପିଅନ୍ତୁ l

ବ୍ଲଡ଼ ସୁଗାର ଲେବଲ

ଶୁଣ୍ଠୀ ଶରୀରରେ ବ୍ଲଡ଼ ସୁଗାର ଲେବଲକୁ ନିୟତ୍ରିତ କରିଥାଏ l ଅଳ୍ପ କିଛି ଲୁଣ ସହ ଗରମ ପାଣିରେ ଶୁଣ୍ଠୀ ପାଉଡରକୁ ମିଶାଇ ସକାଳୁ ଖାଲି ପେଟରେ ପିଅନ୍ତୁ l ଏହା କରିବା ଦ୍ଵାରା ଶରୀର ସୁସ୍ଥ ରହିଥାଏ l

ଶରୀରର ଦରଜକୁ କମ କରିଥାଏ

ବହୁତ ରୋଗର କାରଣରୁ ଶରୀରରେ ପୀଡ଼ା ହୋଇଥାଏ l ଏହି ପୀଡ଼ାକୁ ଦୂର କରିବା ପାଇଁ ଶୁଣ୍ଠୀ ବହୁତ ସାହାଯ୍ୟ କରେ l ଶୁଣ୍ଠୀରୁ ତିଆରି ହେଉଥିବା ପାଉଡର ଶରୀରର ପୀଡାକୁ କମ କରିଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments