ତୁଳସୀର ଭାରତରେ ବହୁତ ମାନ୍ୟତା ରହିଥାଏ l ତୁଳସୀର ହିନ୍ଦୁ ଧର୍ମରେ ବହୁତ ଉଚ୍ଚ ସ୍ଥାନ ରହିଥାଏ l ତୁଳସୀଙ୍କୁ ଦେବୀ ବା ଭଗବତୀ ବୋଲି ମଧ୍ୟ କୁହଲ ଯାଇଥାଏ l କେବଳ ଧର୍ମ ଦୃଷ୍ଟି କୋଣରୁ ହିଁ ନୁହେଁ ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ତୁଳସୀର ଅନେକ ମହତ୍ୱ ରହିଥାଏ l ଏହା ଛଡା ପ୍ରତିଦିନ ସକାଳ ସନ୍ଧ୍ୟାରେ ତୁଳସୀ ମୂଳରେ ଫୁଲ ଓ ଦୀପ
ଦେଇ ହିଁ ହିନ୍ଦୁ ଧର୍ମର ନାରୀମାନେ ଦିନର ଆରମ୍ଭ କରିଥାନ୍ତି l ପ୍ରତିଟି ଘରର ଦୁଆର ମୁହଁରେ ମା ବୃନ୍ଦାବତୀଙ୍କ ରୂପରେ ତୁଳସୀ ରହିଥାନ୍ତି l ତୁଳସୀ ପତ୍ରରେ ବହୁତ ପ୍ରକାରର ଔଷଧୀୟ ଗୁଣ ରହିଥାଏ l ଯାହା ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ l ଆସନ୍ତୁ ଏହି ତୁଳସୀ ପାଣିର ଉପକାରିତା ବିଷୟରେ ଜାଣିବା l
ତୁଳସୀ ପାଣି ପ୍ରସ୍ତୁତ କରିବାର ପ୍ରଣାଳୀ
ତୁଳସୀରେ ଆଣ୍ଟିଅକ୍ସିଡାଣ୍ଟ, ଜୀବଣୁରୋଧକ ବା ଆଣ୍ଟିଭାଇରାଲ ତତ୍ତ୍ୱ ରହିଛି l ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ l ତୁଳସୀ ପାଣିରେ ଅନେକ ଉପକାରୀ ଗୁଣ ରହିଥାଏ l ତେବେ ଆସନ୍ତୁ ଏହାର ସମ୍ପୂର୍ଣ ବିବରଣୀ ଜାଣିବା l ଏହି ପାଣିକୁ ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ କିଛି ପାଣି ନେଇ ଗରମ କରନ୍ତୁ l ଏଥିରେ ତୁଳସୀର ପତ୍ରକୁ ପକାଇ ପାଣି ଫୁଟିକି ଅଧା ହେବାଯାଏ ଅପେକ୍ଷା କରନ୍ତୁ l ଏହା ପରେ ତାହାକୁ ଛାଣି ଦେଇ ସେଥିରେ କିଛି ମହୁ ମିଶାଇ ବ୍ୟବହାର କରନ୍ତୁ l
ତୁଳସୀ ପାଣିରେ ହୋଇଥାଏ ବିଭିନ୍ନ ରୋଗର ଉପଚାର
-
ତୁଳସୀ ପାଣି ମେଟାବୋଲିଯିମକୁ ହ୍ରାସ କରିବାରେ ସହାୟକ ହୋଇଥାଏ l
-
ଏହା ଦ୍ଵାରା ଶରୀରରେ ହୋଇଥିବା ମୋଟା ଚର୍ବି ପରିମାଣ କମି ଯାଇଥାଏ l
-
ତୁଳସୀ ପାଣି ପିଇବା ଦ୍ଵାରା ରକ୍ତରେ ଥିବା ଶର୍କରାର ପରିମାଣ ହ୍ରାସ ହୋଇଥାଏ l
-
ଏହି ପାଣି ପିଇବା ଦ୍ଵାରା ଏସିଡ଼ିଟି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ l
-
ତୁଳସୀର ରସ ଶ୍ୱାସ ନଳିରେ ଜମି ରହିଥିବା କଫକୁ ବାହାର କରିବାରେ ସହାୟକ ହୋଇଥାଏ l
-
ତୁଳସୀ ପାଣି ଡେଙ୍ଗୁ ଓ ମେଲେରିଆ ଜ୍ୱରର ଉପଚାର ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ l
-
ଏହା ଶରୀରର ଓଜନ କମ କରିବାରେ ମଧ୍ୟ ସହାୟକ ହୋଇଥାଏ l
Share your comments