Health & Lifestyle

ବ୍ଲଡ ପ୍ରେସର ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି କି ?କେବଳ ପିଅନ୍ତୁ ଏହି ଗୋଟିଏ ଜୁସ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନେକଙ୍କ କ୍ଷେତ୍ରରେ ବ୍ଲଡ ପ୍ରେସର (Blood Pressure)ସମସ୍ୟା ଦେଖିବାକୁ ମିଳୁଛି । କେହି କେହି ହାଇ ବ୍ଲଡ ପ୍ରେସର ସମସ୍ୟାର ସାମ୍ନା କରୁଥିବା ବେଳେ, ଆଉ କେହି କେହି ଲୋ ବ୍ଲଡ ପ୍ରେସର ସମସ୍ୟାର ସାମ୍ନା କରୁଛନ୍ତି ।

31 March, 2022 2:21 PM IST By: Sudesna Nayak

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନେକଙ୍କ କ୍ଷେତ୍ରରେ ବ୍ଲଡ ପ୍ରେସର (Blood Pressure)ସମସ୍ୟା ଦେଖିବାକୁ ମିଳୁଛି । କେହି କେହି ହାଇ ବ୍ଲଡ ପ୍ରେସର (High Blood Pressure) ସମସ୍ୟାର ସାମ୍ନା କରୁଥିବା ବେଳେ, ଆଉ କେହି କେହି ଲୋ ବ୍ଲଡ ପ୍ରେସର (low blood pressure)ସମସ୍ୟାର ସାମ୍ନା କରୁଛନ୍ତି ।

ତେବେ ଏସବୁ ସମସ୍ୟା ହେବା ପଛରେ ଅନେକ କାରଣ ରହିଥାଏ । ତେବେ ଏହି ସମସ୍ୟାର ସାମ୍ନା କରୁଥିଲେ , ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଆବଶ୍ୟକ । ଏହା ସହିତ ଲୋ ବ୍ଲଡ ପ୍ରେସର ସମସ୍ୟା (low blood pressure)ର କିଛି ଘରୋଇ ଉପଚାର ସମ୍ପର୍କରେ ଚାଲନ୍ତୁ ଜାଣିବା...

-ଔଷଧିୟ ଗୁଣରେ ଭରପୁର ତୁଳସୀ । ଏଥିରେ ପୋଟାସିୟମ, ଭିଟାମିନ ‘ସି’, ମ୍ୟାଗ୍ନେସିୟମ, ଭଳି ଅନେକ ପୋଷକ ତତ୍ବ ଭରି ରହିଥାଏ । ଏହା ସେବନ କରିବା ଦ୍ବାରା, ଏହା ଲୋ ବ୍ଲଡ ପ୍ରେସର (low blood pressure)କୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ ।

-ସ୍ବାସ୍ଥ୍ୟ ପାଇଁ ଅଁଳା ବହୁତ୍ ଉପକାରୀ । ଲୋ ବ୍ଲଡ ପ୍ରେସର (low blood pressure)କାରଣରୁ ମୁଣ୍ଡ ବୁଲାଇବା ସମସ୍ୟାର ସାମ୍ନା କରୁଥିଲେ, ଏଥିପାଇଁ ଅଁଳା ଜୁସରେ ମହୁ ମିଶାଇ ହିଁ ସେବନ କରି ପାରିବେ । ଏହା ଲୋ ବ୍ଲଡ ପ୍ରେସର (low blood pressure)ସମସ୍ୟାକୁ କମ୍ କରିଥାଏ ।

-ଅଦା ସେବନ କରିବା ଦ୍ବାରା, ଏହା ଲୋ ବ୍ଲଡ ପ୍ରେସର (low blood pressure) ସମସ୍ୟାକୁ କମ୍ କରିବାରେ ବହୁ ସହାୟକ ହୋଇଥାଏ । ପ୍ରତିଦିନ ଅଦା ଖଣ୍ଡରେ ଲେମ୍ବୁ ରସ ଏବଂ ଲୁଣ ମିଶାଇ ଖାଇବା ଦ୍ବାରା ହିଁ ଏହା ଲୋ ବ୍ଲଡ ପ୍ରେସର ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ ।

-ଲୋ ବ୍ଲଡ ପ୍ରେସର (low blood pressure)ପାଇଁ ଟମାଟୋ ବହୁତ୍ ଲାଭଦାୟକ । ଏହି ସମସ୍ୟାର ସାମ୍ନା କରୁଥିଲେ ପ୍ରତିଦିନ ଟମାଟୋ ସେବନ ହିଁ କରି ପାରିବେ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଖାଦ୍ୟ ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ହିଁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ଜରୁରୀ ନିଅନ୍ତୁ ।

ସାବଧାନ! ଅଧିକ ପାରାସିଟାମୋଲ ଖାଉଛନ୍ତି କି ?

କ୍ୟାନ୍‌ସର, ଆଣ୍ଠୁଗଣ୍ଠି ଭଳି ବଡ ବଡ ରୋଗରୁ ମୁକ୍ତି ଦିଏ ଅଦା ରସ, ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)