1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କ୍ୟାନ୍‌ସର, ଆଣ୍ଠୁଗଣ୍ଠି ଭଳି ବଡ ବଡ ରୋଗରୁ ମୁକ୍ତି ଦିଏ ଅଦା ରସ, ଜାଣନ୍ତୁ...

ଅଦାକୁ ଆମେ ସାଧାରଣତଃ ତରକାରୀରେ ବ୍ୟବହାର କରିଥାଉ । କିନ୍ତୁ ଅଦାରେ ଅନେକ ଔଷଧୀୟ ଗୁଣ ରହିଛି । ଯାହା ସୁସ୍ଥ ଶରୀର ପାଇଁ ବେଶ ଉପକାରୀ । ତେବେ ଚାଲନ୍ତୁ ଜାଣିବା ଅଦାକୁ କେମିତି ବ୍ୟବହାର କରି ଖାଇଲେ ଆମ ଶରୀରରେ କଣ ସବୁ ଫାଇଦା ମିଳିଥାଏ...

Sudesna Nayak
Sudesna Nayak
Health Benefits of Ginger Juice

Health Benefits of Ginger Juice

ଅଦାକୁ ଆମେ ସାଧାରଣତଃ ତରକାରୀରେ ବ୍ୟବହାର କରିଥାଉ । କିନ୍ତୁ ଅଦାରେ ଅନେକ ଔଷଧୀୟ ଗୁଣ ରହିଛି । ଯାହା ସୁସ୍ଥ ଶରୀର ପାଇଁ ବେଶ ଉପକାରୀ । ତେବେ ଚାଲନ୍ତୁ ଜାଣିବା ଅଦା (Ginger)କୁ କେମିତି ବ୍ୟବହାର କରି ଖାଇଲେ ଆମ ଶରୀରରେ କଣ ସବୁ ଫାଇଦା ମିଳିଥାଏ...

ଅଦା (Ginger)ରେ ଇମ୍ୟୁନିଟି କ୍ଷମତା ଅଧିକ ଥାଏ । ଯାହା ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ସେହିପରି ଅଦା (Ginger)ଖାଇବା ଦ୍ୱାରା ହୃଦ୍‌ରୋଗ ସମସ୍ୟାରୁ ସୁରକ୍ଷା ମିଳିଥାଏ । ଅଦାରେ ଆଇରନ୍‌ ଭାଗ ରହିଛି । ଫଳରେ ଆଇରନ୍‌ ଅଭାବରୁ ହେଉଥିବା ଆନେମିଆରୁ ଏହା ରକ୍ଷା କରିଥାଏ ।

ପାଚନକ୍ରିୟାକୁ କ୍ରିୟାଶୀଳ କରିଥାଏ ଅଦା । ସେଥିପାଇଁ ପ୍ରତିଦିନ ଭୋଜନରେ ଅଦାକୁ ସାମିଲ କରିବା ଉଚି୍ତ୍ । ଖାଲି ପେଟରେ ଅଦା ଜୁସ୍‌ (Ginger Juice)ପିଇଲେ ଗଳା ଦରଜ, ପେଟସମସ୍ୟା, ଆଣ୍ଠୁଗଣ୍ଠି ଦରଜ, କୋଲେଷ୍ଟରଲ ଓ କ୍ୟାନ୍‌ସର ଭଳି ମାରାତ୍ମକ ରୋଗଠୁ ନିଜକୁ ଦୂରେଇ ରଖି ହେବ ।

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା ଭାରି ଲାଭଦାୟକ । କାରଣ ଏହା ଶରୀରରେ ଗ୍ଲୁକୋଜ୍‌ର ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ । ଫଳରେ ସୁଗାର ସ୍ତର ବଢି ନ ଥାଏ । ଅଦା (Ginger)ରେ ଫସଫରସ୍‌ ଥାଏ । ତେଣୁ ଦାନ୍ତ ସମସ୍ୟା ଥିବା ବ୍ୟକ୍ତି ନିୟମିତ ଅଦା (Ginger)ଖାଇଲେ ଏହା ଦାନ୍ତକୁ ବହୁତ ମଜଭୁତ୍ କରିଥାଏ ।

ଅଦା ରସ (Ginger Juice) ଶରୀରରେ ରକ୍ତ ଅଭାବକୁ ଦୂର କରିଥାଏ । ଅଦା ରସ (Ginger Juice)ସେବନ କରିବା ଦ୍ୱାରା ଶରୀରର ରକ୍ତ ସଞ୍ଚାଳନ ଉନ୍ନତ ହୋଇଥାଏ ।

ଗର୍ଭବତୀ ମହିଳାଙ୍କ ପାଇଁ ଅଦା ରସ (Ginger Juice)ଖାଇବା ମଧ୍ୟ ଲାଭଦାୟକ ଅଟେ । ଅଦାରସ ସଂକ୍ରମଣକୁ ରୋକିବାରେ ସହାୟକ ହୋଇଥାଏ ।

ଅଦା ରସ (Ginger Juice) ଆଖିର ଆଲୋକ ବଢାଇବା ପାଇଁ ସହାୟକ ହୋଇଥାଏ । ଅଦା ରସରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ । ଯାହା ଆଖି ସହିତ ଜଡିତ ସମସ୍ୟାକୁ ଦୂର କରିଥାଏ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଅଦା ରସ (Ginger Juice) ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ହିଁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ଜରୁରୀ ନିଅନ୍ତୁ ।

ଶରୀର ପାଇଁ କ୍ଷତିକାରକ ହଳଦୀ କ୍ଷୀର,ଜାଣନ୍ତୁ...

୩ ଦିନ ସକାଳୁ ଖାଲି ପେଟରେ ପିଅନ୍ତୁ ଜୀରା ପାଣି, ମୂଳରୁ ଶେଷ ହୋଇଯିବ ଏହି ବଡ ବଡ ରୋଗ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments