Health & Lifestyle

ଛତୁ ଖାଆନ୍ତୁ ମଧୁମେହ ଓ ଡିପ୍ରେସନକୁ ନାଁ କୁହନ୍ତୁ...

ଯଦି ଆପଣ ଡିପ୍ରେସନର ଶିକାର ହୋଇଛନ୍ତି କି ମଧୁମେହ ରୋଗଠୁ (diabetic patient) ଦୁରେଇ ରହି ଏକ ସୁସ୍ଥ ଶରୀର ଚାହୁଁଛନ୍ତି ତେବେ ଏହି ଛତୁ ଖାଇବା ଉଚିତ |

23 May, 2022 4:46 PM IST By: Rajashree

ଯଦି ଆପଣ ନିଜକୁ ଡିପ୍ରେସନ ଓ ମଧୁମେହଠୁ ସମ୍ପୂର୍ଣ ରୂପରେ ଦୂରରେ ରହିବାକୁ ଚାହୁଁଛନ୍ତି ତେବେ ଛତୁ ଖାଆନ୍ତୁ । କୌଣସି ସାଧାରଣ ଛତୁ କଥା ଆମେ ଆପଣଙ୍କୁ କହୁନୁ , ଆମେ କହୁଛୁ ମ୍ୟାଜିକ ଛତୁ (magic mushshrooms)ବିଷୟରେ | ଯଦି ଆପଣ ଡିପ୍ରେସନର ଶିକାର ହୋଇଛନ୍ତି କି ମଧୁମେହ ରୋଗଠୁ (diabetic patient)ଦୁରେଇ ରହି ଏକ ସୁସ୍ଥ ଶରୀର ଚାହୁଁଛନ୍ତି ତେବେ ଏହି ଛତୁ ଖାଇବା ଉଚିତ | ଏହି ମ୍ୟାଜିକ୍‌ ଛତୁରେ(magic mushshrooms) ଏଭଳି କିଛି ଗୁଣ ରହିଛି ଯାହା ମାନସିକ ଅବସାଦରୁ ମୁକ୍ତି ଦେଇଥାଏ , ଲୋକଙ୍କୁ ଡିପ୍ରେସନରୁ ବାହାରକୁ ବାହାରିବା ପାଇଁ ସହାଯ୍ୟ କରିବା ସହ ଆପଣଙ୍କ ଶରୀରରେ ସୁଗାରକୁ ନିୟନ୍ତ୍ରଣ ରଖିଥାଏ | ଏକ ଅଧ୍ୟୟନରୁ ଏହା ପ୍ରମାଣିତ ହୋଇଛି |

ଇମ୍ପେରିଆଲ କଲେଜ ଲଣ୍ଡନ୍‌ର ବିଶେଷଜ୍ଞଙ୍କ ଏକ ଅଧ୍ୟୟନ ମୁତାବକ, ମ୍ୟାଜିକ ଛତୁ ଡିପ୍ରେସନ (dipression)ଦୂର କରିବାରେ ସକ୍ଷମ। ଏଥିରେ ଯୌଗିକ ସିଲୋସାଇବିନ୍ ମିଳିଥାଏ, ଯାହା ମନୋବଳ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ। ଏହା ମଶରୁମ୍ ବା ଛତୁରେ ରେ ପ୍ରାକୃତିକ ଭାବେ ଥାଏ। ସିଲୋସାଇବିନ୍ ମସ୍ତିଷ୍କର ଏକ ନିର୍ଦ୍ଦିଷ୍ଟ ଅଂଶକୁ ସକ୍ରିୟ କରିଥାଏ, ଯାହାର ମାନସିକ ସ୍ଥିତି ଉପରେ ସିଧାସଳଖ ପ୍ରଭାବ ପଡିଥାଏ। ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଛତୁ ମୁଖ୍ୟତଃ ମସ୍ତିଷ୍କର ସର୍କିଟ୍‌କୁ ପୁନଃ ନିର୍ମାଣ କରେ ଯାହା ପ୍ରଭାବିତ ଢ଼ଙ୍ଗରେ ଅବସାଦରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଡିପ୍ରେସନ ଯୋଗୁଁ ମସ୍ତିଷ୍କର ଏକ ନିର୍ଦ୍ଦିଷ୍ଟ ଅଂଶରେ ରକ୍ତର ପ୍ରଭାବ କମିଯାଏ, ଯେଉଁଥିପାଇଁ ଏହି ସମସ୍ୟା ଉପୁଜେ ।

ନିକଟରେ ମ୍ୟାଜିକ ଛତୁକୁ (magic mushshrooms)ନେଇ ଏକ କ୍ଲିନିକାଲ ଟ୍ରାଏଲ ହୋଇଥିଲା, ଯେଉଁଥିରେ କୁହାଯାଇଛି ଯେ ଏହି ଛତୁରୁ ବାହାରୁଥିବା ହାଲୁସିନୋଜେନିକ୍ ପଦାର୍ଥ ମସ୍ତିଷ୍କକୁ ସକ୍ରିୟ କରିଥାଏ। ନକାରାତ୍ମକ ଚିନ୍ତାଧାରା ଆସିବା ମାତ୍ରେ, ଏହି ସ୍ୱୟଂଚାଳିତ ଭାବେ ସକ୍ରିୟ ହୁଏ। ଏହା ମଣିଷର ମନକୁ ନକାରାତ୍ମକ ଚିନ୍ତାଧାରାରୁ ରକ୍ଷା କରିଥାଏ ଏବଂ ମନକୁ ଶାନ୍ତ ରଖେ। ସିଲୋସାଇବିନର ପ୍ରଭାବ ବୁଝିବା ପାଇଁ ବୈଜ୍ଞାନିକମାନେ ୬୦ ରୋଗୀଙ୍କ ଉପରେ କ୍ଲିନିକାଲ୍ ପରୀକ୍ଷା କରିଥିଲେ ଏବଂ ପ୍ରତ୍ୟେକ ରୋଗୀର ମସ୍ତିଷ୍କ ଉପରେ ଭିନ୍ନ ପ୍ରଭାବ ପଡିଥିଲା। ସିଲୋସାଇବିନ ନେବା ପରେ, ଏହି ସମସ୍ତ ରୋଗୀଙ୍କ ମସ୍ତିଷ୍କ ଅଧିକ ସକ୍ରିୟ ହୋଇଯାଇଥିବା ଦେଖିବାକୁ ମିଳିଥିଲା।

ଏହି ଛତୁ ମସ୍ତିଷ୍କର ବିଭିନ୍ନ ଅଂଶକୁ ସଂଯୋଗ କରିବାରେ ସାହାଯ୍ୟ କରିଥାଏ ଏବଂ ଏହାର ସାଇକେଡେଲିକ୍ ପଦାର୍ଥ ଅବସାଦକୁ ରୋକିଥାଏ ଏବଂ ନକାରାତ୍ମକ ଚିନ୍ତାଧାରାରୁ ମଣିଷକୁ ଦୂରେଇ ରଖିଥାଏ।

ବଟନ ଛତୁ ଚାଷ

ଆସନ୍ତୁ ଜାଣିବା କିପରି କରିବେ ବିଭିନ୍ନ କିସମର ଛତୁ ଚାଷ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)