1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଦୁଗ୍ଧରେ ଜହର !!

ପ୍ରତିଦିନ ଖବରକାଗଜର ପୃଷ୍ଠା ଖୋଲିଲେ ଦେଖିବାକୁ ମିଳୁଛି ଖାଦ୍ୟ ଦ୍ରବ୍ୟରେ ଅପମିଶ୍ରଣ ହେବାର ଅନେକ ଖବର l ସତେ ଯେମିତି ଲାଗୁଛି ଅପମିଶ୍ରଣ ଏବଂ ଦୁର୍ନୀତି ବହୁତ ତଳକୁ ଲମ୍ବି ଯାଇଛି ଏବଂ ଏହା ସମସ୍ତ ସୀମା ଟପି ଯାଇଛି l

Sugyan Kumar Nayak
Sugyan Kumar Nayak
Milk Adulteration

Milk Adulteration

ପ୍ରତିଦିନ ଖବରକାଗଜର ପୃଷ୍ଠା ଖୋଲିଲେ ଦେଖିବାକୁ ମିଳୁଛି ଖାଦ୍ୟ ଦ୍ରବ୍ୟରେ ଅପମିଶ୍ରଣ ହେବାର ଅନେକ ଖବର l

ସତେ ଯେମିତି ଲାଗୁଛି ଅପମିଶ୍ରଣ ଏବଂ ଦୁର୍ନୀତି ବହୁତ ତଳକୁ ଲମ୍ବି ଯାଇଛି ଏବଂ ଏହା ସମସ୍ତ ସୀମା ଟପି ଯାଇଛି l

କୌଣସି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଏଥିରୁ ବାଦ ପଡ଼ିନାହିଁ, ଚାଉଳ, ତେଲ, ଡାଲି, ଘିଅ, ମହୁ, ପନୀର, ସୋୟାବିନ ଇତ୍ୟାଦି l  

ସାଧାରଣତଃ ବଯସ୍କ ବ୍ୟକ୍ତି, ଛୋଟ ପିଲା, ଏବଂ ରୋଗୀମାନଙ୍କୁ ନିୟମିତ ଭାବରେ କ୍ଷୀର ଦିଆଯାଇଥାଏ l ଆଉ ଚକିତ କରିଦେବା ଭଳି କଥାଟି ହେଉଛି ବଜାରରେ ମିଳୁଥିବା କ୍ଷୀର ସମ୍ପୂର୍ଣ୍ଣ ଶୁଦ୍ଧ କି ନୁହେଁ ତାହା ଆଜି ପ୍ରଶ୍ନବାଚୀ ସୃଷ୍ଟି କରୁଛି l

ଖୁବ୍ ନିକଟରେ ପଞ୍ଜାବ ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ, ଲୁଧିଆନାର ଏକ ପ୍ରମୁଖ ଗୋ-ଦୁଗ୍ଧ ବଣ୍ଟନକାରୀ ଏବଂ ଉତ୍ପାଦନକାରୀ କମ୍ପାନୀର କ୍ଷୀରରେ ପ୍ରଚୁର ପରିମାଣରେ ଅପିଆମିଶ୍ରଣ ହେଉଛି l ଏହି ଅପମିଶ୍ରିତ କ୍ଷୀରକୁ ପଞ୍ଜାବର ଖାନ୍ନା, ରାଜପୁରା ଅଞ୍ଚଳ ସମେତ ରାଜ୍ୟର ଅନ୍ୟ ଅଞ୍ଚଳଗୁଡ଼ିକୁ ପଠାଯାଉଛି l ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଅପମିଶ୍ରିତ କ୍ଷୀର କୌଣସି ପ୍ରକାରର ପରୀକ୍ଷା କିମ୍ବା ଯାଞ୍ଚରେ ଧରା ପଡ଼ୁନାହିଁ l 

ପୂର୍ବରୁ ଦୁଗ୍ଧ ଅପିମିଶ୍ରଣ ନିମନ୍ତେ ସିନ୍ଥେଟିକ୍ କ୍ଷୀର ଗୁଣ୍ଡ ମିଶାଯାଉଥିବାର ନଜିର ରହିଥିଲା l ସମୟକ୍ରମେ ଅପିଆମିଶରଣକାରୀ ମାନେ ଅଭିନବ ପନ୍ଥାଗୁଡ଼ିକ ଗ୍ରହଣ କରୁଛନ୍ତି l ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ କରିଦେବ l ଅନୁସନ୍ଧାନରୁ ଜଣାପଡିଛି ଯେ, ଅପମିଶ୍ରଣକାରୀମାନେ କୁକୁଡ଼ାମାନଙ୍କ ଦାନାରେ ମିଶାଯାଉଥିବା ଧଳା ପାଉଡରକୁ ଅଳ୍ପ ପରିମାଣର କ୍ଷୀରରେ ମିଶାଇ ଏହାର ପରିମାଣକୁ ବହୁତ ବଢ଼ାଇ ଦେଇଥାନ୍ତି ଏବଂ ଦୁଗ୍ଧ ସଂଗ୍ରହକାରୀ କମ୍ପାନୀକୁ ଏହି ଅପମିଶ୍ରିତ କ୍ଷୀର ବିକ୍ରୀ କରିଥାନ୍ତି l ଜନସାଧାରଣଙ୍କର ସ୍ୱାସ୍ଥ୍ୟ ତଥା ଜୀବନକୁ ବିପଦରେ ପକାଇ ଅପମିଶ୍ରଣକାରୀମାନେ ମୁନାଫା କମାଇବାରେ ବ୍ୟସ୍ତ ରହିଛନ୍ତି l

ଏହି ପରିପ୍ରେକ୍ଷୀରେ ପଞ୍ଜାବର ସଚେତନ ବୁଦ୍ଧିଜୀବୀମାନେ ମତ ଦିଅନ୍ତି ଯେ, ପଞ୍ଜାବରେ କର୍କଟ ରୋଗ ବ୍ୟାପିବାର ଏହା ଯେ ଏକ ପ୍ରମୁଖ କାରଣ ନୁହେଁ ତାହା ମଧ୍ୟ ତଦନ୍ତସାପେକ୍ଷ ଅଟେ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ