Health & Lifestyle

ଛୋଟ ପିଲାଙ୍କୁ ରୋଗରୁ ଦୂରେଇ ରଖେ ମାଣ୍ଡିଆ...

ପିଲାମାନଙ୍କର ସଠିକ୍ ବିକାଶ ପାଇଁ ଜନ୍ମର ୬ ମାସ ଠାରୁ ଏହିପରି କିଛି ଖାଦ୍ୟ ଆରମ୍ଭ କରାଯିବା ଉଚିତ ଯାହା ସେମାନଙ୍କର ଶାରୀରିକ ବିକାଶକୁ ପ୍ରୋତ୍ସାହିତ କରିପାରିବ ।ଯଦ୍ୱାରା ସେମାନେ ସୁସ୍ଥ ରହିପାରିବେ ।ମାଣ୍ଡିଆ ବା ରାଗି ରାଗି ଏକ ପୃଷ୍ଟିକର ଖାଦ୍ୟ ଶସ୍ୟ ।

29 April, 2023 8:00 AM IST By: Priyambada Rana

ପିଲାମାନେ କିପରି ଶାରୀରିକ ଓ ମାନସିକ ସ୍ତରରେ ଶସକ୍ତ ହୋଇପାରିବେ ସେଇ ମାତା-ପିତା ସର୍ବଦା ସେମାନଙ୍କୁ ପୃଷ୍ଟିକର ଖାଦ୍ୟ ଖାଇବାକୁ ଦେଇଥାନ୍ତି । ପିଲାମାନଙ୍କର ସଠିକ୍ ବିକାଶ ପାଇଁ  ଜନ୍ମର ୬ ମାସ ଠାରୁ ଏହିପରି କିଛି ଖାଦ୍ୟ ଆରମ୍ଭ କରାଯିବା ଉଚିତ ଯାହା ସେମାନଙ୍କର ଶାରୀରିକ ବିକାଶକୁ ପ୍ରୋତ୍ସାହିତ କରିପାରିବ ।ଯଦ୍ୱାରା ସେମାନେ ସୁସ୍ଥ ରହିପାରିବେ ।ମାଣ୍ଡିଆ ବା ରାଗି ରାଗି ଏକ ପୃଷ୍ଟିକର ଖାଦ୍ୟ ଶସ୍ୟ । ଯେଉଁଥିରେ ଭରପୂର ପରିମାଣରେ ଫାଇବର, କ୍ୟାଲସିୟମ୍, ପ୍ରୋଟିନ୍ ଭରି ରହିଥାଏ । ଯାହାକୁ ପିଲାମାନେ ଖାଇବା ଦ୍ୱାରା ଶାରୀରିକ ଓ ମାନସିକ ବିକାଶରେ ଅଭିବୃଦ୍ଧି ଘଟିଥାଏ ।ତେବେ ଆସନ୍ତୁ ଜାଣିବା ଯେ ମାଣ୍ଡିଆ ଖାଇବା ଦ୍ୱାରା ପିଲାମାନଙ୍କୁ କେଉଁ ପ୍ରକାରର ଲାଭ ମିଳିଥାଏ ।

ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ଉପକାରୀ ରାଗି-

ବେବି ଡଟ୍ କମରେ ବାହାରିଥିବା ଏକ ଖବର ଅନୁସାରେ, ରାଗି ଛୋଟ ପିଲାଙ୍କ ପାଇଁ ଏକ ସୁପର ଫୁଡ୍ ଭଳି କାମ କରିଥାଏ ।ଯଦି ଆପଣଙ୍କ ପିଲେ ଜନ୍ମରୁ ଖୁବ୍ ପତଳା ବା କମଜୋର ଶରୀରର ତେବେ ରାଗି ବା ମାଣ୍ଡିଆ ଖୁଆଇବା ଦ୍ୱାରା ସେମାନଙ୍କ ଓଜନରେ ପରିବର୍ତ୍ତନ ଆସିଥାଏ ଏବଂ ସେମାନେ ପତଳାରୁ ମୋଟା ହୋଇଥାନ୍ତି ।ଏଥିସହିତ ଛୋଟ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଠିକ୍ ଭାବରେ ବିକଶିତ ହୋଇନଥାଏ । ସେମାନଙ୍କ ଖାଦ୍ୟ ପେୟ ହିଁ ସେମାନଙ୍କ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିର ଏକ ପ୍ରମୂଖ ଉତ୍ସ ଅଟେ । ଯେତେ ଶୁସ୍ତକର ଖାଦ୍ୟ ସେତେ ଭଲ ରୋଗ ପ୍ରତିରୋଧକ ଶକ୍ତି । ତେବେ ମାଣ୍ଡିଆ ପିଲାଙ୍କ ରୋଗ ପ୍ରତିରୋଧକ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।ଡାଏଟିସିଆନଙ୍କ ପରାମର୍ଶ ପରେ ଆପଣ ଛୋଟ ଶିଶୁମାନଙ୍କୁ ଏହାକୁ ଖାଇବାକୁ ଦେଇପାରିବେ ।

-ରାଗିରେ କ୍ୟାଲସିୟମ୍ ଭରପୂର ପରିମାଣରେ ଥାଏ । ଅନ୍ୟ ଶସ୍ୟ ତୁଳନାରେ ଏଥିରେ ସର୍ବାଧିକ ପରିମାଣର କ୍ୟାଲସିୟମ୍ ରହିଥାଏ । ରାଗିରୁ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ପିଲାମାନଙ୍କର ହାଡ଼ ସୁଦୃଢ଼ ହୋଇଥାଏ ।ହାଡ଼ ପୁରା ଶରୀରର ରକ୍ଷଣାବେକ୍ଷଣ କରିଥାଏ । କେବଳ ଏତିକି ନୁହେଁ, ରାଗିରେ ଭିଟାମିନ୍-D ରହିଛି । ଶିଶୁମାନଙ୍କର ହାଡ଼ର ସଠିକ୍ ବିକାଶ ପାଇଁ ଏହି ଦୁଇଟି ଭିଟାମିନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ଏହା ହାଡ଼ର ଘନତାକୁ ମଧ୍ୟ ବୃଦ୍ଧି କରିଥାଏ ।

-ରାଗିରେ ପ୍ରଚୁର ପରିମାଣର ପ୍ରୋଟିନ୍ ଥାଏ, ଯାହା ପିଲାମାନଙ୍କ ପାଇଁ  ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱର ଅଭାବକୁ ପୁରା କରିଥାଏ ।ଏହି କାରଣରୁ, ପିଲାମାନେ ପୁଷ୍ଟିହୀନତାର ଶିକାର ହୁଅନ୍ତି ନାହିଁ । ରାଗି ପ୍ରୋଟିନର ଏକ ଉତ୍ତମ ଉତ୍ସ ହୋଇଥିବାରୁ ଏହା ଶାକାହାରୀ ଲୋକଙ୍କ ପାଇଁ ସର୍ବୋତ୍ତମ ଖାଦ୍ୟ ।

-ମାଣ୍ଡିଆରେ ଲୌହ ପ୍ରଚୁର ପରିମାଣରେ ଥାଏ । ଯାହା ଶରୀରରେ ରକ୍ତହୀନତାକୁ ଦୂର କରିଥାଏ । ଏହାର ବ୍ୟବହାର ଦ୍ୱାରା ରକ୍ତହୀନତାକୁ ରୋକାଯାଇପାରିବ । ଭିଟାମିନ୍ ସି ଗ୍ରହଣ ସହିତ ଶରୀରରେ ଲୌହର ଅବଶୋଷଣ ବୃଦ୍ଧି ପାଇଥାଏ ।

-ରାଗିରେ ବହୁତ ଡାଏଟାରୀ ଫାଇବର ମଧ୍ୟ ଅଛି । ଯାହାକି ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ହଜମ ପ୍ରକ୍ରିୟାକ ସକ୍ରିୟ ରଖିଥାଏ । କୋଷ୍ଠକାଠିନ୍ୟ ଦୂରୀକରଣରେ ମଧ୍ୟ ଏହା ସାହାଯ୍ୟ କରିଥାଏ । ଅନେକ ସମୟରେ ୮ ରୁ ୧୦ ବର୍ଷର ଶିଶୁଙ୍କ ମଧ୍ୟରେ କୋଷ୍ଠକାଠିନ୍ୟର ସମସ୍ୟା ଦେଖାଦେଇଥାଏ ।ମାଣ୍ଡିରେ ତିଆରି ଖିଚିଡ଼ି,ହାଲୁଆ, ରୁଟି ପିଲାଙ୍କୁ ଖାଇବାକୁ ଦେବା ଦ୍ୱାରା ଏହା ହଜମ ପ୍ରକ୍ରିୟାକୁ ଶସକ୍ତ କରିବା ସହ କୋଷ୍ଠକାଠିନ୍ୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

- ପିଲାମାନେ ଖୁବ୍ ଜଲଦି ରୋଗରେ ପଡ଼ିଥାନ୍ତି । କାରଣ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥାଏ । ଏପରି ପରିସ୍ଥିତିରେ, ଆପଣ ସେମାନଙ୍କ ଖାଦ୍ୟରେ ରାଗିରେ ତିଆରି ଜିନିଷଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ଜରୁରୀ । ରାଗି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।ଅନେକ ପ୍ରକାରର ସଂକ୍ରାମକ ରୋଗରୁ ରକ୍ଷା କରିଥାଏ ।

ମାଣ୍ଡିଆ ଚାଷ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି ମହିଳା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)