1. ସଫଳ କାହାଣୀ

ମାଣ୍ଡିଆ ଚାଷ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି ମହିଳା

କେନ୍ଦ୍ର ସରକାର କୃଷକମାନଙ୍କୁ ଦେଶର କଠିକ ଶସ୍ୟ ଯଥା ଯଅ, ମାଣ୍ଡିଆ, ରାଗି,ସୁଆନ ଆଦି ଶସ୍ୟ ଅମଳ କରିବା ପାଇଁ ପ୍ରୋତ୍ସାହିତ କରି ଆସୁଛନ୍ତି । ଏଥି ପାଇଁ ସରକାର କୃଷକଙ୍କୁ ବିହନ ମଧ୍ୟ ଯୋଗାଉଥିବା ଦେଖିବାକୁ ମିଳିଛି । କିନ୍ତୁ, ଏସବୁ ମଧ୍ୟରେ ତେଲେଙ୍ଗାନାର ଡେକାନ୍ ଡେଭଲପମେଣ୍ଟ ସୋସାଇଟି (ଡିଡିଏସ୍)ର ମହିଳା କୃଷକମାନେ ଏବେ ମିଲେଟ ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ।

Priyambada Rana
Priyambada Rana
ମିଲେଟ୍ ଚାଷ ଖୋଲିଛି  ରୋଜଗାରର ପନ୍ଥା..

ମିଲେଟ୍ ଚାଷ ଖୋଲିଛି ରୋଜଗାରର ପନ୍ଥା..

କେନ୍ଦ୍ର ସରକାର କୃଷକମାନଙ୍କୁ ଦେଶର କଠିକ ଶସ୍ୟ(Millet) ଯଥା ଯଅ, ମାଣ୍ଡିଆ, ରାଗି,ସୁଆନ ଆଦି ଶସ୍ୟ ଅମଳ କରିବା ପାଇଁ ପ୍ରୋତ୍ସାହିତ କରି ଆସୁଛନ୍ତି । ଏଥି ପାଇଁ ସରକାର କୃଷକଙ୍କୁ ବିହନ ମଧ୍ୟ ଯୋଗାଉଥିବା ଦେଖିବାକୁ ମିଳିଛି । କିନ୍ତୁ, ଏସବୁ ମଧ୍ୟରେ ତେଲେଙ୍ଗାନାର ଡେକାନ୍ ଡେଭଲପମେଣ୍ଟ ସୋସାଇଟି (ଡିଡିଏସ୍)ର ମହିଳା କୃଷକମାନେ ଏବେ ମିଲେଟ ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ।ଏହି ମହିଳା କୃଷକମାନେ ଅନେକ ପ୍ରକାରର ଖରିଫ ମଞ୍ଜି, ମୁଖ୍ୟତ ମିଲେଟ, ତେଲ ମଞ୍ଜି ଏବଂ ଡାଲି ପାଇଁ ଏକ ସମାରୋହ ପ୍ରଦର୍ଶନ କରିଛନ୍ତି ।

ତେଲେଙ୍ଗାନାର ସାଙ୍ଗେରେଡି ଜିଲ୍ଲାର ଜହିରାବାଦ ମଣ୍ଡଳର ପାସ୍ତାପୁର ଗ୍ରାମରେ 'ବିଶ୍ୱ ବିହନ ଦିବସ' କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଡେକାନ୍ ଡେଭଲପମେଣ୍ଟ ସୋସାଇଟି ଦ୍ୱାରା ଆୟୋଜିତ ଏହି ବିଶ୍ୱ ବିହନ ଦିବସ କାର୍ଯ୍ୟରେ ଖରିଫ ମଞ୍ଜି ପ୍ରଦର୍ଶିତ ହୋଇଥିଲା । ଏହି ସମୟରେ, DDSର ମହିଳା କୃଷକମାନେ ୫୦ରୁ ଅଧିକ ଖରିଫ୍ ମଞ୍ଜି ପ୍ରଦର୍ଶନ କରିଥିଲେ ଏବଂ ଅନ୍ୟ କୃଷକମାନଙ୍କୁ ମଧ୍ୟ ସେମାନଙ୍କ ବିଷୟରେ କହିଥିଲେ। ୨୬ଟି ଗାଁର ମହିଳା କୃଷକ ଯେଉଁମାନେ ମିଲେଟ ଚାଷ କରନ୍ତି ସେମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

ଏଠାରେ ଆମେ କହି ରଖିବାକୁ ଚାହିଁବୁ ଯେ ମିଳିତ ଜାତିସଙ୍ଘ ୨୦୨୩ ମସିହାକୁ ଆନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ଘୋଷଣା କରିଛି ।ଏହାକୁ ସମର୍ଥନ ଜଣାଇ ଭାରତ ସରକାର ଦେଶରେ ମିଲେଟ ବର୍ଷ ପାରଳ କରୁଛନ୍ତି । ଏ ନେଇ ଜୋରସୋରରେ ଚାଲିଛି ପ୍ରଚାର ପ୍ରସାର ।ଏଥିପାଇଁ କୃଷକମାନଙ୍କୁ ଉତ୍ସାହିତ ଏବଂ ତାଲିମ ଦେବା ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ବିଶେଷ କଥା ହେଉଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ବଜେଟ୍ ଉପସ୍ଥାପନ କରିବା ସମୟରେ ସଂସଦରେ 'ଶ୍ରୀଅନ୍ନ' ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ କଠିନ ଶସ୍ୟ ଚାଷ କରୁଥିବା ଚାଷୀଙ୍କୁ ସବସିଡି ଦିଆଯିବା ନେଇ ସେ ଘୋଷଣା କରିଥିଲେ ।

ଗରିବଙ୍କ ଜୀବନ ଶୈଳୀରେ ଆସିବ ସୁଧାର-

ଏଥି ସମାରୋହରେ ମହିଳା କୃଷକମାନେ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ମିଲେଟ ଚାଷର ପ୍ରୋତ୍ସାହନରେ ସେମାନେ ଖୁସି ଅଛନ୍ତି। ସରକାରଙ୍କ ଏହି ପଦକ୍ଷେପ ସେମାନଙ୍କ ଆୟ ବୃଦ୍ଧି କରିବ। ଯଦି ଏହି ମହିଳା କୃଷକମାନଙ୍କୁ କଥାକୁ ଦୃଷ୍ଟିରେ ନିଆଯାଏ ତେବେ, ସେମାନେ ଗତ ଚାରି ଦଶନ୍ଧି ଧରି ପାରମ୍ପାରିକ ଫସଲ ଚାଷ କରି ଆସୁଥିଲେ । ମାତ୍ର ଏବେ ସେମାନେ ମିଲେଟ ଚାଷ କରି ନିଜ ଆର୍ଥିକ ସ୍ଥିତିରେ ସୁଧାର ଆଣି ପାରିଛନ୍ତି । ତେଣୁ ସେହି ମହିଳାମାନେ କହିଛନ୍ତି ଯେ ମିଲେଟ ପ୍ରାୟତଃ ମହିଳା, ଗରିବ, ଦଳିତ ଏବଂ କ୍ଷୁଦ୍ର କୃଷକ ପରିବାର ଦ୍ୱାରା ଚାଷ କରାଯାଇଥାଏ । ଏଭଳି ପରିସ୍ଥିତିରେ ଗରିବ ଲୋକଙ୍କ ଜୀବନଶୈଳୀ ପରିବର୍ତ୍ତନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ପଞ୍ଚାୟତ ସ୍ତରରେ ବିହନ ବିହନ ବ୍ୟାଙ୍କ ଖୋଲିବା ଉଚିତ୍-

କୃଷକମାନେ କହିଛନ୍ତି ଯେ କଠିନ ଶସ୍ୟର ବିହନ ସଂରକ୍ଷଣ ପାଇଁ ନାଗୁ ପଦ୍ଧତି ପରି ସ୍ଥାନୀୟ ପଦ୍ଧତିକୁ ସରକାର ଉତ୍ସାହିତ କରିବା ଉଚିତ୍ । ଏହା ସହିତ ଗ୍ରାମ ଏବଂ ପଞ୍ଚାୟତ ସ୍ତରରେ ବିହନ ବ୍ୟାଙ୍କ ପ୍ରତିଷ୍ଠା କରାଯିବା ଉଚିତ୍ । ଏହା ବ୍ୟତୀତ ମହିଳା ଚାଷୀ ଏବଂ କ୍ଷୁଦ୍ର ଚାଷୀଙ୍କୁ କୃଷିର ବୈଜ୍ଞାନିକ ପଦ୍ଧତି ପାଇଁ ତାଲିମ ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବା ଉଚିତ୍। ଏହା କଠିନ ଶସ୍ୟର ଉତ୍ପାଦନ ବୃଦ୍ଧି କରିବ ।

Millet Farming: କୃଷକଙ୍କୁ ମିଳିବ ୮୦% ସବସିଡ଼ି..

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments