Health & Lifestyle

ଘରେ ତିଆରି କରନ୍ତୁ ମାଣ୍ଡିଆ ଲଡ଼ୁ, ଜାଣନ୍ତୁ ପ୍ରସ୍ତୁତୀ ପ୍ରଣାଳୀ....

ମାଣ୍ଡିଆ ଏକ ପୃଷ୍ଟିକର ଖାଦ୍ୟ ଅଟେ । ଏହା ସ୍ୱାସ୍ଥ୍ୟ ପାଇଁ ଯେତିକି ହୀତକର ପାଟିକୁ ସେତିକି ସୁଆଦିଆ ମଧ୍ୟ ଲାଗେ। ଆଗ କାଳରେ ଲୋକେ ମାଣ୍ଡିଆରେ ଭାତ, ଜାଉ ଆଦି ଖାଦ୍ୟ ତିଆରି କରୁଥିଲେ, ଯାହା ପେଟକୁ ଥଣ୍ଡା ରଖିବା ସଙ୍ଗେ ସଙ୍ଗେ ଦେହକୁ ସୁସ୍ଥ ମଧ୍ୟ ରଖିବାରେ ସାହାଯ୍ୟ କରୁଥିଲା । ମାତ୍ର ଏବେ ସମୟ ବଦଳିବା ସହ ମାଣ୍ଡିଆର ଚାହିଦା ମଧ୍ୟ ବଦଳିବାରେ ଲାଗିଛି ।

04 January, 2023 2:37 PM IST By: Priyambada Rana

ମାଣ୍ଡିଆ(Millet) ଏକ ପୃଷ୍ଟିକର ଖାଦ୍ୟ ଅଟେ । ଏହା ସ୍ୱାସ୍ଥ୍ୟ ପାଇଁ ଯେତିକି ହୀତକର ପାଟିକୁ ସେତିକି ସୁଆଦିଆ ମଧ୍ୟ ଲାଗେ। ଆଗ କାଳରେ ଲୋକେ ମାଣ୍ଡିଆରେ ଭାତ, ଜାଉ ଆଦି ଖାଦ୍ୟ ତିଆରି କରୁଥିଲେ, ଯାହା ପେଟକୁ ଥଣ୍ଡା ରଖିବା ସଙ୍ଗେ ସଙ୍ଗେ ଦେହକୁ ସୁସ୍ଥ ମଧ୍ୟ ରଖିବାରେ ସାହାଯ୍ୟ କରୁଥିଲା । ମାତ୍ର ଏବେ ସମୟ ବଦଳିବା ସହ ମାଣ୍ଡିଆର ଚାହିଦା ମଧ୍ୟ ବଦଳିବାରେ ଲାଗିଛି ।ଏବେ ମାଣ୍ଡିଆରେ ଏବେ ବିଭିନ୍ନ ପ୍ରକାରର ସୁଆଦିଆ ଖାଇବା ବନାଉଛନ୍ତି ଲୋକେ। ଆପଣ ଘରେ ମାଣ୍ଡିଆ ପିଠା,ମାଣ୍ଡିଆ ଜାଉ ବା ମାଣ୍ଡିଆ ଖିରୀ ବନେଇ ଖାଇଥିବେ। ହେଲେ କେବେ ମାଣ୍ଡିଆ ଲଡ଼ୁ(Millet Ladoo) ବନେଇ ଖାଇଛନ୍ତି କି?

ଆଜି ଆମେ ଆପଣଙ୍କୁ ଜଣାଇବା ମାଣ୍ଡିଆ ଲଡ଼ୁ ବନେଇବାର ଖୁବ ସହଜ ପ୍ରଣାଳୀ ।ଯାହା ଆପଣଙ୍କ ପରିବାକୁ ସୁସ୍ଥ ରଖିବା ସହ ପାଟିକୁ ସ୍ୱାଦିଷ୍ଟ ମଧ୍ୟ ଲାଗିବ ।ମାଣ୍ଡିଆ ପ୍ରସ୍ତୁତ ପାଇଁ ଆବଶ୍ୟକୀୟ ସାମଗ୍ରୀ ହେଉଛି ,

  • ୧ କପ୍ ମାଣ୍ଡିଆ ପାଉଡର
  • ୧ କପ୍ ଗୁଡ଼
  • ୧/୪ କପ୍ ଚିନା ବାଦାମ
  • ୧/୪ କପ୍ ଆଲମଣ୍ଡ ଏବଂ କାଜୁ
  • ୨ ଚାମଚ ନଡ଼ିଆ କୋରା
  • ଗୁଆ ଘିଅ
  • ଗୁଜୁରାତି ପାଉଡର(୧/୪)

ଆସନ୍ତୁ ଜାଣିବା ମାଣ୍ଡିଆ ଲଡ଼ୁ ପ୍ରସ୍ତୁତ କରିବାର ପ୍ରଣାଳୀ-

-ପ୍ରଥମେ ଲଡ଼ୁ ପାଇଁ ନେଇଥିବା ଚିନାବାଦାମକୁ ଭଲ ଭାବରେ ଭାଜି ଦିଅନ୍ତୁ

- ଗରମ ପ୍ୟାନରେ ୧ ଚାମଚ ଘିଅ ପକାଇ ଆଲମଣ୍ଡ ଏବଂ କାଜୁକୁ ମଧ୍ୟ ଭାଡଜି ଦିଅନ୍ତୁ

-ତା ପରେ କୋରା ନଡ଼ିଆର କଞ୍ଚା ଅଂଶ ଯିବା ପର୍ଯ୍ୟନ୍ତ ତାକୁ ପ୍ୟାନରେ ଭାଜନ୍ତୁ

-ପ୍ୟାନରେ ୨ ଚାମଚ ଗୁଆ ଘିଅ ପକାଇ ସେଥିରେ ଗୁଣ୍ଡ କରାଯାଇଥିବା ମାଣ୍ଡିଆ ପକାନ୍ତୁ

-ମାଣ୍ଡିଆକୁ କିଛି ସମୟ ପର୍ଯ୍ୟନ୍ତ ପ୍ୟାନରେ ଭାଜନ୍ତୁ

-ଭଜା ହୋଇଥିବା ମାଣ୍ଡିଆକୁ ଅଲଗା ଏକ ଥାଳି କିମ୍ବା ଗିନାରେ ଥଣ୍ଡା ହେବା ପାଇଁ ଛାଡ଼ ଦିଅନ୍ତୁ

-ଏହାରି ଭିତରେ ଚିନା ବାଦାମ, ଆଲମଣ୍ଡ, କାଜୁ ଓ ନଡ଼ିଆ କୋରାକୁ ଗ୍ରାଇଣ୍ଡରରେ ଗୁଣ୍ଡ କରି ଦିଅନ୍ତୁ

-ବାଦାମ, ଆଲମଣ୍ଡ, କାଜୁ ଓ ନଡ଼ିଆ କୋରା ଗୁଣ୍ଡରେ ଥଣ୍ଡା ହୋଇସାରିଥିବା ମାଣ୍ଡିଆ, ଗୁଡ଼ ଓ ଗୁଜୁରାତିକୁ ମିଶାଇ ପୁଣି ଥରେ ଗ୍ରାଇଣ୍ଡିଂ କରି ନିଅନ୍ତୁ

- ସମସ୍ତ ସାମଗ୍ରୀ ମିଶି କରାଯାଇଥିବା ଏହି ଗୁଣ୍ଡକୁ ଏକ ପାତ୍ରକୁ ବାହାର କରି ଦିଅନ୍ତୁ ଏବଂ ଏଥିରେ ପୁଣି ଥରେ ୨ ଚାମଚ ଗୁଆ ଘିଅ ମିଶାଇ ଦିଅନ୍ତୁ

-ଏବେ ଏହାର ଅଳ୍ପ ଅଳ୍ପ ପରିମାଣ ହାତକୁ ନେଇ ଏହାକୁ ଗୋଲ ଗୋଲ ଆକାର ଦେଇ ଲଡ଼ୁ ପ୍ରସ୍ତୁତ କରନ୍ତୁ ।

ସାଧାରଣତଃ ଲଡ଼ୁ ବୟସ୍କଙ୍କଠୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତଙ୍କୁ ଖାଇବାକୁ ଭଲ ଲାଗେ । ବେସନ ଓ ମଇଦାରେ ତିଆରି ଲଡ଼ୁ ଆମ ସ୍ୱାସ୍ଥ୍ୟ ପକ୍ଷେ ସେତେଟା ହିତକାରକ ହୋଇ ନଥାଏ ।ମାତ୍ର ମାଣ୍ଡିଆରେ ତିଆରି ଲଡୁ ଆମ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ ।

ମାଣ୍ଡିଆ କରିବା ମେଧବହୁଳ ହ୍ରାସ

ମାଣ୍ଡିଆ ଚାଷ ବିଷୟରେ କିଛି ଜାଣନ୍ତୁ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)