1. କୃଷି ଖବର

ମାଣ୍ଡିଆ ଚାଷ ବିଷୟରେ କିଛି ଜାଣନ୍ତୁ

ଧୀରେ ଧୀରେ ଲୋକମାନଙ୍କର ମାଣ୍ଡିଆ ପ୍ରତି ଚାହିଦା ବଢ଼ୁଛି l ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏହାର ବିପଣନ ଏବଂ ଚାଷ ବୃଦ୍ଧି ନିମନ୍ତେ ସୁବ୍ୟବସ୍ଥା କରିଛନ୍ତି l ଏହି ଫସଲକୁ ଭାରତର ଅନେକ ସ୍ଥାନରେ କରାଯାଇଥାଏ l ଏହି ଫସଲ ପାଇଁ ବେଶି ପାଣି ଲୋଡା ହୁଏ ନାହିଁ ଓ ଏହା ଢିପ ଜମିରେ ଓ ପର୍ବତର ଢାଲୁ ଦେଶରେ ଉତ୍ପାଦିତ କରାଯାଏ l ଅଧିକ ବର୍ଷା ହେଲେ ଏ ଫସଲର କ୍ଷତି ହୁଏ l ଲୋକମାନେ ମାଣ୍ଡିଆରେ ପିଠା, ଅଟକାଳି, ଜାଉ ଇତ୍ୟାଦି କରି ଖାଇଥାଆନ୍ତି l ବର୍ତ୍ତମାନ ସହରର ଲୋକେ ଏହାର ଉପକାରୀତା ବିଷୟରେ ଅବଗତ ହେଲେଣି ଏବଂ ନିଜର ଖାଦ୍ୟରେ ମାଣ୍ଡିଆକୁ ଅନ୍ତର୍ଭୁକ୍ତ କରିଲେଣି l ଆସନ୍ତୁ ଆଜି ମାଣ୍ଡିଆ ଚାଷ ବିଷୟରେ କିଛି ଅଧିକ ତଥ୍ୟ ଜାଣିବା l

Sugyan Kumar Nayak
Sugyan Kumar Nayak
Process of Finger Millet Farming

ମାଣ୍ଡିଆ ଫସଲ ଚାଷ କରିବା ପାଇଁ ପ୍ରଥମତଃ ଜମି ପ୍ରସ୍ତୁତି କରିବା ଆବଶ୍ୟକ । ତଳି ପ୍ରସ୍ତୁତି କରିବା ପାଇଁ ୫୦୦ ବର୍ଗ ମିଟରର ଏକ ସ୍ଥାନ ଚୟନ କରାଯାଇଥାଏ । ସ୍ଥାନକୁ ଏମିତି ଜାଗାରେ ଚୟନ କରିବା ଆବଶ୍ୟକ ଯେଉଁଠାରେ ଆବଶ୍ୟକ ପରିମାଣର ପାଣି ଉପଲବ୍ଧ ହୋଇପାରୁଥିବ । ଏହା ପରେ ୩୭.୫ କିଗ୍ରା ସୁପର ଫସଫେଟକୁ ୫୦୦କିଗ୍ରା କମ୍ପୋଷ୍ଟ ସହ ମିଶାଇ ଏହି ତଳିରେ ବୁଣାଯାଇଥାଏ । ବିହନ ବୁଣିବା ପୂର୍ବରୁ ପ୍ରଥମେ ବିହନ ବିଶୋଧନ କରାଯିବା ନିତ୍ୟାନ୍ତ ଆବଶ୍ୟକ । ତେବେ ବିହନ ବିଶୋଧନ କରିବା ନିମନ୍ତେ ଏକ କିଗ୍ରା ବିହନକୁ କାର୍ବେଣ୍ଡାଜିମ ଦ୍ରବଣ (ଏକ ଲିଟରରେ ୨ଗ୍ରାମ ଲେଖାଏଁ) ରେ ବୁଡ଼ାଇ ବିଶୋଧନ କରାଯାଏ । ଏହା ପରେ ଏହାକୁ ପାଣିରେ ୧୦ଘଣ୍ଟା ବୁଡେ଼ଇ ରଖାଯାଏ । ପରେ ପାଣି ନିଗିଡ଼ିଲା ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଏ । ଏହା ଯୋଗୁଁ ଚାରାକୁ ୨୦ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇପାରେ । ଏତଦ୍ବ୍ୟତୀତ ଜୈବିକ ଉପାୟରେ ଆଜୋସ୍ପିରିଲମକୁ ହେକ୍ଟର ପିଛା ୬୦୦ଗ୍ରାମ ଦ୍ୱାରା ବିଶୋଧନ କରାଯାଇପାରେ ।

ତଳି ପକାଇଥିବା ସ୍ଥାନରେ ଅଳ୍ପ ଗଭୀରରେ ଗାତ କରାଯାଇଥାଏ । ୫କିଗ୍ରା ବିହନକୁ ତଳିରେ ବୁଣାଯାଇଥାଏ। ବୁଣା ସରିବା ପରେ ଏହାକୁ କିଛି ମାଟି ଦ୍ୱାରା ଘୋଡ଼ାଇ ଦିଆଯାଇଥାଏ । ଏହା ଉପରେ ୫୦୦ କିଗ୍ରା କମ୍ପୋଷ୍ଟକୁ ମଧ୍ୟ ବ୍ୟବହାର କରାଯାଇଥାଏ । ୧୭ ରୁ ୨୦ ଦିନ ପରେ ଏହା ରୋଇବା ଲାଗି ଉପଯୁକ୍ତ ହୋଇଯାଇଥାଏ । ଜମିକୁ ଭଲ ଭାବରେ ହଳ କରି ମଇ ଦେଇ ସମତୁଲ କରିବା ଆବଶ୍ୟକ । ଏହା ଦ୍ୱାରା ମାଟି ହାଲୁକା ହେବା ସହ ମୃତ୍ତିକାର ଜଳଧାରଣ କ୍ଷମତା ମଧ୍ୟ ବୃଦ୍ଧି ହୋଇଥାଏ । ଏହା ପରେ ହେକ୍ଟର ପିଛା ୧୨.୫ ଟନ କମ୍ପୋଷ୍ଟକୁ ଜମିରେ ମିଶାଯାଇ ପୁଣି ହଳ କରାଯାଇଥାଏ । ଯେମିତିକି କମ୍ପୋଷ୍ଟ ମାଟିରେ ଭଲ ଭାବରେ ମିଶିପାରିବ । ଏହା ଦ୍ୱାରା ମାଟିର ଉର୍ବରତା ବୃଦ୍ଧି ପାଇଥାଏ ।

ଚାରା ରୋପଣ

ଜମିକୁ ଭଲ ଭାବରେ ସମତୁଲ କରିବା ପରେ ୩ ସେମି ଗଭୀରରେ ଚାରାକୁ ପୋତିବା ଉଚିତ । ୧୮ରୁ ୨୦ ଦିନ ପରେ ଚାରା ରୋପଣ କରିବା ଆବଶ୍ୟକ । ଧାଡ଼ିକୁ ଧାଡ଼ି ୨୨.୫ସେମି ଓ ଗଛକୁ ଗଛ ୧୦ସେମି ଦୂରତା ଛାଡ଼ି ଚାରା ଲଗାଇବା ଉଚିତ୍ ।

ସାର ପ୍ରୟୋଗ

ଜମିରେ ସାର ପ୍ରୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଅଟେ । ହେକ୍ଟର ପିଛା ୬୦ କିଗ୍ରା ୟୁରିଆ , ୩୦ କିଗ୍ରା ଫସଫରସ ଓ ୩୦ କିଗ୍ରା ପଟାସକୁ ଜମିରେ ପ୍ରୟୋଗ କରିବା ଆବଶ୍ୟକ ।

ଅମଳ

ଏ ଗଛରେ ଶସ୍ୟ ପାଚିଗଲେ ମଧ୍ୟ ଧ୍ୟାନ ପରି ଏହା କିଆରିରେ ଝଡି ପଡେ ନାହିଁ l ଯେତେବେଳେ ଏହା ମାଟିଆ ରଙ୍ଗର ହୋଇଯାଏ, ସେତେବେଳେ ଏହାକୁ ଅମଳ କରାଯାଇପାରେ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments